କଂଗ୍ରେସ ହେବ ବଡ ଧରଣର ବିଦ୍ରୋହ ! ନିରଞ୍ଜନକୁ ପିସିସିରୁ ବିଦା କରିବା କରିବ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି

Published By : Prameya-News7 Bureau | October 28, 2019 IST

ଭୁବନେଶ୍ୱର ୨୮।୧୦ - କଂଗ୍ରେସ ହେବ ବଡ ଧରଣର ବିଦ୍ରୋହ। ଆରମ୍ଭ ହେବ ନିରଞ୍ଜନ ହଟାଓ ଅଭିଯାନ। ଯାହାର ନେତୃତ୍ବ ନେବେ ଖୋଦ ନିରଞ୍ଜନଙ୍କ କ୍ୟାମ୍ପ ଲୋକ। ଯାହାର ସୁରାକା ଏବେ ମିଳିଲାଣି। ଏନେଇ ନିରଞ୍ଜନ ସମର୍ଥକ ହିଁ ତିଆରି କରିଛନ୍ତି ବ୍ଲୁ ପ୍ରିଣ୍ଟ। ହରିୟାନ ଓ ମହାରାଷ୍ଟ୍ରରେ କଂଗ୍ରେସ ଲୋକଙ୍କ ସମର୍ଥନ ପାଇବା ପରେ ଏବେ  ଓଡିଶାରେ ଲାଗାତାର ଭାବେ କଂଗ୍ରେସ ବିପର୍ଯ୍ୟୟକୁ ନେଇ ନେତାଙ୍କ ଭିତରେ ଅସନ୍ତୋଷ ଉଗ୍ର ହେଲାଣି…. 

{"id":176178}

ନିରଞ୍ଜନକୁ ପିସିସିରୁ ବିଦା କରିବା କରିବ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି।  ଏ ନେଇ ବ୍ଲୁ ପ୍ରିଣ୍ଟ ତିଆରି ହୋଇସାରିଛି। ଖୁବ ଶିଘ୍ର ମେଳି ବାନ୍ଧିବେ ନେତା। ପୁଣି ସୋନିଆ ପାଖରେ ଫେରାଦ ହେବେ। ଏଥର ନିରଞ୍ଜନଙ୍କ ବିରୋଧୀ ନୁହେଁ ନିରଞ୍ଜନଙ୍କ  କ୍ୟାମ୍ପଲୋକ ହିଁ ନେବେ ନିରଞ୍ଜନ ହାଟଓର ନେତୃତ୍ବ ନେବେ। ହରିୟାନାରେ ଓ ମହାରାଷ୍ଟ୍ରରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ସେଠି ଲୋକେ କଂଗ୍ରେସ ଉପରେ ଭରଷା କରିଛନ୍ତି।  

{"id":176180}

ହେଲେ ଓଡିଶାରେ କଂଗ୍ରେସର ଭୋଟ ବ୍ୟାଙ୍କ ସହ ଭଲ ବେସ ମଧ୍ୟ ରହିଛି। ହେଲେ ସାଧରଣ ନିର୍ବାଚନରେ ଓଡିଶାରେ ମାତ୍ର ୯ଟି ସିଟରେ ଜିତିଲା ଯାହା କଂଗ୍ରେସ ଇତିହାସରେ କେ​‌ବେ ହୋଇନଥିଲା।  ତା ପରେ ପାଟକୁରା  ଓ ବିଜେପୁରରେ  କଂଗ୍ରେସ ଅମନତା ହରାଇଲା। ଏପରିକି ବିଭିନ୍ନ ପ୍ରସଙ୍ଗ​‌ରେ ବି କଂଗ୍ରେସ ସାଇଲେଣ୍ଟ ରହୁଛି। ଯେଉଁ ପ୍ରସଙ୍ଗ କଂଗ୍ରେସ ଫଇଦା ନେବା କଥା କିନ୍ତୁ ବିଜେପି କଂଗ୍ରେସ  ହାତରୁ ପ୍ରସଙ୍ଗ ଛଡାଇନେଉଛି। ଯାହାକୁ ନେଇ  ଏବେ  ନିରଞ୍ଜନକୁ ପିସିସି ସଭାପତି ଗାଦିରେ ବସାଇଥିବା ନିରଞ୍ଜନଙ୍କ ସମର୍ଥକ ବି ଭରଷା କରିପାରୁ ନାହାନ୍ତି।  ତାକୁ ନେଇ ଏବେ କଂଗ୍ରେସ ନେତାଙ୍କ ଭିତରେ ଆରମ୍ଭ ହୋଇଗଲାଣି ଛକାପଞ୍ଚା।   

{"id":176181}

କଂଗ୍ରେସ ଏଭଳି ବିପର୍ଯ୍ୟୟ ପାଇଁ ନିରଞ୍ଜନ ପଟ୍ଟନାୟକ ନିଜେ ଭୁଲ ସ୍ବିକାର କରୁଥିବାବେଳେ ବରିଷ୍ଠ କଂଗ୍ରେସ ନେତା ଙ୍କ ଠାରୁ ଆରମ୍ଭ କରି ରାଜନୈତିକ ବିଶାରଦ ମାନେ  ନେତୃତ୍ବ ଉପରେ ଦୋଷ ଲଦିଛନ୍ତି  ।କଂଗ୍ରେସରେ ଭଲ ନେତୃତ୍ବ ନାହିଁ। ଯାହାକୁ କଂଗ୍ରେସ ଦାୟୀତ୍ବ ଦିଆଗଲା ସେ ନିଜର ବ୍ୟକ୍ତିଗତ ବେପାର ବଢ଼ାଇବାକୁ ଲାଗିଲେ । ଏପରିକି  କଂଗ୍ରେସରେ ଅନୁଶାସନ ନାହିଁ । ଦଳରେ ଯିଏ ଯେତେବେଳେ ଯାହା ଚାହିଁ ଲା ବାହାରେ ବୟାନ ବାଜି କଲା। ତାଙ୍କ ଉପରେ ଆଙ୍କୁଶ ଲାଗିଲା ନାହିଁ। ଯେଉଁ ଥିପାଇଁ କଂଗ୍ରେସ ଓଡିଶାରେ ବିର୍ପଯ୍ୟୟ ସମ୍ମୁଖୀନ ହୋଇଛି।

{"id":176182}

ପିସିସି ସଭାପତିଙ୍କ ବିରୋଧରେ ବିଦ୍ରୋହ କରିବା ହଟାଇବା କଂଗ୍ରେସର ପୁରୁଣା ରୋଗ। ହେଲେ ନିରଞ୍ଜନଙ୍କୁ ହଟାଇବା ପାଇଁ ବିରୋଧୀ କ୍ୟାମ୍ପ ନୁହେଁ  ଖୋଦ ନିରଞ୍ଜନଙ୍କ ସମର୍ଥକ ଏବେ ଆଣ୍ଟା ଭିଡିଛନ୍ତି। ଏନେଇ ଖୁବ ଶିଘ୍ର ଭୁବନେଶ୍ବରରୁ ଆରମ୍ଭ ହେବ ନିରଞ୍ଜନ ହଟାଓ ଅଭିଯାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.