ପୃଥିବୀ ଆଡକୁ ମୁହାଁଉଛି ବିଶାଳ ସୂର୍ଯ୍ୟ ସ୍ପଟ୍, ନାସା ଦେଲା ସୂଚନା

Published By : Prameya-News7 Bureau | July 10, 2022 IST

ନୂଆଦିଲ୍ଲୀ ୧୦/୦୭; ଜୁଲାଇ ୮ ରେ, ପୃଥିବୀ ଏକ ସୌର ଝଡ଼ର ସାମ୍ନା କରିଛି।  ବୈଜ୍ଞାନିକମାନେ ଜୁଲାଇ ୩ ରେ ଘଟିଥିବା ଗୁପ୍ତ ବିସ୍ଫୋରଣ ଉପରେ ଆଧାର କରି ଏହି ସୌର ଝଡ଼ର ସମ୍ଭାବନା ନେଇ ପୂର୍ବାନୁମାନ କରିଥିଲେ। ଏହା ଆଶାଠୁ ଅଧିକ ଶକ୍ତିଶାଳୀ ପରିଲିକ୍ଷିତ ହୋଇଛି। G2 ଶ୍ରେଣୀର ସୈର କାର୍ଯ୍ୟକଳାପ ଠୁ ଏହା ଅଧିକ ଶକ୍ତିଶାଳୀ। ପୂର୍ବରୁ ମଧ୍ୟ ସୋଲାର ଡାଇନାମିକ୍ସ ଅବଜରଭେଟୋରୀ ଏକ ବିଶାଳ ସୂର୍ଯ୍ୟ ସ୍ପଟ୍ ବିଷୟରେ ଅନୁସନ୍ଧାନ କରାଇଥିଲେ ଯାହା ପୃଥିବୀ ଆଡକୁ ବଢୁଥିବାର ଜଣାପଡିଥିଲା।

ଏହି ସୂର୍ଯ୍ୟ ସ୍ପଟରେ ଦୁଇଟି କଳା ଛିଦ୍ର ଥିଲା। ଏହି ଛିଦ୍ର ସୂର୍ଯ୍ୟ ସ୍ପଟ୍ ର ଅଂଶ ଯାହା ଚୁମ୍ବକୀୟ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି କରେ। ଏଥିସହ ଏହା ସ୍ବତ ପ୍ରବୃତ୍ତ ଜାଳେଣି ସୃଷ୍ଟି କରେ ଯାହା ସ୍ବର ପ୍ରଜ୍ବଳନ ଭାବରେ ଜଣାଶୁଣା । ଏହି ନୂତନ ସୂର୍ଯ୍ୟ ସ୍ପଟ୍ ଅନୁସନ୍ଧାନ ହେବା ପରେ ବର୍ତ୍ତମାନ ଅନ୍ୟ ଏକ ପ୍ରମୁଖ ସୌର ଝଡ଼ କାର୍ଯ୍ୟକଳାପର ଆଶଙ୍କା ବୃଦ୍ଧି ପାଇଛି ।
ନାସା ସୋଲାର ଡାଇନାମିକ୍ସ ଅବଜରଭେଟୋରୀ ପ୍ରଥମେ ଜୁଲାଇ ୫ ରେ AR3053 ନାମକ ସୂର୍ଯ୍ୟ ସ୍ପଟକୁ ଠାବ କରିଥିଲା। ୪୮ ଘଣ୍ଟା ଧରି ଏହା ଦେଖିବା ପରେ ଆମେରିକାର ସ୍ପେସ୍ ଏଜେନ୍ସି ଏ ସମ୍ପର୍କରେ ସୂଚନା ଦେଇଥିଲା। ଏହି ଦୁଇଟି କଳା ଛିଦ୍ର ସୂର୍ଯ୍ୟ ସ୍ପଟ୍ ପାଇଁ ବିରଳ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.