ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଓଡ଼ିଶାରେ ହେବ ବିରାଟ ଆନ୍ଦୋଳନ : ପିସିସି ସଭାପତି
28/07/2023 at 4:56 PM

ଭୁବନେଶ୍ବର ୨୮।୭: ଦିଲ୍ଲୀରେ କିଛି କଂଗ୍ରେସ ନେତା ଡେରା ପକେଇଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ଦିଲ୍ଲୀରେ ଏଆଇସିସି କାର୍ଯ୍ୟାଳୟ ରହିଛି । ଯେଉଁ ନେତା ଦିଲ୍ଲୀ ଯାଆନ୍ତି ସେମାନେ ସେଠାରେ ବରିଷ୍ଠ ନେତାଙ୍କୁ ଭେଟନ୍ତି । ଏଥିରେ ବ୍ୟତିକ୍ରମ କେଉଁଠି ରହିଲା । ସମସ୍ତ ଜିଲ୍ଲା ସହ ୧୪୭ ନିର୍ବାଚନ ମଣ୍ଡଳୀରେ ସଂଗଠନ ମଜବୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୩୭ ହଜାର ବୁଥରୁ ଜିଲ୍ଲା ସଭାପତି ନେଇଥିବା କାର୍ଯ୍ୟକ୍ରମ ଉପରେ ଅଗଷ୍ଟ ଶେଷ ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ପଞ୍ଚାୟତକୁ ମଧ୍ୟ ମଜବୁତ କରିବାକୁ କାର୍ଯ୍ୟକ୍ରମ କରାଯିବ । ସେପ୍ଟେମ୍ବର ମାସରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିରାଟ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି ।
ସେହିଭଳି ଓଏସଏସସି ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ପ୍ରସଙ୍ଗରେ କହିଛନ୍ତି ବିଜେପି ଏବଂ ବିଜେଡି ଭାଈ ଭାଈ । ପ୍ରଶ୍ନପତ୍ର ଲିକ୍ ଏବେ ନୁହେଁ ଆଗରୁ ମଧ୍ୟ ହୋଇଛି । କିନ୍ତୁ ସରକାର କାହିଁକି ଚୁପ ହୋଇ ବସିଛନ୍ତି । ସରକାରଙ୍କୁ ଛାତ୍ରଛାତ୍ରୀ କେବେ କ୍ଷମା କରିବେ ନାହିଁ । ତାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର । ବିଜେପି ସିବିଆଇ ତଦନ୍ତ କଥା ଉଠାଉଛି ଏଥିରେ କ’ଣ ସମସ୍ୟାର ସମାଧାନ ହେବ ବୋଲି ଶରତ କହିଛନ୍ତି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ତ ନଷ୍ଟ ହେଇଗଲା । ବିଜେପି ଓ ବିଜେଡି ଖାଲି ଦାବି କରିଲେ କିଛି ହେବ ନାହିଁ । ମୂଳରୁ ସମସ୍ୟାର ସମାଧାନ କରିବା ଆବଶ୍ୟକ ।
କୋଟିଆରେ ଉଭୟ ରାଜ୍ୟ ଏବଂ ଆନ୍ଧ୍ର ସରକାର ଯୋଜନା ବାଣ୍ଟିବା ପ୍ରସଙ୍ଗରେ ପିସିସି ସଭାପତି କହିଛନ୍ତି , ଓଡ଼ିଶାର ଗୋଟେ ଇଞ୍ଚ ଜମି କାହାକୁ ଦିଆଯିବନାହିଁ ବୋଲି କଂଗ୍ରେସ ଶପଥ ନେଇଛି । ମୁଖ୍ୟମନ୍ତ୍ରୀ ନିଜେ ଯାଇକି ସ୍ଥିତି ଅନୁଧ୍ୟାନ କରନ୍ତୁ । କିଛି ନହେଲେ 5-T ସଚିବ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ତେବେ କୋଟିଆକୁ କାହିଁକି ଯାଉନାହାନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଓଡିଶା ମୁଖ୍ୟମନ୍ତ୍ରୀ ଆଲୋଚନା କରନ୍ତୁ ।
ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ବିଜେଡି କାହିଁକି ଚୁପ୍ ବସିଛି । ନାରୀ ସଶକ୍ତିକରଣ ଏବଂ ମା’କୁ ସମ୍ନାନ କଥା କହୁଛନ୍ତି । କିନ୍ତୁ ମଣିପୁର ପ୍ରସଙ୍ଗରେ ପଦଟିଏ ମଧ୍ୟ କହୁନାହାନ୍ତି ।
You Can Read :