ସିବିଆଇ କୋର୍ଟ ବିଚାରପତିଙ୍କୁ ଧମକ; ଅନୁବ୍ରତ ମଣ୍ଡଳଙ୍କୁ ଶୀଘ୍ର ଛାଡ଼ ନହେଲେ…
23/08/2022 at 5:22 PM

କୋଲକାତା: ବେଆଇନ ଗୋ ଚାଲାଣ ଅଭିଯୋଗରେ ଫସି ସିବିଆଇ କଷ୍ଟୁଡିରେ ଥିବା ଟିଏମ୍ସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଛାଡ଼ି ଆସିଲା ଦେବାକୁ ଧମକ। ଆସାନସୋଲ ସିବିଆଇ କୋର୍ଟରେ ସ୍ୱତନ୍ତ୍ର ବିଚାରପତି ରାଜେଶ ଚକ୍ରବର୍ତ୍ତୀଙ୍କୁ ଏଭଳି ଧମକ ଆସିଛି। ତାଙ୍କ ପରିବାର ବିରୋଧରେ ଥିବା ଏକ ମିଥ୍ୟା NDPS(ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ସବଷ୍ଟାନ୍ସେସ୍ ଆକ୍ଟ) କେସ୍ରେ ଫସାଇ ଦିଆଯିବ। ଡ୍ରଗ୍ସର କମର୍ସିଆଲ୍ କ୍ୱାଣ୍ଟିଟି ବା ବଡ଼ ଧରଣର ଡ୍ରଗ୍ସ କାରବାର ଅଭିଯୋଗରେ ଫସାଇ ଦିଆଯିବ ବୋଲି ବାପା ଚାଟାର୍ଜୀ ନାମକ ବ୍ୟକ୍ତି ଏକ ଧମକପୂର୍ଣ୍ଣ ଚିଠି ଦେଇଥିବା ସିବିଆଇ ବିଚାରପତି ରାଜେଶ ଚକ୍ରବର୍ତ୍ତୀ କହିଛନ୍ତି।
ଏନେଇ ବିଚାର ପତି ପଶ୍ଚିମବର୍ଦ୍ଧମାନ ଜିଲ୍ଲା ଜଜ୍ଙ୍କ ପାଖରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଧମକପୂର୍ଣ୍ଣ ଚିଠିର କପି ଯୋଡ଼ି ଘଟଣାକୁ ବିଚାରକୁ ନେବାକୁ ସେ ଅନୁରୋଧ କରିଛନ୍ତି। ତା ସହ ମାମଲାକୁ କଲିକତା ହାଇକୋର୍ଟଙ୍କ ପାଖର ପହଞ୍ଚାଇବାକୁ ସେ ଅନୁରୋଧ କରିଛନ୍ତି। ଧମକପୂର୍ଣ୍ଣ ଚିଠିରେ ଅଭିଯୁକ୍ତ ବାପା ଚାଟାର୍ଜୀ ନିଜକୁ ପୂର୍ବ ବର୍ଦ୍ଧମାନର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ କୋର୍ଟର ମୁଖ୍ୟ କିରାଣୀ ବୋଲି ପରିଚୟ ଦେଇଛି। ଏବଂ ସେ ସେ ଜଣେ ଟିଏମ୍ସି ନେତା ଥିଲା ବୋଲି ମଧ୍ୟ କହିଛନ୍ତି।
CBI Judge in Asansol gets threat letter, asking him to give bail to criminal Anubroto Mondal, failing which his entire family would be framed in NDPS case.
— Amit Malviya (@amitmalviya) August 23, 2022
The judge has written to the District Judge and High Court.
Mamata Banerjee has been defending Mondal even after his arrest. pic.twitter.com/MDsPavxZwa
ଧମକପୂର୍ଣ୍ଣ ଚିଠିରେ ସେ ଲେଖିଛନ୍ତି “ ଆପଣଙ୍କୁ ଅନୁରୋଧ କରୁଛି ଯେ ଟିଏମ୍ସି ନେତା ଅନୁବ୍ରତ ମଣ୍ଡଳଙ୍କୁ ତୁରନ୍ତ ବେଲ୍ରେ ଛାଡ଼ନ୍ତୁ। ନହେଲେ ଆପଣଙ୍କ ପରିବାରକୁ NDPS କମର୍ସିଆଲ୍ କ୍ୱାଣ୍ଟିଟିରେ ମାମଲା ସାମ୍ନା କରିବାକୁ ପଡ଼ିବ।” ଏହି ଧମକପୂର୍ଣ୍ଣ ଚିଠିରେ ଅଭିଯୁକ୍ତକ ଚାଟାର୍ଜୀର ହସ୍ତାକ୍ଷର ବି ରହିଛି।
ଏହି ଘଟଣାକୁ ବିଜେପି ଆଇଟି ସେଲ୍ ମୁଖ୍ୟ ଅମୀତ ମାଲବ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ସିବିଆଇ ବିଚାରପତିଙ୍କ ଅଭିଯୋଗ ପତ୍ରକୁ ସୋସିଆଲ୍ ମିଡିଆରେ ଶେୟାର କରିବା ସହ ବିଚାରପତି ମାମଲା ସମ୍ପର୍କରେ ଜିଲ୍ଲା ଜଜ୍ ଓ ହାଇକୋର୍ଟଙ୍କୁ ଜଣାଇଛନ୍ତି ବୋଲି ସୂଚନା ଦେଇଛନ୍ତି। ହେଲେ ଅନୁବ୍ରତ ଗିରଫ ହେବା ପରେ ବି ମମତା ତାଙ୍କୁ ସମର୍ଥନ ଦେଉଥିଲେ ବୋଲି ଅମୀଲ ଟ୍ୱିଟ୍ରେ ଲେଖିଛନ୍ତି।