ନାହିଁ ନାହିଁରେ ଅଙ୍ଗନୱାଡ଼ି କେନ୍ଦ୍ରରେ ଚାଲିଛି ପାଠପଢ଼ା; ବହୁ ବର୍ଷ ହେଲା ତିଆରି ହେଉନି ନୂଆ ସ୍କୁଲ୍‌ ଘର

Published By : Prameya-News7 Bureau | January 25, 2023 IST

ନାରାୟଣପାଟଣା ୨୫/୦୧: ନାହିଁ ନାହିଁରେ ଚାଲିଛି ଶିକ୍ଷା ଦାନ। ସ୍କୁଲ୍‌ ଘର ବଦଳରେ ଗଛ ମୂଳେ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ପଢ଼ୁଛନ୍ତି ପିଲା। ୩୨ ଜଣ ଛାତ୍ରଛାକତ୍ରୀ ବହୁ କେଷ୍ଟେମଷ୍ଟେ ଏହି ଅଙ୍ଗନୱାଡ଼ି କେନ୍ଦ୍ରରେ ପାଠ ପଢ଼ୁଥିବା ଜଣାପଡ଼ିଛି। ଶିକ୍ଷା ଦାନର ଏପରି ବିକଳ ଚିତ୍ର କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ କାଞ୍ଚନପାଡୁ ଗାଁରୁ ସାମ୍ନାକୁ ଆସିଛି।

{"id":737604,"sizeSlug":"large","linkDestination":"none"}

ଖବର ଅନୁସାରେ ବିଦ୍ୟାଳୟ କୋଠା ନ ଥିବାରୁ ବର୍ଷ ସାରା ଗଛ ମୂଳେ ପାଠ ପଢ଼ାଉଥିଲେ ଶିକ୍ଷକ। ପରେ ଏନେଇ ଅଭିଯୋଗ ହେବା ପରେ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଧେଶରେ ଛାତ୍ରଛାତ୍ରୀମାନେ ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ପାଠ ପଢ଼ୁଛନ୍ତି। ସେଠାରେ ଗୋଟିଏ ଶ୍ରେଣୀ ଗୃହରେ ବହୁ କଷ୍ଟେମଷ୍ଟେ ପାଠ ପଢ଼ୁଛନ୍ତି ପିଲା। ଅନ୍ଯ ଘରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଛି। ପ୍ରଥମରୁ ପଞ୍ଚମ ଯାଏଁ ଏହି ଦରମଲା ଅଙ୍ଗନୱାଡି କେନ୍ଦ୍ରରେ ମୋଟ ୩୨ ଛାତ୍ରଛାତ୍ରୀଙ୍କୁ ୨ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି।  

{"id":737608,"sizeSlug":"large","linkDestination":"none"}
ଅଙ୍ଗନୱାଡ଼ି କେନ୍ଦ୍ରରେ ପଢ଼ୁଛନ୍ତି ପିଲା

ଅନ୍ୟପଟେ ଗୋଟିଏ ପୁରୁଣା କୋଠାରେ ପୂର୍ବରୁ ସ୍କୁଲ୍‌ ଚାଲୁଥିଲା। ପରେ ଏହା ଭୁଷୁଡ଼ିପଡ଼ିବା ଭୟରେ କିଛିଦିନ ଗଛତଳେ ଓ ଏବେ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିକ୍ଷାଦାନ କରାଯାଉଛି। ସୂଚନାଥାଉକି, ବହୁ ବର୍ଷ ହେଲା ପୁରୁଣା ସ୍କୁଲ୍ କୋଠା ଭୁଷୁଡ଼ିଲାଣି। କିନ୍ତୁ ଏବେ ସୁଦ୍ଧା ବି ପ୍ରଶାସନିକ ଅଧିକାରୀଙ୍କ ଅବହେଳା ପାଇଁ ସେଠାକରେ ଏକ ନୂଆ ସ୍କୁଲ୍‌ ଘର ତିଆରି ହୋଇପାରୁନାହିଁ  ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏନେଇ ସେମାନେ ସ୍ଥାନୀୟ ସରପଞ୍ଚ ଓ ବିଡ଼ିଓଙ୍କୁ ବାରମ୍ୱାର  ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଳୁନାହିଁ। ସେଠାରେ ଏକ ନୂଆ ସ୍କୁଲ୍‌ ଘର ତିଆରି କରିବାରୁ ଏବେ ସାଧାରଣରେ ଦାବି ହେଉଛି।

{"id":737609,"sizeSlug":"large","linkDestination":"none"}
ଅଧାପନ୍ତରିଆ ଅବସ୍ଥାରେ ଭାଙ୍ଗିଯାଇଥିବା ପୁରୁଣା ସ୍କୁଲ୍‌ ଘର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.