ପୋଲିସ୍‌ ଭ୍ୟାନ୍‌ ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ, ଆଉଜଣେ ଗୁରୁତର

Published By : Prameya-News7 Bureau | November 16, 2023 IST

ସାନଖେମୁଣ୍ଡି: ପୋଲିସ୍‌ ଭ୍ୟାନ୍‌ ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ। ଖାଲି ସେତିକି ନୁହେଁ ଆଉ ଜଣେ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ଘଟଣା ଘଟିଛି ହିଞ୍ଜିଳି ଥାନା ବାଳକୃଷ୍ଣପୁର ଓ ଡି ପାଟପୁର ମଧ୍ୟବର୍ତ୍ତୀ ରାସ୍ତାରେ।

ସନ୍ଧ୍ୟାରେ ପୋଲିସ୍‌ ଭ୍ୟାନ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଛାତ୍ର ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକ ଜଣଙ୍କ ଆସିକା ଥାନା ଅଞ୍ଚଳର କାହ୍ନୁଚରଣ ଦାଶ ଓ ଗୁରୁତର ଆହତ ଜଣଙ୍କ ଆସିକା ଅଞ୍ଚଳର ଦୀପକ ପ୍ରଧାନ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଉଧାର ମାଗିବାରୁ ରାଗିଗଲେ ଯୁବକ, ଶରୀରରେ ଲଗାଇଦେଲେ ନିଆଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.