କୋଭିଡ୍ -୧୯ ଟେଷ୍ଟ ପାଇଁ ନୂଆ ତରିକା, ପାଟିରେ କୁଳି କରି ଜାଣି ହେବ କରୋନା ପଜିଟିଭ୍ କି ନୁହେଁ

Published By : Prameya-News7 Bureau | May 29, 2021 IST

ନୂଆଦିଲ୍ଲୀ ୨୯।୦୫: କୋଭିଡ୍ -୧୯ ଟେଷ୍ଟ ପାଇଁ ନୂଆ ତରିକା । ଏଣିକି ପାଟିରେ କୁଳି କରି କରୋନା ଟେଷ୍ଟ କରାଯାଇପାରିବ । ନାଗପୁରର ଏନଭେରମେଣ୍ଟାଲ୍ ଇଂଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ବା NEERI ବୈଜ୍ଞାନିକମାନେ ଏମିତି ଏକ ସାଲାଇନ୍ ପାଣି ବାହାର କରିଛନ୍ତି ଯାହାକୁ ପାଟିରେ ରଖି କୁଳିକରିବା ପରେ ଆପଣ କରୋନା ପଜିଟିଭ୍ କି ନା ତା ଜଣାପଡିବ ବୋଲି ଦାବି କରିଛନ୍ତି । ମାତ୍ର ୩ ଘଣ୍ଟା ମଧ୍ୟରେ ଏହା ଜଣାପଡିବ । ଏହା ଆରଟିପିସିଆର ଟେଷ୍ଟ ଭଳି ସମାନ ବୋଲି ସେମାନେ ଦାବି କରିଛନ୍ତି।

ଏହି ପଦ୍ଧତି ଦ୍ବାରା କମ୍ ଖର୍ଚ୍ଚରେ ଏବଂ ଜଣେ କରୋନା ପଜିଟିବ୍ କି ନା ତାହା ଜାଣିହେବ ବୋଲି କୁହାଯାଇଛି । ଏହି ପଦ୍ଧତିଦ୍ବାରା ଗ୍ରାମାଞ୍ଚଳର ଓ ସହର ଠାରୁ ଦୂରରେ ରହୁଥିବା ଲୋକେ ଲାଭବାନ ହୋଇପାରିବେ । ଏହା ସମସ୍ତଙ୍କ ପାଇଁ ଏକ ସହଜ ପଦ୍ଧତି ବୋଲି NEERI ପକ୍ଷରୁ କୁହାଯାଛି । ଏହି ପଦ୍ଧତିକୁ ଆଇସିଏମ୍‌ର ଅନୁମତି ମିଳିସାରିଛି। ତେବେ ଏହି ପଦ୍ଧତି ପାଇଁ ବ୍ୟବହୃତ ସାଲାଇନ୍ ୱାଟାର କେବେ ବଜାରକୁ ଆସିବ ତାହା ନିର୍ଦ୍ଧିଷ୍ଟ ଭାବେ ଜଣା ପଡିନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.