LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସୋଆରେ ଜି-୨୦ ପ୍ରେସିଡେନ୍ସି ପାଳନ ନେଇ ସଭା ଆୟୋଜିତ, ଏପ୍ରିଲ୍ ୨୭ରୁ ୨୯ ଭୁବନେଶ୍ଵରରେ କାର୍ଯ୍ୟକ୍ରମ

1/04/2023 at 8:16 PM

ଭୁବନେଶ୍ୱର: ଭାରତର ଜି-୨୦ ଅଧ୍ୟକ୍ଷତା ଉପଲକ୍ଷେ ଓଡ଼ିଶାରେ ଏକ ମାସ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବ।  ଏଥି ନିମନ୍ତେ ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଉତ୍କଳ ଦିବସ ଅବସରରେ ଏକ ସଭା ଆୟୋଜିତ ହୋଇଯାଇଛି । 

ଆସନ୍ତା ଏପ୍ରିଲ୍ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଜି-୨୦ ଦେଶର ପ୍ରତିନିଧି ମାନେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ତୃତୀୟ ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଏହି ପରିପ୍ରେକ୍ଷୀରେ ‘ଜନ ଭାଗିଦାରୀ’ ଭାବେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

ଓଡ଼ିଶାର ୩୦ ଟି ଜିଲ୍ଲାରେ କୁଇଜ, ପ୍ରବନ୍ଧ, ବକ୍ତୃତା, ଆଲୋଚନା ଚକ୍ର ଓ ୱେବିନାର, ବିଭିନ୍ନ କ୍ରିଡା କାର୍ଯ୍ୟକ୍ରମ, ମକ୍ ଜି-୨୦, ସ୍ୱଚ୍ଛତା କାର୍ଯ୍ୟକ୍ରମ, ଖାଦ୍ୟ ଉତ୍ସବ ଓ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଇତ୍ୟାଦିର ଆୟୋଜନ କରାଯିବ ।  ସୋଆକୁ ଏଥି ନିମନ୍ତେ ଆଙ୍କର ଅନୁଷ୍ଠାନ ଭାବେ ମନୋନୀତ କରାଯାଇଛି ।  ବଲାଙ୍ଗୀର, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନେଇ ସୋଆକୁ ଦାୟିତ୍ୱ ଦିଆଯାଇଛି ।

ବିଭିନ୍ନ ସ୍କୁଲ୍‌, ଆଇଟିଆଇ, ପଲିଟେକ୍ନିକ୍‌, ଇଞ୍ଜିନିୟରିଂ ସମେତ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏବଂ ଜନ ଶିକ୍ଷଣ ସଂସ୍ଥାନର ହିତାଧିକାରୀମାନେ ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ଯୋଗ ଦେବେ ।

ଏହି ଅବସରରେ ଆୟୋଜିତ ଏକ ବୈଠକରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନିଜ ବକ୍ତବ୍ୟରେ ଏହି କାର୍ଯ୍ୟକ୍ରମ ନେଇ ଆନନ୍ଦ ପ୍ରକାଶ କରିବା ସହ ବିଶ୍ୱବିଦ୍ୟାଳୟ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଉତ୍କଳ ଦିବସ ଅବସରରେ ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟର ସମସ୍ତ ଫ୍ୟାକଲ୍ଟି ମେମ୍ବର, କର୍ମକର୍ତା ଓ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତମ ଶିକ୍ଷା ଓ ଅଭିନବ ଗବେଷଣାକୁ ନେଇ ପ୍ରତିଷ୍ଠିତ ସୋଆ ଜାତୀୟ ସ୍ତରରେ ଆହୁରି ସୁନାମ ଅର୍ଜନ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତାକୁ ବଜାୟ ରଖିବା ସହ ଇନ୍‌ଟର ଡିସିପ୍ଲିନାରୀ  ଓ କ୍ରସ୍ ଡିସିପ୍ଲିନାରୀ  ଗବେଷଣାକୁ ଅଧିକ ପ୍ରାଧାନ୍ୟ ଦେବାକୁ ନୂତନ ଭାବେ ସୋଆର କୁଳପତି ଦାୟିତ୍ୱ ଗ୍ରହଣ କରିଥିବା ପ୍ରଫେସର ନନ୍ଦ କହିଛନ୍ତି ।

ଏହି ଅବସରରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଜନ ଭାଗିଦାରୀ  କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିବା ବେଳେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

   Related Posts