୧୫ ମିନିଟ୍ ୱାଶିଂ ମେସିନ୍ରେ ଘୁରିଲା ଦେଢ ବର୍ଷର ଶିଶୁ, ଉଦ୍ଧାର ପରେ ହୋଇଗଲା ଏମିତି….
15/02/2023 at 2:39 PM

ନୂଆଦିଲ୍ଲୀ ୧୫।୦୨: ଦିଲ୍ଲୀରେ ଏକ ଭୟଙ୍କର ଦୁର୍ଘଟଣା ସାମ୍ନାକୁ ଆସିଛି । ଏହି ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଦେଢ ବର୍ଷର ପିଲାଟି ସାବୁନ ଓ ପାଣିରେ ଭର୍ତ୍ତି ୱାଶିଂ ମେସିନରେ ପଡିଯାଇଥିଲା । କେବଳ ସେତିକି ନୁହେଁ ସେ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ସେଥିରେ ଘୁରିଥିଲା । ଘର ଲୋକଙ୍କ ଆଖି ପଡିବା ପରେ ତୁରନ୍ତ ତାକୁ ଉଦ୍ଧାର କରାଯାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ।
ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ ଡାକ୍ତର କହିଥିଲେ ଯେ ଯେତେବେଳେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା ସେତେବେଳେ ପିଲାଟି ଚେତାଶୂନ୍ୟ ହେବା ସହ ଥଣ୍ଡା ହୋଇ ଶ୍ୱାସକ୍ରିୟାରେ ଅସୁବିଧା ଭୋଗୁଥିଲା। ନିଓନାଟୋଲୋଜି ଏବଂ ପେଡିଆଟ୍ରିକ୍ସର ନିର୍ଦ୍ଦେଶକ କହିଛନ୍ତି ଯେ ଶିଶୁଟି ନୀଳ ହୋଇଯାଇଥିଲା ଏବଂ ନିଶ୍ୱାସ ପ୍ରଶ୍ୱାସ ନେଉଥିଲେ ବି ହୃଦସ୍ପନ୍ଦନ ଦୁର୍ବଳ ଥିଲା ଏବଂ ପସ୍ଲ ଏବଂ ବିପି ନଥିଲା
ପିଲାଟି ସାତ ଦିନ କୋମାକୁ ଚାଲି ଯାଇଥିଲା । ଯାହା ଫଳରେ ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଧିରେ ଧିରେ ସୁସ୍ଥ ହେବା ଆରମ୍ଭ କଲା। ଚେତା ଫେରିବା ପରେ ପ୍ରଥମେ ମାଆକୁ ଚିହ୍ନିଲା। ଏହା ପରେ ତାକୁ ୱାର୍ଡରେ ସ୍ଥାନାନ୍ତର କରାଗଲା । ଯେଉଁଠାରେ ସେ ୧୨ ଦିନ ରହିଲା । ବର୍ତ୍ତମାନ ସେ ସୁସ୍ଥ ହୋଇ ଘରକୁ ଯାଇଛି। ଡାକ୍ତରଖାନାର ଡାକ୍ତରମାନେ କହିଛନ୍ତି ଯେ ବର୍ତ୍ତମାନ ପିଲାଟି ସାଧାରଣ ଆଚରଣ କରୁଛି ଏବଂ ଠିକ୍ ଚାଲୁଛି। ହେଲେ ତାଙ୍କ ମସ୍ତିଷ୍କରେ କୌଣସି କ୍ଷତି ହୋଇ ନାହିଁ। ତଥାପି ଶିଶୁର ପରବର୍ତ୍ତୀ ଚିକିତ୍ସା ଚାଲିଛି।