IPL ତ୍ରୟୋଦଶ ସଂସ୍କରଣ ଉପରେ Corona ଛାଇ, ଖୁବ୍ ଶୀଘ୍ର ଅନୁଷ୍ଠିତ ହେବ BCCIଙ୍କ ବୈଠକ

Published By : Prameya-News7 Bureau | March 11, 2020 IST

ମୁମ୍ବାଇ ୧୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ପରିଚାଳନା ପରିଷଦର ବୈଠକ ଖୁବ୍ ଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଆଇପିଏଲର ତ୍ରୟୋଦଶ ସଂସ୍କରଣ ନେଇ ଆଲୋଚନା ହେବ। ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ମାର୍ଚ୍ଚ ୨୯ ତାରିଖ ଦିନ ଆଇପିଏଲର ଶୁଭାରମ୍ଭ ହେବ। ତେବେ ଦେଶରେ କରୋନାକୁ ନେଇ ଉପୁଜିଥିବା ପରିସ୍ଥିତି ଆଇପିଏଲ ଆୟୋଜନ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

{"id":236502,"sizeSlug":"large"}

ତେବେ ପରିଦୃଶ୍ୟ ନେଇ ଆଗାମୀ ଦୁଇ ୩ ଦିନ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ। ଏ ନେଇ ଅଧିକାରୀକ ଭାବେ ଏପର୍ଯ୍ୟନ୍ତ କିଛି କୁହାଯାଇ ନଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତି ଆମ ଚତୁପାର୍ଶ୍ୱରେ ଘଟୁଥିବା ଘଟଣା ଉପରେ ଆମକୁ ନଜର ରଖିବାକୁ ବାଧ୍ୟ କରୁଛି।   କାରଣ ଏବେ ପ୍ରତିଦିନ ପରିସ୍ଥିତି ବଦଳୁଛି। ଦୈନିକ ନୂଆ ନୂଆ କରୋନା ସଂକ୍ରମଣର ଅଭିଯୋଗ ବଢୁଥିବା ବେଳେ ଆଇପିଏଲ ଆୟୋଜନ ନେଇ ଗଭର୍ଣ୍ଣିଂ କାଉନସିଲର ଜନୈକ ସଦସ୍ୟ ଏଠାରେ କହିଛନ୍ତି।

{"id":236503,"sizeSlug":"large"}

ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ସହ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସର ମ୍ୟାଚ୍ ଆୟୋଜନ ସହ ଦେଶରେ ଆଇପିଏଲ ତ୍ରୟୋଦଶ ସଂସ୍କରଣର ବିଗୁଲ ବାଜିବ। ତେବେ ସିଡ୍ୟୁଲ ଅନୁସାରେ ଆଇପିଏଲ ଅନୁଷ୍ଠିତ ହେବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ ଗତ ସପ୍ତାହରେ କହିଥିଲେ। ଏଥିରେ କରୋନା ଲାଗି ମଧ୍ୟ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି କହିଥିଲେ ଗାଙ୍ଗୁଲୀ। ତେବେ ଏ ନେଇ ଫ୍ରାଞ୍ଚାଇଜି ମାଲିକମାନଙ୍କୁ କୌଣସି ସୂଚନା ଦିଆଯାଇ ନଥିବା ବେଳେ ଏମାନଙ୍କ ମଧ୍ୟରୁ ଏକ ପ୍ରମୁଖ ଦାବିଦାର ପ୍ରସଙ୍ଗରେ ବିସିସିଆଇଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।

{"id":236504,"sizeSlug":"large"}

ତେବେ ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଆଡଭାଇଜରିକୁ ଆମେ ଅପେକ୍ଷା କରିଛୁ ଓ ଯଦି ସେଭଳି କୌଣସି ପରିସ୍ଥିତି ଉପୁଜେ ତେବେ ରୁଦ୍ଧ ଦ୍ୱାର ମ୍ୟାଚ୍  ଖେଳାଯିବ ବୋଲି ତାଙ୍କୁ ଆଶ୍ୱାସନା ଦିଆଯାଇଛି। ଯଦି ଏହା ହୁଏ ତେବେ ମ୍ୟାଚ୍ ଖାଲି ଷ୍ଟାଡିୟମରେ ଖେଳାଯିବ ଓ ଏଥିଯୋଗୁ ଫ୍ରାଞ୍ଚାଇଜିଙ୍କ ଆୟ ପ୍ରଭାବିତ ହେବାର ଏବେ ଆଶଙ୍କା କରାଗଲାଣି। ହେଲେ ଏଥିପ୍ରତି ଏପର୍ଯ୍ୟନ୍ତ କେହି ଦୃଷ୍ଟି ଦେଇ ନାହାନ୍ତି। ଏଣୁ ଆଉ ଏକ କଥା ହୋଇପାରେ। ତାହା ହେଉଛି ଆଇପିଏଲ ଲାଗି ମ୍ୟାଚ୍‌ ଦିନ ହ୍ରାସ କରି କାର୍ଯ୍ୟକ୍ରମକୁ ଆଉ କିଛି କାଳ ଆଗକୁ ଘୁଞ୍ଚାଇନେବା। ତେବେ ଏ ନେଇ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.