ରୋଜ ଡେ'ରେ ବୋଲ ମାନିଲାନି ପ୍ରେମ: ଲୋକଙ୍କଠାରୁ ଛେଚା ଖାଇଲା ରୋଡ ରୋମିଓ, ଧରି ନେଲା ପୋଲିସ୍

Published By : Prameya-News7 Bureau | February 08, 2020 IST

ମେରଠ୍‌୮/୨: ଭାଲେନଣ୍ଟାଇନ ଡେ ଓ୍ବିକ୍‌ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଯାଇଛି। ଶୁକ୍ରବାରରେ ରୋଜ ଡେ ଥିଲା। ଏହି ଦିନରେ ପ୍ରେମିକ ଓ ପ୍ରେମିକା ଗୋଲାପ ଫୁଲ ଦେଇ ପ୍ରେମ ନିବେଦନ କରିଥାଆନ୍ତି। କିନ୍ତୁ ରୋଜ ଡେ ଟି ଜଣେ ପ୍ରେମିକଙ୍କ ପାଇଁ ପାଲଟି ଯାଇଥିଲା ବ୍ୟାଡ୍ ଡେ।

ଉତ୍ତରପ୍ରଦେଶର ମେରଠ୍‌ରେ ଜଣେ ଯୁବକ ଏତରଫା ପ୍ରେମ କରି ଯୁବତୀଙ୍କୁ ଗୋଲାପ ଫୁଲ ଦେଇ ନିର୍ଧୁମ ଛେଚା ଖାଇଛି। ସ୍କୁଟିରେ ଯାଉଥିବା ଯୁବତୀଙ୍କୁ ଅଟକାଇ ପ୍ରେମିକ ପ୍ରବର ଗୋଲାପ ଦେଇ ମାଡ଼ ଖାଇଥିଲା। ଯୁବତୀଙ୍କୁ ଗୋଲାପ ଦେଇ ପ୍ରେମ ନିବେଦନ କରିଥିଲେ ପ୍ରେମିକ। ଯୁବତୀ ତାଙ୍କୁ ବିରୋଧ କରିବାରୁ ଯୁବକ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲା । ଯୁବତୀ ପାଟିକରି ରାସ୍ତାରେ ଯାଉଥିବା ଲୋକଙ୍କୁ ଡାକିଥିଲେ। ତା ପରେ ଟୋକାର ରୋଜ ଡେ'ର ମଜା ବାହାରି ଯାଇଥିଲା । ବାଟଗଲା ଲୋକେ ଯୁବକକୁ ନିର୍ଧୁମ ମାଡ଼ ମାରି ଥାନାରେ ଜିମା ଦେଇଥିଲେ।

ପୋଲିସର ସୂଚନା ମୁତାବକ ପ୍ରଗତି ନଗର ଅଞ୍ଚଳର ଜଣେ ଯୁବକ ଗତ କିଛି  ଦିନ ହେବ ପାଣ୍ଡବ ନଗରର ଜଣେ ଯୁବତୀଙ୍କୁ ହଇରାଣ କରୁଥିଲା। ଶୁକ୍ରବାରରେ ଯୁବତୀ ସ୍କୁଟିରେ ଯିବାବେଳେ ଯୁବକ ଗୋଲାପ ଫୁଲ ଦେଇ ପ୍ରେମ ନିବେଦନ କରିଥିଲା। ସେ ଭୟରେ ଗୋଲାପ ଫୁଲ ନେଇ ନଥିଲେ। ତା ପରେ ଯୁବକ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲା। ଏହା ପୂର୍ବରୁ ରୋଜ ଡେ ରେ ଆଣ୍ଟି-ରୋମିଓ ସ୍ବାର୍ଡ କିଛି ପ୍ରେମିକଙ୍କ ଧୁଲାଇ ମଧ୍ୟ କରି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.