ହଷ୍ଟେଲ୍ରେ ନାବାଳିକା ଛାତ୍ରୀଙ୍କୁ ରୋଷେୟାର ଦୁଷ୍କର୍ମ ଅଭିଯୋଗ, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ପରିବାର ଲୋକେ
4/02/2023 at 11:17 PM

କେନ୍ଦୁଝର: କେନ୍ଦୁଝରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଘଟିଛି ଏକ ଅତି ଲଜ୍ଜା ଜନକ ଘଟଣା । ଶିକ୍ଷାନୁଷ୍ଠାନର ହଷ୍ଟେଲ୍ରେ ଜଣେ ଛଅ ବର୍ଷର ନାବାଳିକା ଛାତ୍ରୀଙ୍କୁ ସେହି ହଷ୍ଟେଲର ରୋଷେୟା ଅତି ଆମାନୁଷିକ ଭାବରେ ଦୁଇ ଦୁଇ ଥର ଦୁଷ୍କର୍ମ କରିଥିବା ସଙ୍ଗୀନ ଅଭିଯୋଗ ହୋଇଛି। ଏ ନେଇ ନ୍ୟାୟ ପାଇଁ ପୀଡିତାଙ୍କ ପରିବାର ଲୋକେ ଜିଲ୍ଲାପାଳ ଏବଂ ଏସପିଙ୍କ ଦ୍ଵାରସ୍ଥ ହାେଇଛନ୍ତି।
କେବଳ ସେତିକିରେ କଥା ସୀମିତ ରହି ନାହିଁ । ବରଂ ଘଟଣା କାହାରି ଆଗରେ ପ୍ରକାଶ ନ କରିବାକୁ ଛାତ୍ରୀକୁ ଧମକ ଦେଇଛନ୍ତି। ଛାତ୍ରୀଟିକୁ ସ୍କୁଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଅତି ନିର୍ମମ ଭାବରେ ଅତ୍ୟାଚାର କରାଯିବା ସହ ଘଟଣା ବାହାରେ ପ୍ରକାଶ କଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କ ଦ୍ବାରସ୍ଥ ହୋଇଛନ୍ତି।