ତାନ୍ତ୍ରିକ ନିର୍ଦ୍ଦେଶରେ ବଡ଼ ଭାଇକୁ ସୁସ୍ଥ କରିବାକୁ ବାପା-ମାଆଙ୍କୁ ବଳିଦେଲା ନାବାଳକ

Published By : Prameya-News7 Bureau | August 11, 2022 IST

ନୂଆଦିଲ୍ଲୀ ୧୦/୦୮: ବିଶ୍ୱାସରୁ ଚାଲିଗଲା ଦୁଇ ଜୀବନ। ବଡ଼ ଭାଇକୁ ରୋଗରୁ ଭଲ କରିବା ପାଇଁ ବାପା ମାଆଙ୍କୁ ବଳି ଦେଲା ସାନ ଭାଇ। ଏମିତି ଏକ ଘଟଣା ଛତିଶଗଡ଼ରେ ଦେଖିବାକୁ ମିଳିଛି। ଭଣ୍ଡ ତାନ୍ତ୍ରିକର କଥାରେ ପଡ଼ି ଏକ ୧୭ ବର୍ଷୀୟ ନାବାଳକ ତାର ଅଭିଭାବଙ୍କୁ ହତ୍ୟା କରିଛି। ଖବର ସରବରାହ ସଂସ୍ଥା ପ୍ରେସ୍‌ ଟ୍ରଷ୍ଟ ଅଫ ଇଣ୍ଡିଆ (ପିଟିଆଇ)ର ରିପୋର୍ଟରେ ଏପରି ଏକ ଖବର ପ୍ରକାଶ ପାଇଛି। ଛତିଶଗଡ଼ର ରାଇଘର ଜିଲ୍ଲାରେ ଏପରି ଅଘଟଣ ଘଟିଛି।

ଏହି ଘଟଣାରେ ନାବାଳକର ଅନ୍ୟ କିଛି ସମ୍ପର୍କୀୟମାନେ ସମ୍ପୃକ୍ତ ଅଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ମଙ୍ଗଳବାର (ଅଗଷ୍ଟ ୯) ଅଭିଯୁକ୍ତ ନାବାଳକ ସହିତ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ୬ ଜଣଙ୍କୁ ପାଖ ଜିଲ୍ଲା ଜସପୁରରୁ ସ୍ଥାନୀୟ ପୋଲିସ କାବୁ କରି ଅଟକ ରଖିଛି। ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

ଏହି ଘଟଣାରେ ମୃତାହତ ହୋଇଥିବା ଦମ୍ପତ୍ତି ଶୁକୃରାମ ଯାଦବ (୪୦) ଓ ତାଙ୍କ ସ୍ତ୍ରୀ ମନ୍ମତି ଙ୍କ(୩୫) ମୃତଦେହ ଅଗଷ୍ଟ ୧ ରେ ମହାନଦୀର ପୋଲ ତଳୁ ମିଳିଛି ବୋଲି ରାଇଘର ପୋଲିସ ଅଧିକ୍ଷକ ଅଭିଷେକ ମୀନା କହିଛନ୍ତି । ନାବାଳକକୁ ପଚରାଉଚୁରାରୁ ଜଣା ପଡ଼ିଛିଯେ ଏହା ଯାଦୁ ଟୋନା ଜନିତ ହତ୍ୟା। ନାବାଳକ ଓ ତାର ସମ୍ପର୍କୀୟମାନେ ଜଣେ ଯାଦୁଗର କଥାରେ ପଡ଼ି ଦମ୍ପତ୍ତିଙ୍କୁ ମାରି ଦେଇଛନ୍ତି ବୋଲି ସ୍ୱୀକାର କରିଛନ୍ତି।

ଗୋଟେ ମାସ ପୂର୍ବରୁ ନାବାଳକର ବଡ଼ଭାଇ ମାନସିକ ରୋଗରେ ପୀଡ଼ିତ ହୋଇଥିଲେ। ତାକୁ ଭଲ କରିବା ପାଇଁ ସେମାନେ ଜଣେ ଯାଦୁଗର ପାଖକୁ ଯାଇଥିଲେ। ନାବାଳକ ମା କଳା ଯାଦୁ କରିଥିବାରୁ ବଡ଼ ଭାଇ ରୋଗରେ ପୀଡ଼ିତ ବୋଲି ବୋଲି ଯାଦୁଗର କହିଥିଲା। ବଡ଼ ଭାଇକୁ ଭଲ କରିବା ପାଇଁ ବାପାମାଆଙ୍କୁ ହତ୍ୟା କରିବାକୁ ତାନ୍ତ୍ରିକ ତାକୁ ନିର୍ଦ୍ଦେଶ ଦେଇଥିଲା ବୋଲି ନାବାଳକ ପୋଲିସକୁ କହିଛି । ନାବାଳକ ଆହୁରି କହିଥିଲା ଯେ ବାପା ମାଆଙ୍କ ମୃତ୍ୟୁ ପରେ ତାଙ୍କର ଆର୍ଥିକ ସ୍ଥିତି ସୁଧୁରିଯିବ ବୋଲି କହିଥିଲା ଯାଦୁଗର କହିଥିଲା।  

ଫଳରେ  ନାବାଳକ ତାର ୭ ଜଣ ସମ୍ପର୍କୀୟ ଭାଇମାନଙ୍କ ସହ ମିଶି ତା ବାପାମାଙ୍କ ଗଳାକାଟି ହତ୍ୟା  କରିଥିଲା । ପରେ ସେମାନଙ୍କ ମୃତ ଦେହକୁ ମହାନଦୀରେ ଥିବା ପୋଲ ତଳକୁ ଫିଙ୍ଗି ଦେଇଥିଲା ବୋଲି ପୋଲିସ ଅଧିକାରୀ କହିଛନ୍ତି।। ଏହି ଘଟଣାରେ ସମ୍ପୃକ୍ତ ଦଶରଥ ଯାଦବ ନାମକ ଜଣେ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛି ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.