ସଚ୍ଚୋଟତାର ବିରଳ ଉଦାହରଣ: ଅସୁବିଧା ବେଳେ ସାହାଯ୍ୟ କରିଥିବା ଅଜଣା ବ୍ୟକ୍ତିଙ୍କୁ ୨୦୧ ଟଙ୍କା ପଠାଇ ଦେଲେ ଯୁବକ

Published By : Prameya-News7 Bureau | October 12, 2022 IST

ନୂଆଦିଲ୍ଲୀ: ଅନ୍ୟଙ୍କୁ ସାହାଯ୍ୟ  କରିବା ବହୁତ ଭଲ କଥା। ଯେତେବେଳେ  ଆପଣ କାହାକୁ କିଛି ଆର୍ଥିକ ସହାୟତା କରିଥାନ୍ତି ତେବେ ତାହା ଫେରି ପାଇବେ ବୋଲି ଆଶା କରିନଥାନ୍ତି। ବିଶେଷ କରି ଯଦି ଟଙ୍କାର ପରିମାଣ ଅଳ୍ପ ଥିବ। ହେଲେ ଜଣେ ଯୁବକ ଅନ୍ୟ ଜଣଙ୍କଠୁ ଅଚାନକ ଟଙ୍କା ପାଇବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ଲିଙ୍କ୍‌ଡଇନରେ ସେ ଘଟଣା ବିଷୟରେ ସବିଶେଷ ଉଲ୍ଲେଖ କରିଛନ୍ତି। ମଣିଷ କେତେ ସଚ୍ଚୋଟ ହୋଇପାରେ ତାହା ଏହି ଘଟଣାରେ ଦେଖିବାକୁ ମିଳିଛି।

ଫୋନ ପେରେ ଜଣେ ଅଜଣା ଯୁବକ ତାଙ୍କ ନିକଟକୁ ୨୦୧ ଟଙ୍କା ପଠାଇଥିବା କମଲ ସିଂହ ଲିଙ୍କ୍‌ଡଇନ୍‌ରେ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଯେତେବେଳେ ସେ ଚାଟ୍ ଦେଖିଲେ, ଜାଣିବାକୁ ପାଇଥିଲେ ଯେ, ପ୍ରାୟ ବର୍ଷେ ପାଞ୍ଚ ମାସ ତଳେ ଜଣେ ଯୁବକଙ୍କୁ ଛୋଟ ସାହାଯ୍ୟ ଭାବେ ଟଙ୍କା ପଠାଇଥିଲେ। କାରଣ ଉକ୍ତ ଯୁବକ ଜଣକ ସାହାଯ୍ୟ ପାଇଁ ସାମାଜିକ ଗଣମାଧ୍ୟମରେ କ୍ରାଉଡଫଣ୍ଡିଂର ସହାୟତା ଲୋଡିଥିଲେ। ଆଉ ଉକ୍ତ ଯୁବକ ଏବେ ତାଙ୍କ ନିକଟକୁ ଟଙ୍କା ପଠାଇ ଦେଇଛନ୍ତି।  

{"id":695088,"sizeSlug":"full","linkDestination":"none"}
{"id":695089,"sizeSlug":"full","linkDestination":"none"}

ଏହା ଦେଖିବା ପରେ କମଲ ସିଂହ ତୁମ ମାଆ କେମିତି ଅଛନ୍ତି ବୋଲି ପଚାରିଛନ୍ତି। ଯୁବକ ଜଣକ କହିଛନ୍ତି, ସେ ଭଲ ଅଛନ୍ତି ଏବଂ ମୋ ବ୍ୟବସାୟ ମଧ୍ୟ ଭଲ ଚାଲିଛି। ମୋ ଅସୁବିଧା ସମୟରେ ଯେଉଁମାନେ ମୋତେ ସାହାଯ୍ୟ କରିଥିଲେ, ସମସ୍ତଙ୍କୁ ମୁଁ ଟଙ୍କା ଫେରାଇ ଦେଇଛି। ଅର୍ଥ ପଛରେ ଧାଉଁଥିବା ଏହି ଦୁନିଆରେ ମୁଁ ତାଙ୍କ ପରି ସଚ୍ଚୋଟ ଲୋକ ଦେଖି ଚକିତ ବୋଲି କମଲ୍ କହିଛନ୍ତି । କମଲଙ୍କ ଏହି ପୋଷ୍ଟକୁ ୭୮ ହଜାରରୁ ଅଧିକ ଲୋକେ ଲାଇକ୍ କରି ସାରିଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.