ଗାଁ ମଝିରେ ମହିଳାଙ୍କୁ ଗୋଡ଼େଇ ଗୋଡ଼େଇ ବାଡେଇଲେ ଜଣେ ବୟସ୍କ ବ୍ୟକ୍ତି, ଭିଡିଓ ଭାଇରାଲ

Published By : Prameya-News7 Bureau | October 02, 2020 IST

ନିଶ୍ଚିନ୍ତକୋଇଲି୨/୧୦: ମହିଳାଙ୍କୁ ଗୋଡ଼େଇ ଗୋଡ଼େଇ ବାଡ଼େଇଲେ ଜଣେ ବୟସ୍କ ବ୍ୟକ୍ତି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ସରକାରୀ ପାଣି ଟ୍ୟାପ୍‌ରୁ ପାଣି ନେବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦେଖନ୍ତୁ ଏ ଦୃଶ୍ୟ

wp:html /wp:html

ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ମାହାଙ୍ଗା ଥାନା କୋଳିଅଠା ଗାଁର । ଗାଁର ଦଳିତ ସାହିରେ ଥିବା ସରକାରୀ ପିଇବା ପାଣି ଟ୍ୟାପ ନିକଟରେ ଗାଁର ରମାକାନ୍ତ ସାମଲ ଲୁଗାପଟା ସଫା କରୁଥିଲେ । ଏହି ସମୟରେ ସେହି ସାହିରେ ରୀତାରାଣୀ ସାମଲ ନାମକ ଜଣେ ମହିଳା ପାଣି ନେବାକୁ ଆସି ରମାକାନ୍ତଙ୍କୁ ଲୁଗା ସଫା କରିବାକୁ ବାରଣ କରିଥିଲେ । ଏହାକୁ ନେଇ ରମାକାନ୍ତ ଉତକ୍ଷିପ୍ତ ହେବା ସହ ବାଲଟି ଧରି ମହିଳାଙ୍କୁ ଆକ୍ରମଣ କରିଥିଲେ । ଏହା ପରେ ମହିଳା ଜଣକ ଥାନାରେ ଅଭିଯୋଗ କରିବାକୁ ଆସିବାରୁ ରମାକାନ୍ତ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେବା ସହ ତାଙ୍କ ଦୁଆର ମୁହଁରେ ଜଗି ରହିଥିଲା । ଏହା ପରେ ମହିଳା ଜଣକ ଫୋନ ଯୋଗେ ମାହାଙ୍ଗା ଥାନାରେ ଜଣାଇବା ପରେ ପୋଲିସ ଗାଁରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲା । ଅନ୍ୟପଟେ ରମାକାନ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.