ଆନନ୍ଦପୁର: ନାବାଳକ ପୁତୁରାକୁ ନିଶା ପିଆଇଲା ବଡ଼ବାପା। ପ୍ରତିବାଦ କରିବାରୁ ଭାଇବୋହୂକୁ କଲା ମରଣାନ୍ତକ ଆକ୍ରମଣ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଥାନା କାଠକଟା ଗାଁରେ। ଏଠାରେ ଜଣେ ବ୍ୟକ୍ତି ନିଜ ନାବାଳକ ପୁତୁରାକୁ ନିଶା ପିଆଇଦେଇଥିଲେ। ଫଳରେ ପିଲାଟି ନିଶାସକ୍ତ ଅବସ୍ଥାରେ ଏକ ଗଛରେ ଚଢ଼ିଯାଇଥିଲେ। ଆଉ ସେହି ଗଛରୁ ପଡ଼ି ଗୁରୁତର ହୋଇପଡ଼ିଥିଲେ। ଏହାର ପ୍ରତିବାଦ କରିବାରୁ ନାବାଳକଙ୍କ ମାଆ ଅର୍ଥାତ୍ ଭାଇବୋହୂଙ୍କୁ ପଥରରେ ଆକ୍ରମଣ କରିଛି ବଡ଼ବାପା।
ସୂଚନା ଅନୁଯାୟୀ, ଗ୍ରାମର ସୁକାନ୍ତି ହୋଙ୍କ ନାବାଳକ ପୁଅ ଅଭିରାମ ନିଜ ବଡ଼ବାପା ଟିକୁ ହୋଙ୍କ ଘରକୁ ଯାଇଥିଲେ। ହେଲେ ସେଠାରେ ଟିକୁ ତାଙ୍କୁ ହାଣ୍ଡିଆ ପିଆଇଦେଇଥିଲେ। ଏଥିରେ ନିଶା ହେବା କାରଣରୁ ପିଲାଟି ଗଛରେ ଚଢ଼ିଯାଇଥିଲା। ଆଉ ଗଛରୁ ପଡ଼ି ଗୁରୁତର ହୋଇଥିଲା । ତେବେ କାହିଁକି ହାଣ୍ଡିଆ ପିଆଇଥିଲେ ବୋଲି ପ୍ରତିବାଦ କରିବାକୁ ସୁକାନ୍ତିଙ୍କୁ ପଥରରେ ଆକ୍ରମଣ କରିଥିଲେ ଟିକୁ । ଏହା ସହ ରକ୍ଷା କରିବାକୁ ଆସିଥିବା ସ୍ଥାନୀୟ ଲୋକଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା କହିଛନ୍ତି ସୁକାନ୍ତି।
ଆହୁରି ପଢ଼ନ୍ତୁ: ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା, ଦ୍ରୁତ ଗତିରେ ଆସି ଡିଭାଇଡରରେ ପିଟିହେଲା ଆମ୍ବୁଲାନ୍ସ
ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଆନନ୍ଦପୁର ପୋଲିସ ଉଭୟ ଭାଇବୋହୁ ସୁକାନ୍ତି ହୋ ଓ ତାର ନାବାଳକ ପୁଅ ଅଭିରାମକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଏତଲା ପରେ ଅଭିଯୁକ୍ତ ଦେଢଶୁର ଟିକୁ ହୋ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ହେବ ବେଲି ପୋଲିସ୍ ତରଫରୁ ସୂଚନା ମିଳିଛି ।