LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଏସ୍‌ସିବି ମେଡିକାଲ ପରିସରର ଦୃଶ୍ୟ: ପଲିଥିନରୁ ଅଇଁଠା ଚାଟି ଚାଟି ଖାଉଛନ୍ତି ଜଣେ ମାନସିକ ବିକାରଗ୍ରସ୍ତ, ଦେଖନ୍ତୁ

29/09/2020 at 4:32 PM

କଟକ୨୯/୯: କଟକ ଏସ୍‌ସିବି ଡାକ୍ତରଖାନା ପରିସରରୁ ଏମିତି ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ, ମନ​‌ରେ ପ୍ରଶ୍ନ ଉଙ୍କି ମାରୁଛି। ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଅଳିଆ ଆବର୍ଜନା ଗଦାରୁ ଅଇଁଠା ଭାତ ଖାଉଛନ୍ତି। ଯେଉଁ ପଲିଥିନରେ ଖାଦ୍ୟ ନାହିଁ, ସେଗୁଡିକୁ ଚାଟି ଚାଟି ଖାଉଛନ୍ତି। ଆପଣଙ୍କ ଭାବୁଥିବେ ଜଣେ ମାନସିକ ବିକାରଗ୍ରସ୍ତ ଏଣେତେଣେ ବୁଲି ଖାଇବନି ତ କଣ କରିବ? କିନ୍ତୁ ଏସ୍‌ସିବି ଡାକ୍ତରଖାନା ବା ବଡ଼ ମେଡିକାଲ ପରିସରରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଅଇଁଠା ଖାଦ୍ୟକୁ ଚାଟି ଚାଟି ଖାଇବା କେତେ ଗ୍ରହଣୀୟ?

ସାରା ରାଜ୍ୟର ଲୋକେ ଚିକିତ୍ସା ନିମନ୍ତେ ଏସ୍‌ସିବି ଡାକ୍ତରଖାନାକୁ ଆସିଥାଆନ୍ତି, କିନ୍ତୁ ସେଠାରେ ଜଣେ ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଚିକିତ୍ସା କରିବା ଲାଗି କଣ କୌଣସି ସୁବିଧା ସୁଯୋଗ ନାହିଁ ? ଏସ୍‌ସିବି ମେଡିକାଲରେ ଉତ୍କୃଷ୍ଟ ମାନସିକ ଚିକିତ୍ସା କେନ୍ଦ୍ର ଓ ଅପରିଚିତ ମାନସିକ ରୋଗୀଙ୍କ ଥଇଥାନ କେନ୍ଦ୍ର ରହିଛି। ତଥାପି ମେଡିକାଲର କାଜୁଆଲିଟି ନିକଟରେ ଜଣେ ବ୍ୟକ୍ତି ଅଇଁଠା ଚାଟି ଚାଟି ଖାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରତିଦିନ ଏସ୍‌ସିବି ମେଡିକାଲ ବା କଟକ ସହରରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଯେଉଁଠି ମାନସିକ ବିକାରଗ୍ରସ୍ତ ଲୋକଙ୍କ ଥଇଥାନର ସୁବିଧା ରହିଛି, ସେଠାରେ ଏମିତି ଘଟଣାକୁ ନିନ୍ଦା କରାଯାଇଛି। ଏ ନେଇ କିଛି ସ୍ବେଚ୍ଛାସେବୀ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି।

    –

   Related Posts