ଜମ୍ମୁ-କାଶ୍ମୀର ଗୁଲମର୍ଗରେ ହୀମସ୍ଖଳନ, ଜଣେ ଋଷୀୟ ପର୍ଯ୍ୟଟକ ମୃତ, ୬ ଉଦ୍ଧାର

Published By : Prameya-News7 Bureau | February 22, 2024 IST

ଶ୍ରୀନଗର ୨୨।୨: ଜମ୍ମୁ-କାଶ୍ମୀର ଗୁଲମର୍ଗରେ ଗୁରୁବାର ହୀମସ୍ଖଳନ ହୋଇଛି। ଫଳରେ ବରଫ ଅତଡା ତଳେ ଦବି ଜଣେ ଋଷୀୟ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ହୀମସ୍ଖଳନ କାଳରେ ଋଷୀୟ ପର୍ଯ୍ୟଟକମାନେ ସ୍କି କରୁଥିଲେ। ତେବେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ବରଫତଳେ ଦବି ପ୍ରାଣ ହରାଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁସାରେ ଗୁଲମର୍ଗ ଉପରିଭାଗର କୋଙ୍ଗଦୂରୀ ଢାଲୁରେ ହୀମସ୍କଳନ ହୋଇଛି।

ତେବେ ଘଟଣାବେଳେ ସେଠାରେ ସ୍କି କରୁଥିବା ପର୍ଯ୍ୟଟକମାନେ ଏଥିରେ ସ୍ଥାନୀୟ ଲୋକଙ୍କ ସହାୟତା ନେଇ ନଥିଲେ। ଉଦ୍ଧାର ଓ ସନ୍ଧାନ ଅଭିଯାନ ଚଳାଇବା ପାଇଁ ସେନା ଜବାନ ଓ ଜମ୍ମୁ-କାଶ୍ମୀର ପ୍ରଶାସନର ଏକ ପାଟ୍ରୋଲିଂ ଟିମ୍‌କୁ ଡକାଯାଇଛି। ହୀମ ସ୍ଖଳନ ପରବର୍ତ୍ତି ଛିବିରେ ପର୍ଯ୍ୟଟକଙ୍କୁ ଆଣ୍ଠୁଏ ବହଳର ବରଫରେ ଫଶି ରହିଥିବାର ଦେଖାଯାଇଛନ୍ତି। ବରଫରେ ଫଶି ରହିଥିବା ପର୍ଯ୍ୟଟକଙ୍କ ଉଦ୍ଧାର ନିମନ୍ତେ ହେଲିକପ୍ଟର ମୁତୟନ କରାଯାଇଛି।

{"id":912463,"width":841,"height":631,"sizeSlug":"full","linkDestination":"none"}

ଜାନୁୟାରୀ ପ୍ରଥମ କିଛି ସପ୍ତାହ ଗୁଲମର୍ଗ ଶୁଷ୍କ ପଡିଥିଲା। ହେଲେ ଫେବୃଆରୀ ଆରମ୍ଭରୁ ଭୀଷଣ ହୀମପାତ ଲାଗି ରହିଛି। ଗୁଲମର୍ଗକୁ ଏହାର ପ୍ରକୃତିକ ସୁନ୍ଦରତା ଓ ବିଶ୍ୱସ୍ତରୀୟ ସ୍କି ରିସୋର୍ଟ ଭାବେ ବେଶ୍ ଜଣାଶୁଣା। ଦୁଇ ମାସ ଧରି ଶୁଷ୍କ ରହିବାପରେ ନିକଟରେ ହୋଇଥିବା ହୀମପାତ ଏବେ ପର୍ଯ୍ୟଟକଙ୍କୁ ଏହି ଅଞ୍ଚଳ ପ୍ରତି ଆକର୍ଷିତ କରୁଛି। ଆଡଭେଞ୍ଚର ପସନ୍ଦ କରୁଥିବା ଲୋକଙ୍କ ପାଇଁ ଗୁଲମର୍ଗ ଏବେ ଠିକଣା ପାଲଟିଛି। ଭୀଷଣ ଶୀତ ଋତୁରେ ଚଳିତ ବର୍ଷ ଏଠାରେ ହୀମପାତ ହୋଇ ନଥିଲା। ଫଳରେ ଉପତ୍ୟାକା ବୁଲି ଆସିଥିବା ପର୍ଯ୍ୟଟକ ନିରାଶ ଫେରିଥିଲେ।

ତେବେ ଜାନୁୟାରୀ ମାସ ଶେଷ ହେବା ବେଳକୁ ହୀମପାତ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କୁ ଆମୋଦିତ କରିଥିଲା। ଚଳିତମାସ ପ୍ରାରମ୍ଭରେ ଶ୍ରୀନଗର-ଲେହ ରାଜମାର୍ଗର ସୋନମର୍ଗ ଅଞ୍ଚଳରେ ଭୀଷଣ ହୀମସ୍ଖଳନ ହୋଇଥିଲା। ଏହି ହୀମସ୍ଖଳନ ଜୋଜିଲା ସୁଡ଼ଙ୍ଗ ନିର୍ମାଣ ପାଇଁ ତିଆରି ହୋଇଥିବା ୱାର୍କସପ୍ ନିକଟରେ ହୋଇଥିଲା। ତେବେ ଘଟଣାରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇ ନଥିଲା। ଅଧିକାରୀମାନେ ଫେବୃଆରୀ ପ୍ରଥମ ସପ୍ତାହରେ ଭୀଷଣ ହୀମପାତ ପରେ କାଶ୍ମୀର ଉପତ୍ୟାକାର ଉଚ୍ଚ ଅଞ୍ଚଳରେ ହୀମସ୍ଖଳନର ଚେତାବନୀ ଜାରି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.