ଭାଇରାଲ ହେଉଛି ଟାଇଟନ ସବମର୍ସିବଲର ଶବ୍ଦ, ସଲିଳ ସମାଧି ନେବା ଆଗରୁ ହୋଇଥିଲା ଏପରି ଆବାଜ୍

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ ୧।୩: ଗତବର୍ଷ ଟାଇଟନର ଧ୍ୱଂସାବଶେଷ ଦେଖିବା ପାଇଁ ଆଟଲାଣ୍ଟିକ୍ ସମୁଦ୍ରକୁ ଓହ୍ଲାଇଥିବା ‘ଟାଇଟନ ସବମର୍ସିବଲ’ ବୁଡିଯିବାରୁ ୫ ଜଣଙ୍କର ମର୍ମନ୍ତୁଦ ମୃତ୍ୟୁ ହୋଇଥିଲା।  ତେବେ ଏହି ଦୁର୍ଘଟଣା ସମ୍ପର୍କିତ ଏକ ଡରାଇଦେବା ଭଳି ଅଡିଓ କ୍ଲିପ୍ ଏବେ ସାମ୍ନାକୁ ଆସୁଛି। ଏହି ଅଡିଓ କ୍ଲିପ ସାରା ବିଶ୍ୱକୁ ଏବେ ଦୋହଲାଇ ଦେଇଛି।

ନ୍ୟୁୟର୍କ ପୋଷ୍ଟ  ରିପୋର୍ଟ ଅନୁସାରେ ଏହି ଭୟାନକ କ୍ଲିପ୍‌କୁ ଚ୍ୟାନେଲ ‘ଫାଇଭ’ ଦ୍ୱାରା ନିର୍ମିତ ‘ଦି ଟାଇଟନ ସବଡିଜାଷ୍ଟର:  ମିନିଟ୍ ବାଇ ମିନିଟ୍’ ନାମକ ଏକ ଡକ୍ୟୁମେଣ୍ଟାରୀରେ ଦେଖାଯାଇଛି। ଏହା ଟେଲିଭିଜନରେ ସବମର୍ସିବଲ ଦ୍ୱାରା ପ୍ରସାରିତ ହେଉଥିବା ଅଡିଓର ପ୍ରଥମ ଉଦାହରଣ। ରିପୋର୍ଟରୁ ସଂକେତ ମିଳୁଛି ଯେ ପାଖାପାଖି ୩୦ ମିନିଟର ଅନ୍ତରାଳରେ ସମୁଦ୍ରର ଅତଳ ଗଭୀରରୁ ବାରମ୍ବାର ବିସ୍ଫୋରଣର ଶବ୍ଦ ବାହାରୁଥିଲା।

wp:html /wp:html

ଟାଇଟନ ସବମର୍ସିବଲ ସମ୍ପର୍କିତ ବିରକ୍ତିକର ଶବ୍ଦ ଲୋକଙ୍କୁ ଏବେ ଚିନ୍ତାରେ ପକାଇଛି। ଏଥିରୁ ଏବେ ଆକଳନ କରାଯାଉଛି ଜୀବିତ ବଞ୍ଚିଥିବା ଲୋକେ ହୁଏତ ପାଣି ତଳେ ସହାୟତା ନିମନ୍ତେ ଚିଲ୍ଲେଇଥିବେ। ତେବେ ବିଶ୍ଲେଷକଙ୍କ ଦ୍ୱାରା ପରେ କରାଯାଇଥିବା ବିଶ୍ଲେଷଣ ଯାତ୍ରୀଙ୍କ ବଞ୍ଚିଥିବାର ସମ୍ଭାବନାକୁ ଏଡାଇ ଦେଇଛି।

ବିଶେଷଜ୍ଞମାନେ ଭାବୁଛନ୍ତି ଯେ ସବମର୍ସିବଲ ସମୁଦ୍ରର ଅତଳ ଗଭିରତାରେ ଫାଟିଯିବା ଦ୍ୱାରା  ଅତ୍ୟଧିକ ଚାପ ଯୋଗୁ ଯାତ୍ରୀମାନେ ତୁରନ୍ତ ମରିଯାଇଥିବେ। ଏଥିରେ ଟାଇଟନ ସବମର୍ସିବଳ ସମ୍ପର୍କିତ ଡକ୍ୟୁମେଣ୍ଟ୍ରିରେ ଶବ୍ଦ ପ୍ରସଙ୍ଗକୁ ନେଇ ନୌସେନାର ପୂର୍ବତନ ବୁଡାଜାହାଜ କ୍ୟାପ୍ଟେନ ରେୟନ ରେମସ କହିଛନ୍ତି ଯେ ହୋଇପାରେ କେହି ହୁଏତ ନକିଂ କରୁଥିଲେ। ସେ କହିଛନ୍ତି ଏପରି ଲାଗୁଛି ଯେପରି କେହି ଆବାଜ ଦେବାକୁ ଚେଷ୍ଟା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.