ଝିଅ ଜନ୍ମ କଲା ବୋଲି ୨୦ ବର୍ଷ ହେଲା ଦଣ୍ଡ ଭୋଗୁଛି ବନିତା, ପଢନ୍ତୁ ଏକ ଛାତିଥରା ସତ ଘଟଣା…
16/07/2019 at 2:20 PM

ରେଢାଖୋଲ୧୬|୭: ଝିଅ ଜନ୍ମ ହେଲା ବୋଲି ଦୁଇଟି ନିରୀହ ଜୀବନକୁ ଦିର୍ଘ ୨୦ବର୍ଷ ହେଲା ଦଣ୍ଡ ଭୋଗିବାକୁ ପଡୁଛି । ନିଜର ଅଧତ୍କାର ଓ ପରିଚୟ ପାଇବା ପାଇଁ ଏବେବି ସଂଘର୍ଷ କରୁଛନ୍ତି ମାଁ ଓ ଝିଅ । ସମାଜର ଟାହିଟାପରା ସେପଟେ ଦୋଷକରିଥିବା ବ୍ୟକ୍ତିର ଅତ୍ୟାଚାରକୁ ଛାତିକୁ ପଥର କରି ସହି ରହିଛନ୍ତି ଦୁହେଁ । ରେଢାଖୋଲ,ନାକଟିଦେଉଳ ବ୍ଲକ ଘୁଷୁରାମାଲ ଗାଁର ଏହି ମାଁ ଓ ଝିଅ ନ୍ୟାୟ ପାଇବା ପାଇଁ ରାଜ୍ୟ ମହିଳା କମିଶନଙ୍କ ପାଖକୁ ଦଉଡି ଦଉଡି ନିରାଶ ହୋଇ ରହିଛନ୍ତି ।

ଝିଅ ଜନ୍ମ ହେବାରୁ ଉଭୟ ମାଁ ଓ ଝିଅକୁ ଏମିତି ଦଣ୍ଡ ମିଳିଛି ଯେ, ଶୁଣିଲେ ଦେହ ଥରିଯିବ । ଏ କାହାଣୀ ୨୦ବର୍ଷ ତଳର । ନାକଟିଦେଉଳ ବ୍ଲକ ଘୁଷୁରାମାଲ ଗାଁର ଜନୈକ ବ୍ୟକ୍ତି ତାଙ୍କର ପ୍ରଥମ ସ୍ତ୍ରୀଙ୍କ ୫ଟି ଝିଅ ଜନ୍ମ ହେଲାପରେ , ଜଣେ ତାନ୍ତ୍ରିକର ପ୍ରୋରୋଚନାରେ ସେହି ଗାଁର କଥାକହି ପାରୁନଥିବା ଏବଂ ଶୁଣି ପାରୁନଥିବା ଭିନ୍ନକ୍ଷମ ବନିତା ସ୍ବାଇଁଙ୍କୁ ନାନା ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ । ଆଶା କରିଥିଲେ ପୁଅ ଜନ୍ମ ହେବ । ହେଲେ ବନିତା ମଧ୍ୟ ଏକ ଝିଅ ଜନ୍ମ କରିଥିଲେ । ଭିନ୍ନକ୍ଷମ ବନିତାଙ୍କ ଗର୍ଭରୁ ଝିଅ ଜନ୍ମ ହେବାରୁ ସଂପୃକ୍ତ ବ୍ୟକ୍ତି ଆଉ ବନିତାକୁ ସ୍ବାମୀର ପରିଚୟ ଏବଂ ଝିଅ ଅକ୍ସି କୁ ପିତାର ପରିଚୟ ନଦେଇ ଓଲଟି ଭୟଭୀତ କରାଇ ରଖିଥିଲେ ।

ଗାଁଲୋକ,ସମାଜ.ପରିବାର ସମସ୍ତେ ମାଁ ବନିତା ଓ ଝିଅ ଅକ୍ସି କୁ ଭିନ୍ନ ନଜରରେ ଦେଖିବା ଆରମ୍ଭ କରିଥିଲେ ।ଲୋକ ଲଜ୍ଜା ଯୋଗୁଁ ବାପଘର ଲୋକେ ମଧ୍ୟ ଘରୁ ବାହାର କରିଦେଇଥିଲେ । କୁନି ଝିଅ ସହ ବନିତା ଗାଁରେ ଘରଭଡା ନେଇ ରହିଲେ । ମୂଲମଜୁରୀ, ଭୋକ ଉପାଶରେ ରହି ଝିଅକୁ ବଡ କରିଆସୁଥିଲେ । ଝିଅ ଅକ୍ସି ଏବେ ଯୁକ୍ତ ଦୁଇ ପାଠପଢି ଘରେ ରହିଛି । ବିଡି ତିଆରି କରି, ପତ୍ର ତୋଳି, ପରଘରେ କାମକରି ମାଁକୁ ପୋଷୁଛି ।

‘ଅନ୍ୟ ଜଣଂକର ଭୂଲ ପାଇଁ ଆମେ ଦୁହେଁ ଦଣ୍ଡ ପାଉଛୁ । ଝିଅ ବୋଲି କବେ ତ ସ୍ନେହଁ କଲେନି ବରଂ କେବେ ଦେଖିଦେଲେ ଗାଳିଗୁଲଜ କରୁଛି ବାପା । ନ୍ୟାୟ ପାଇବା ପାଇଁ ରାଜ୍ୟ ମହିଳା କମିଶନ ପାଖକୁ ବାରମ୍ବାର ଦୌଡି ମଧ୍ୟ କିଛି ଲାଭ ମିଳିନି । ଏମିତିରେ ଆମେ ମାଁ ଆଉ ଝିଅ ବହୁକଷ୍ଟରେ ଚଳୁଛୁ’ ବୋଲି କାନ୍ଦିକାନ୍ଦି ଝିଅ ଅକ୍ସି କହିଛି । ମଁ।ଝିଅକୁ କିଛିଜମି ଓ ଚଲିବା ପାଇଁ ମାସକୁ ମାସ ଧାନ ଦେବି ବୋଲି ଅଭିଯୁକ୍ତ ଗାଁରେ କହିଥିଲା, କିନ୍ତୁ କିଛି ଦେଲାନି ବୋଲି ସମ୍ପର୍କୀୟ କୁହନ୍ତି ।

ଝିଅ ଅକ୍ସି ନିଜ ମାକୁ ନ୍ୟାୟ ଦେବା ପାଇଁ ଏକାକୀ ସଂଘର୍ଷ କରୁଛି । ଯାହା କିଛି ପଇସା ପାଉଛି ତାକୁ ସଂଚୟ କରି ଭୂବନେଶ୍ବର ଯାଇ ମହିଳା କମିଶନ ପାଖରେ ଗୁହାରି କରୁଛି । ଟଙ୍କା ଅଭାବ ହେବାରୁ ଭୂବନେଶ୍ବରରୁ କେସଟିକୁ ଏବେ ସମ୍ବଲପୁରକୁ ଉଠାଇ ଆଣିଛି । ଗାଁରେ ମାସିକ ୨୫୦ଟଙ୍କା ଦେଇ ଘରଭଡାରେ ମାଁ ଓ ଝିଅ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି । ବିଡି ତିଆରି କରି ଚଳିବା ମୂଖ୍ୟ କାମ ସାଜିଛି ଏମାନଙ୍କର ।

ଗାଁରେ ଏମିତି ଏକ ଘଟଣା ପରେ ନାଁ ଗାଁଲୋକେ,ନାଁ ବନ୍ଧୁବାନ୍ଧବ କେହିବି ସାହାର୍ଯ୍ୟ ସହୋଯଗ କଲେନାହିଁ ଏହି ମାଁ ଓ ଝିଅକୁ । ସରକାରଙ୍କ ଯୋଜନା ମଧ୍ୟ ସାତସପନ ହୋଇ ରହିଛି ଏମାନଙ୍କ ପାଇଁ । ଭତ୍ତା,ରହିବାପାଇଁ ଘର,କିଛିବି ମିଳିନି ଦୁହଁଙ୍କୁ । ୨୦ବର୍ଷ ତଳେ ଦୋଷ କରିଥିବା ଅଭିଯୁକ୍ତ କିଛି ଜମି,ଧାନ ଦେବି କହି ଚୁକ୍ତିନାମା କରିଥିଲା ।କିନ୍ତୁ ସେସବୁ କିଛିନଦେଇ ଓଲଟି ଭୟଭୀତ କରି ରଖିଛି ଏ ଦୁଇଜଣଙ୍କୁ । ଅଭିଯୁକ୍ତ ଆଜି ଖୁବ ଆରାମରେ ନିଜ ପରିବାର ସହ ରହୁଥିବାବେଳେ । ନିରୀହ,ନିଷ୍ପାପ ଦୁଇଟି ଜୀବନ ବିନା ଦୋଷରେ ପ୍ରତିଟି ମୁହୁର୍ତ୍ତରେ କଷ୍ଟ ପାଉଛନ୍ତି ବୋଲି ଗ୍ରାମବାସୀ କୁହନ୍ତି ।
