scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫ୍ଲିପକାର୍ଟରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ବିଗ୍ ଇୟର ଏଣ୍ଡ ସେଲ୍’, ସ୍ମାର୍ଟଫୋନ ଉପରେ ମିଳିବ ମୋଟାରକମର ଡିସ୍କାଉଣ୍ଟ

7/12/2023 at 8:54 PM

ମୁମ୍ବାଇ ୭।୧୨: ଦିପାବଳୀ ସେଲ୍ ପରେ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ପୁଣି ଏ ନୂଆ ସେଲ ଆରମ୍ଭ ହେବାକୁ ଯାଉଛି। ଏହାକୁ ‘ବିଗ୍ ଇୟର ଏଣ୍ଡ ସେଲ୍’ କୁହାଯିବ। ମାୟ ସ୍ମାର୍ଟ ପ୍ରାଇସ୍ ରିପୋର୍ଟ ଅନୁସାରେ  ବିଗ୍ ଇୟର ଏଣ୍ଡ ସେଲ୍‌ ଅଥବା ଏଣ୍ଡ ଅଫ ସିଜିନ ସେଲ୍ ୯ ଡିସେମ୍ବର ୨୦୨୩ରେ ଫ୍ଲିପକାର୍ଟରେ ଆରମ୍ଭ ହେବ। ଏହି ସେଲରେ ଆପଣ ମୋବାଇଲ, ଇଲେକ୍ଟ୍ରୋନିକ୍ସ ଓ ଅନ୍ୟ କ୍ୟାଟଗରୀରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇ ପାରନ୍ତି।

ଫ୍ଲିପକାର୍ଟଙ୍କ ବିଗ୍‌ ଇୟର ଏଣ୍ଡ ସେଲ୍ ୧୬ ଡିସେମ୍ବର ୨୦୨୩ରେ ସମାପ୍ତ ହେବ। ଏହି ସେଲ୍‌ରେ ଆପଲ ଆଇଫୋନ ୧୪ ପ୍ଲସ୍ ଉପରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଡିସ୍କାଉଣ୍ଟ ମିଳିବ। ଫୋନକୁ ଆପଣ ୬୯,୯୯୯ରେ କିଣି ପାରିବେ। ଫ୍ଲିପାକାର୍ଟ ସେଲ୍‌ରେ ସାମସଙ୍ଗ ଗ୍ୟାଲେକ୍ସି ଏସ୍-୨୨ ୫-ଜି ଉପରେ ୪୧ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ନଥିଂ ଫୋନ-୨କୁ ଫ୍ଲିପକାର୍ଟରେ ୩୯,୯୯୯ ଟଙ୍କାରେ କିଣାଯାଇ ପାରିବ।

ଏହି ସେଲ୍‌ରେ ଇନଫିନିକ୍ସ ହଟ୍ ୩୦ଆଇକୁ ୭,୪୯୯ରେ ବିକ୍ରି କରାଯିବ। ଆପଣ ଫ୍ଲିପକାର୍ଟ ବିଗ୍ ଇୟର ଏଣ୍ଡ ସେଲରେ ୧,୯୯୯ ଟଙ୍କାର ଲାଭ ନେଇ ପାରନ୍ତି। ସେହିପରି ମୋଟରୋଲା ଜି-୫୪ ୫-ଜିକୁ ୫ ହଜାର ଟଙ୍କା ଡିସ୍କାଉଣ୍ଟରେ କିଣାଯାଇ ପାରିବ। ସେହିପରି ଫ୍ଲିପକାର୍ଟ ସେଲରେ ରିୟଲମି ସି-୫୩ ବଜେଟ୍ ସ୍ମାର୍ଟ ଫୋନ ୧୨୮ଜିବି ଭାରିଏଣ୍ଟକୁ ୧,୯୯୯ ଟଙ୍କା ଶସ୍ତାରେ କିଣାଯାଇପାରିବ। କେବଳ ମୋବାଇଲ ଫୋନ ନୁହେଁ ଇଲେକ୍ଟ୍ରିକ୍‌ ଓ ଇଲେକ୍ଟ୍ରୋନିକ୍ସରେ ମଧ୍ୟ ଗ୍ରାହକଙ୍କୁ ବେଶ୍ ରିହାତି ମିଳିବ।

୨୦୩୦ ସୁଦ୍ଧା ଭାରତ ଦୁନିଆର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ହେବ: S&P

   Related Posts