ଲୋକଙ୍କୁ ମରିବାକୁ ଦିଅ ! ଋଷି ସୁନକଙ୍କ ବୟାନକୁ ନେଇ ବ୍ରିଟେନରେ ଚାଞ୍ଚଲ୍ୟ
21/11/2023 at 3:30 PM

ଲଣ୍ଡନ ୨୧।୧୧: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଏକ ବୟାନକୁ ନେଇ ଏବେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ମାମଲା ପାଖାପାଖି ୩ ବର୍ଷ ପୁରୁଣା, ତେବେ ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ନୂଆ। ଗଣମାଧ୍ୟମ ରିପୋର୍ଟ ଅନୁସାରେ କରୋନା ଭାଇରସ ମହାମାରୀ କାଳରେ ଋଷି ସୁନକ କୁଆଡେ କହିଥିଲେ ‘ଲକଡାଉନଠାରୁ ଭଲ କିଛି ଲୋକଙ୍କୁ ମରିବାକୁ ଦିଆଯାଉ’। ଏହି ଦାବି ଅନ୍ୟ କେହି ନୁହେଁ ସୁନକଙ୍କ ବରିଷ୍ଠ ଆଡଭାଇଜର ଡୋମିନିକ୍ କମିଂସ କରିଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୂର୍ବତନ ମୁଖ୍ୟ ସାଇଣ୍ଟିଫିକ୍ ଆଡଭାଇଜର ପ୍ୟାଟ୍ରିକ୍ ଭାଲେନ୍ସ ତାଙ୍କ ଡାୟେରୀରେ ସୁନକଙ୍କ ଏହି କଥାକୁ ନୋଟ୍ କରିଛନ୍ତି। ଭାଲେଂସ ଡୋମିନିକ୍ କମିଂସଙ୍କ ସୂତ୍ରରୁ ଏହି କଥା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କରୋନା ଉପରେ ହୋଇଥିବା ମିଟିଂ କାଳରେ ଯେତେବେଳେ କମିଂସ ପଚାରିଲେ ‘ଜାତୀୟସ୍ତରରେ ଲକଡାଉନ ଲଗାଯିବ କି ନା, ଏହା ଉପରେ ସୁନକ କହିଥିଲେ ଯେ ଲକଡାଉନ କରିବା ଠାରୁ ଭଲ କିଛି ଲୋକଙ୍କୁ ମରିବାକୁ ଦିଆଯାଉ’। ଭାଲେନ୍ସ ଏହି ମିଟିଂ ୪ ମେ ୨୦୨୦ର ବୋଲି କହିଛନ୍ତି। ଋଷି ସୁନକ ଯେତେବେଳେ ଏପରି ବୟାନ ଦେଇଥିଲେ ସେତେବେଳେ ସେ ଚାନ୍ସେଲର ଥିଲେ।

ସୁନକଙ୍କ ସମ୍ପର୍କରେ ଏ କଥା ଜଣାପଡିବା ପରେ ସାରା ଦେଶରେ ଏବେ ଚାଞ୍ଚଲ୍ୟ ଖେଳି ଯାଇଛି। ଏଥିରେ ଋଷି ସୁନକଙ୍କ ମୁଖପାତ୍ର କହିଛନ୍ତି ଯେ ମାମଲାରେ ପ୍ରମାଣ ଉପସ୍ଥାପନ କଲେ ଯାଇ ପ୍ରଧାନମନ୍ତ୍ରୀ ଏହା ଉପରେ ବୟାନ ଦେବେ। ଉଲ୍ଲେଖଯୋଗ୍ୟ ଯେ କରୋନା ଭାଇରସ ମହମାରୀରେ ଆକ୍ରାନ୍ତ ହୋଇ ବ୍ରିଟେନରେ ୨ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସାରା ବିଶ୍ୱରେ କରୋନା ଭାଇରସ ମହମାରୀ ଜାନୁୟାରୀ ୨୦୧୯ ପରେ ପ୍ରକୋପ କରିଥିଲା। ଏହି ବୈଶ୍ୱିକ ମହାମାରୀ ଯୋଗୁ ସାରା ବିଶ୍ୱରେ କୋଟି କୋଟି ଲୋକଙ୍କ ମୃତ୍ୟୁ ହୋଇଛି।
ମହାମାରୀ ମୁକାବିଲା ନିମନ୍ତେ ଅନେକ ଦେଶରେ ଲକଡାଉନ ହୋଇଥିଲା। ଦୀର୍ଘ ଦିନ ପର୍ଯ୍ୟନ୍ତ ଲକଡାଉନ ଲୋକଙ୍କୁ ନିଜ ଘରେ ବନ୍ଦୀ କରିଦେଇଥିଲା। ଭାରତରେ ପ୍ରଥମ କରୋନା ୧୮ ଫେବୃଆରୀ ୨୦୨୦ରେ ଆକ୍ସେସ୍ କରାଯାଇଥିଲା। ଏହା ପରେ ଭାରତରେ ଦିନକୁ ଦୁଇଗୁଣା ରାତିକୁ ୪ ଗୁଣା ହାରରେ ସଂକ୍ରମଣ ବଢିବାକୁ ଲାଗିଥିଲା। ଭାରତରେ କରୋନା ଯୋଗୁ ୪୭ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।
ଚୀନରେ ଇସ୍ରାଏଲ୍ ଉପରେ ବର୍ଷିଲେ ମୁସଲିମ୍ ଦେଶ, ବୈଠକ ପଛରେ ଡ୍ରାଗନର ରଣନୀତି କ’ଣ ?