ଇସ୍କନ ମନ୍ଦିର ସମ୍ମୁଖରୁ ଯୁବତୀଙ୍କ ମୋବାଇଲ ଝାମ୍ପିନେଲେ ଲୁଟେରା, CCTVରେ କଏଦ ହେଲା ଲୁଟ୍‌ର ଦୃଶ୍ୟ

Published By : Prameya-News7 Bureau | February 20, 2024 IST

ଭୁବନେଶ୍ବର ୨୦।୨: ଭୁବନେଶ୍ବର ଇସ୍କନ ମନ୍ଦିର ସମ୍ମୁଖରୁ ଯୁବତୀଙ୍କ ମୋବାଇଲ ଝାମ୍ପିନେଲେ ଲୁଟେରା । ଅଭିଯୋଗ ପରେ ନୟାପଲ୍ଲୀ ଥାନା ପୋଲିସ ଛାନଭିନ ଜାରି ରଖିଛି । ଘଟଣାର ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜ ଆଧାରରେ  ଲୁଟେରାଙ୍କୁ ଖୋଜୁଛି ନୟାପଲ୍ଲୀ ଥାନା ପୋଲିସ ।

wp:html /wp:html

ସୂଚନାଯୋଗ୍ୟ ଯେ, ଦୁଇ ଜଣ ଯୁବତୀ ଭୁବନେଶ୍ବର ଇସ୍କନ ମନ୍ଦିର ସମ୍ମୁଖରେ ଚାଲି ଚାଲି ଯାଉଥିଲେ । ଏହି ସମୟରେ ଦୁଇ ଜଣ ଲୁଟେରା ଗୋଟିଏ ବାଇକ୍‌ରେ ଆସି ଜଣେ ଯୁବତୀଙ୍କ ହାତରୁ ମୋବାଇଲ ଫୋନ୍ ଛଡାଇ ନେଇଥିଲେ । ଦୁର୍ବୃତ୍ତ ଦୁଇ ଜଣ ମୋବାଇଲ ଛଡାଇ ନେଇ ଜୟଦେବବିହାର ଆଡ଼କୁ ପଳାଇ ଯାଇଥିଲେ । ଯାହାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଛାନଭିନ୍ ଜାରି ରଖିଛି । ଦୁର୍ବୃତ୍ତ ଦୁଇ ଜଣଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି ।

You Can Read :

wp:embed {"url":"https://www.prameyanews7.com/murder-case-in-jagatsinghpur-ogarapur-village/","type":"wp-embed","providerNameSlug":"prameya-news-7"}
https://www.prameyanews7.com/murder-case-in-jagatsinghpur-ogarapur-village/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.