suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆକାଶରେ ଦେଖାଗଲା ବିରଳ ଦୃଶ୍ୟ; ଜହ୍ନ ତଳେ ରହିଛି ଉଜ୍ଜ୍ୱଳ ନକ୍ଷତ୍ର

24/03/2023 at 7:22 PM

ଭୁବନେଶ୍ୱର ୨୪/୦୩: ଶୁକ୍ରବାର ବା ଆଜି ରାତିରେ ଆକାଶରେ ଏକ ବିରଳ ଦୃଶ୍ୟ ଦେଖାଯାଇଛି। ଜହ୍ନ ତଳେ ଏକ ଉଜ୍ଜ୍ୱଳ ନକ୍ଷତ୍ର ଦେଖିବାକୁ ମିଳିଛି। ଏପରି ପ୍ରକ୍ରିୟାକୁ ଜ୍ୟୋତିର୍ବିଜ୍ଞାନରେ ଅକଲ୍‌ଟେସନ୍‌ ବୋଲି କୁହାଯାଏ। ଏଭଳି ସୁନ୍ଦର ଦୃଶ୍ୟ ଦେଖିବାକୁ କିଏ ଛାତ ଉପରେ ତ ଆଉ କିଏ ରାସ୍ତାରେ ଛିଡା ହୋଇ ଆନନ୍ଦ ଉଠାଇଥିଲେ। ଏମିତିକି ଏହି ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରିବାରେ ସଭିଏଁ ମଶଗୁଲ ହୋଇଥିଲେ। ଏହି ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।

ଏନେଇ ପଠାଣି ସାମନ୍ତ ପ୍ଲାନେଟୋରିଅମ୍‌ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ”ଏହା ଅତି ବିରଳ ଘଟଣା ନୁହେଁ। କିନ୍ତୁ ୨୦୧୫ ପରେ ଏହି ଘଟଣା ଘଟିଛି। ଏଥିରେ ପୃଥିବୀ ଚନ୍ଦ୍ର ଓ ଶୁକ୍ର ଗ୍ରହ ଗୋଟିଏ ସରଳ ରେଖାରେ ଆସିଛନ୍ତି। କିନ୍ତୁ ଶୁକ୍ର ଚନ୍ଦ୍ର ପଛରେ କିଛି ସମୟ ପାଇଁ ଲୁଚି ଯାଇଥିଲା।ଅପରାହ୍ଣ ୪: ୨୭ରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ଦିନ ଥିବାରୁ ଏହା ଭାରତରେ ଦୃଶ୍ୟମାନ ହୋଇନଥିଲା। ଅନ୍ୟପଟେ ଆଫ୍ରିକା ଓ ଏସିଆ ଦେଶର କିଛି ଲୋକମାନେ ସମ୍ପୂର୍ଣ୍ଣ ଭାବେ ତାକୁ ଦେଖିଛନ୍ତି। ଚନ୍ଦ୍ର ପଛରେ ଶୁକ୍ର ଲୁଚିଲା ଗୋଟିଏ ପଟେ ପଶିଲା ଓ ଆଉଗୋଟେ ତଳ ପଟେ ବାହାରିଥିଲା। ଯେହେତୁ ସନ୍ଧ୍ୟା ୬ଟା ସମୟରେ ତାହା ବାହାରି ଆସିଥିଲା ସେଥିପାଇଁ ଶୁକ୍ର ଚନ୍ଦ୍ରର ଅତି ନିକଟତର ଥିଲା। ସେଥିବପାଇଁ ଏପରି ଦୃଶ୍ୟ ଆକାଳରେ ସଂଗଠିତ ହୋଇଥିଲା”। ଏହି ଦୃଶ୍ୟ ଆକାଶରେ ୮:୩୦ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିଲା।

ସେପଟେ ମାର୍ଚ୍ଚ ୨୫ ରୁ ୩୦ ଯାଏଁ ଗୋଟିଏ ରେଖାରେ ୫ଟି ଗ୍ରହ ଦେଖାଯିବେ ବୋଲି ସୂଚନା ରହିଛି। ୨୫ ରୁ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ବୃହସ୍ପତି, ବୁଧ, ଶୁକ୍ର, ମଙ୍ଗଳ, ୟୁରେନ୍ସ ଓ ଚନ୍ଦ୍ର ଏକ ସରଳ ରେଖାରେ ଦିଶିବେ। ସେଥିପାଇଁ ଏପରି ବିରଳ ଦୃଶ୍ୟ ଆକାଶରେ ଦେଖାଯାଇଛି ବୋଲି ମଧ୍ୟ ହିନ୍ଦୁ ଧର୍ମାବଲମ୍ୱିମାନେ କହିଛନ୍ତି। ସୂଚନା ଥାଉକି, ଏକାସାଙ୍ଗରେ ୫ ଟି ଗ୍ରହର ଦୃଶ୍ୟ ଆପଣ ମାର୍ଚ୍ଚ ୨୫ ସୂର୍ଯ୍ୟାସ୍ତର ୪୫ ମିନିଟ ପରେ ଦେଖିପାରିବେ।

   Related Posts