ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ ନେଇ ଖବର

Published By : Prameya-News7 Bureau | July 28, 2022 IST

ନୂଆଦିଲ୍ଲୀ: ରାଜସ୍ଥାନର ବାରମେରରେ ବାୟୁସେନାର ଲଢୁଆ ବିମାନ ମିଗ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଗ୍ ୨୧ ବିମାନ କ୍ରାସ ହେବା ପରେ ବିମାନର ଭଗ୍ନାବଶେଷରେ ନିଆଁ ଲାଗିଥିବା ଖବର ରହିଛି । ଘଟଣାସ୍ଥଳରେ ପ୍ରଶାସନିକ ଟିମ ପହଞ୍ଚିଛି।

ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।  ଦୁର୍ଘଟଣାଗ୍ରସ୍ତ ହେବା ପରେ ଏକ କିଲୋମିଟର ଦୂର ଯାଏଁ ନିଆଁ ଲାଗିଥିବା ବିମାନର ଭଗ୍ନାବଶେଷ ପଡିଥିବା ଦେଖିବାକୁ ମିଳିଥିଲା । ବାୟୁତ ଥାନା ଅନ୍ତର୍ଗତ ଭୀମଡା ଗାଁରେ ଏହି ବିମାନ ଦୁର୍ଘଟଣା ଘଟିଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ବିମାନ ତଳେ ପଡିବା ସହ ନିଆଁ ଲାଗି ଯାଇଥିଲା ଏବଂ ସେଠାରେ ୧୫ ଫୁଟର ଗାତ ସୃଷ୍ଟି ହୋଇଥିଲା। ଏହି ଘଟଣା ଗୁରୁବାର ରାତି ପ୍ରାୟ ୯ଟାରେ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.