ମାଆସହ ଅବୈଧ ସଂପର୍କ ରଖିଥିଲା ବୋଲି ଶିକ୍ଷକଙ୍କୁ ହତ୍ୟାକଲା ଛାତ୍ର

Published By : Prameya-News7 Bureau | January 14, 2019 IST

ହିସାର ୧୪/୧- ଶିକ୍ଷକଙ୍କୁ ହତ୍ୟାକଲା ଛାତ୍ର । ମାଆ ସହ ଖରାପ ସଂପର୍କ ଜାଣିବା ପରେ ଗଳାଚିପି ହତ୍ୟାକରିଛି ଛାତ୍ର । ଦୋଷ ଲୁଚାଇବାକୁ ବାଇକରେ ନେଇ ଫିଙ୍ଗିଦେଇଛି କେନାଲରେ ।

ଏହିଭଳି ଅଭାବନୀୟ ଘଟଣା ଘଟିଛି ରୋହତକ ସାଂପଲୀ ଥାନା ଅଂଚଳରେ । ମନୀଷ ଆଇଟିଆଇ କରୁଥିଲା ଗୋଟିଏ ଘରୋଇ କଲେଜରେ । ସେହି କଲେଜରେ ଜଣେ ସାରଙ୍କ ସହ  ତାର ଘନିଷ୍ଠତା ବଢ଼ିଥିଲା । କିଛିଦିନ ପରେ ସେହି ଶିକ୍ଷକ ଜଣକ ତାଙ୍କ ଘରକୁ ଯିବାଆସିବା କରିଥିଲେ । ଏହି ଯିବା ଆସିବା ଭିତରେ ସଂପର୍କ ବଢ଼ିଯାଇଥିଲା । ମନୀଷଙ୍କ ମାଆଙ୍କ ସହ ଶିକ୍ଷକଙ୍କ ସଂପର୍କ ଅଧିକ ଘନିଷ୍ଠ ହେବା ଫଳରେ ଅନେକ ସମୟ ଶିକ୍ଷକ ତାଙ୍କ ଘରେ ସମୟ ବିତାଉଥିଲେ ।

ମନୀଷ ସେଦିନ କଲେଜରୁ ଫେରିବାବେଳକୁ ଶିକ୍ଷକଙ୍କ ବାଇକ୍ ତାଙ୍କ ଘର ସାମନାରେ ଥିଲା । ସେ ଘର ଭିତରକୁ ଯାଇ ଯାହା ଦେଖିଲେ ମୁଣ୍ଡ କାମ କଲା ନାହିଁ । ମନୀଷଙ୍କ ମାଆ ଶିକ୍ଷକଙ୍କ ସହ ଅଂସଯତ ଅବସ୍ଥାରେ ଥିଲେ ।

ଏହି ଘଟଣା ପରଠାରୁ ମନୀଷ ଶିକ୍ଷକଙ୍କୁ ରାସ୍ତାରେ ହଟାଇବାକୁ ଚାହିଁଥିଲା । ଆଉଥରେ ଏହିଭଳି ଘଟଣା ଦେଖିବାପରେ ସେ ଶିକ୍ଷକଙ୍କ ତଣ୍ଟିଚିପି ହତ୍ୟା କରିଥିଲା । ମନୀଷ ଶିକ୍ଷକଙ୍କୁ ବାଇକରେ ନେଇ କିଛିଦୂରରେ ଥିବା କେନାଲରେ ଫିଙ୍ଗି ଦେଇଆସିଥିଲା ।

ପଚିସଢ଼ି ଯାଇଥିବା ଶବକୁ କିଛିଦିନ ପରେ ପୋଲିସ ଉଦ୍ଧାର କରି ଚିହ୍ନଟ କରିଥିଲା ।  ପୋଲିସ ଛାନଭିନ୍ କରି ଅପରାଧ କରିଥିବା ମନୀଷକୁ ଧରିବାକୁ ସକ୍ଷମ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.