‘ହରଘର ତିରଙ୍ଗା’ ଅଭିଯାନରେ ନୂଆ ରେକର୍ଡ, ୮.୮ କୋଟି ଲୋକେ ଅପଲୋଡ କଲେ ସେଲ୍‌ଫି

Published By : Prameya-News7 Bureau | August 15, 2023 IST

ନୂଆଦିଲ୍ଲୀ  ୧୫।୮: ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏକ ନିବେଦନ ରେକର୍ଡ ସ୍ତରରେ ପ୍ରତିକ୍ରିୟା ପ୍ରାପ୍ତ କରିଛି। ଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ‘ହରଘର ତିରଙ୍ଗା’ ଅଭିଯାନରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଜାତୀୟ ପତାକା ସହ ସେଲ୍‌ଫି ବି  ଅପଲୋଡ କରିବାକୁ କହିଥିଲେ। ୧୫ ଅଗଷ୍ଟ ମଙ୍ଗଳବାର ସୁଧା ପ୍ରାୟ ୮.୮ କୋଟି ଲୋକେ ୱେବସାଇଟ୍‌ରେ ଜାତୀୟ ପତାକା ସହ ସେମାନଙ୍କ ସେଲଫି ଅପଲୋଡ କରିଛନ୍ତି।

ଖୁବ୍‌ଶୀଘ୍ର ଆସିବ ୬ଜି ଯୁଗ, ସ୍ୱାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ସଙ୍କେତ

‘ହରଘର ତିରଙ୍ଗା’ ୱେବ୍‌ସାଇଟ୍‌ ହୋମପେଜ ଅନୁସାରେ ଏଥିରେ ଜାତୀୟ ପତାକା ସହିତ ଏକ ଫଟୋ ଅପଲୋଡ କରିବାର ବିକଳ୍ପ ରହିଛି।  ସେହି ଅନୁସାରେ ସ୍ୱାଧୀନତା ଦିବସ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ୮,୮୧,୨୧, ୫୯୧ (୮୮ ନିୟୁତ)ଟି  ସେଲଫି ଅପଲୋଡ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ‘ହର ଘର ତିରଙ୍ଗା’ ଅଭିଯାନରେ ଅଗଷ୍ଟ ୧୪ ତାରିଖ ଦିନ ରାଜଧାନୀ ଦିଲ୍ଲୀସ୍ଥିତ  ନିଜ ସରକାରୀ ଆବାସରେ ଜାତୀୟ ପତାକା ଉଡାଇଥିଲେ। ଏ ନେଇ ଶାହ ଏକ୍ସ (ଟ୍ୱିଟ୍‌) ମଧ୍ୟ କରିଥିଲେ। ଏଥିରେ ହର ଘର ତିରଙ୍ଗା ଅଭିଯାନରେ ଦିଲ୍ଲୀସ୍ଥିତ ନିଜ ସରକାରୀ ଘରେ ଜାତୀୟ ପତାକା ଉତ୍ତୋଳନ କରିଥିବା ଉଲ୍ଲେଖ କରିଥିଲେ।

{"id":831284,"sizeSlug":"full","linkDestination":"none"}

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁୟାରୀ ୧୩ ତାରିଖ ରବିବାର ଲୋକଙ୍କୁ ହର ଘର ତିରଙ୍ଗା ଅଭିଯାନରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟର ଡିସପ୍ଲେ ପିକଚର( ଡିପି)ରେ ଜାତୀୟ ପତାକା ଫଟୋ ଲଗାଇବାକୁ ଆଗ୍ରହ କରିଥିଲେ। ସେ ନିଜେ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଡିପିରେ ଜାତୀୟ ପତାକା ଛବି ଲଗାଇଥିଲେ। ଯାହାକୁ ଅନୁସରଣ କରି ଅନେକ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପି ନେତାମାନେ ନିଜନିଜ ସୋସିଆଲ ମିଡିଆ ଆକାଉଣ୍ଟ ଡିପିରେ ଜାତୀୟ ପତାକା ଲଗାଇଥିଲେ।

୨୦୨୪ ନିର୍ବାଚନ ପୂର୍ବରୁ ମହିଳା ଏବଂ ଓବିସି ଭୋଟରଙ୍କ ପାଇଁ ଟ୍ରମ୍ପ କାର୍ଡ ଖେଳିଲେ ପିଏମ ମୋଦୀ, କଲେ ୨ଟି ବଡ଼ ଘୋଷଣା

ପ୍ରଧାନମନ୍ତ୍ରୀ ଗତ ଶୁକ୍ରବାର ଲୋକଙ୍କୁ ୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ନିଜନିଜ ଘର ଉପରେ ଜାତୀୟ ପତାକା ଉଡାଇ ହରଘର ତିରଙ୍ଗା ଅଭିଯାନରେ ସାମିଲ ହେବାକୁ ନିବେଦନ କରିଥିଲେ। ସରକାରଙ୍କ ‘ଆଜାଦି କି ଅମୃତ ମହୋତ୍ସବ’ ତତ୍ୱାବଧାନରେ ହରଘର ତିରଙ୍ଗା ଅଭିଯାନ ଚଳାଯାଉଛି। ଏହା ଉଦ୍ଦେଶ୍ୟ ଅଂଶଗ୍ରହଣକାରୀ ଯୋଗଦାନର ଅନୁଭବ ସହିତ ଅଧିକରୁ ଅଧିକ ଜନସାଧାରଣଙ୍କ ଅଂଶଗ୍ରହଣରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.