LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରଥମ ସ୍ତ୍ରୀକୁ ହତ୍ୟା କରି ଯାଇଥିଲା ଜେଲ୍‌, ଜାମିନ୍‌ରେ ଆସି ଦ୍ଵିତୀୟ ସ୍ତ୍ରୀ ସହ ଝିଅକୁ ଟ୍ରେନ୍‌ରୁ ଠେଲିଦେଲା ନୃଶଂସ ସ୍ଵାମୀ

20/03/2023 at 5:45 PM

ନୂଆଦିଲ୍ଳୀ, ୨୦/୦୩: ପ୍ରଥମ ପତ୍ନୀକୁ ହତ୍ୟା… ତା’ପରେ ଜେଲ୍‌ରୁ ଜାମିନ୍‌ରେ ଆସି ଝିଅ ଏବଂ ଦ୍ବିତୀୟ ପତ୍ନୀଙ୍କୁ ହତ୍ୟା ଉଦ୍ୟମ… ତାହା ବି ପୁଣି ଚଳନ୍ତା ଟ୍ରେନ୍‌ରୁ ଧକ୍କାଦେଇ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁଣେରେ। ଯେଉଁଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀ ଏବଂ ଝିଅକୁ ଟ୍ରେନ୍‌ରୁ ଠେଲି ହତ୍ୟା କରିବାକୁ ଉଦ୍ୟମ କରିଛି । ବଡ଼ କଥା ହେଉଛି ସେହି ବ୍ୟକ୍ତିଜଣକ ନିଜ ପ୍ରଥମ ପତ୍ନୀଙ୍କୁ ହତ୍ୟା କରି ଜେଲ୍‌ ଯାଇଥିଲା। ଆଉ ଜେଲ୍‌ରୁ ଜାମିନ୍‌ରେ ଆସି ଏହି କାଣ୍ଡ ଘଟାଇଛି।

ସୂଚନା ଅନୁଯାୟୀ, ପଦ୍ମାବତୀ ଅଞ୍ଚଳର ଆକାଶ ଭୋସଲେ ନିଜ ପତ୍ନୀ ଭ୍ରୁଶାଲୀଙ୍କୁ ମୁମ୍ବାଇ ହାଜି ଅଲ୍ଳୀ ଦରଗାହ ଯିବାକୁ କହିଥିଲେ। ଏହାପରେ ଆକାଶ, ଭ୍ରୁଶାଲୀ ଏବଂ ତାଙ୍କର ଝିଅ ପ୍ରଗତି ଏକ୍ସପ୍ରେସରେ ଦରଗାହ ବାହାରିଥିଲେ। ତେବେ ଖଡକୀ ଷ୍ଟେସନ ପୂର୍ବରୁ ଭୋସଲେ ଭ୍ରୁଶାଲୀଙ୍କୁ ଟ୍ରେନ୍‌ର କବାଟ ପାଖକୁ ଡାକିଥିଲେ ଏବଂ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ଶନିବାର ୮:୩୦ ସମୟରେ ଘଟିଥିଲା। ତେବେ ଏଥିରେ ଭ୍ରୁଶାଲୀ ଗୁରୁତର ଭାବରେ ଆହତ ହୋଇଥିବାବେଳେ ଝିଅର ମୃତ୍ୟୁ ହୋଇଛି। ଜିଆରପି ପୋଲିସ୍‌ ଅଭିଯୁକ୍ତ ଆକାଶକୁ ଗିରଫ କରିଛି।

ଜିଆରପି ପୋଲିସ୍‌ର ସୂଚନା ଅନୁଯାୟୀ ଅଭିଯୁକ୍ତ ଏପରି କରୁଥିବାର ଦେଖିବା ପରେ କିଛି ଯାତ୍ରୀ ଅଭିଯୋଗ କରିଥିଲେ ଯାହାପରେ ଟ୍ରେନ୍ ରହିଥିଲା କିନ୍ତୁ ଏହି ସମୟରେ ସେ ଫେରାର ହୋଇଯାଇଥିଲା। ବରି​‌ଷ୍ଠ ଅଧିକାରୀ ପ୍ରମୋଦ ଖୋପିକାର କହିବା ଅନୁଯାୟୀ, ଭୋସଲେ ନାଁରେ ସାତଟି ଅପରାଧିକ ମାମଲା ରହିଛି ଏବଂ ସେ ତା’ର ପ୍ରଥମ ପତ୍ନୀଙ୍କ ହତ୍ୟା ମାମଲାରେ ଜେଲରୁ ଜାମିନ୍‌ରେ ଆସିଥିଲା। ଚାରି ବର୍ଷ ତଳେ ଭ୍ରୁଶାଲୀଙ୍କ ସହ ତା’ର ଦ୍ବିତୀୟ ବିବାହ ହୋଇଥିଲା ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ରହିଛି। ​‌ତେବେ ଭ୍ରୁଶାଲୀର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି।

ଭ୍ରୁଶାଲୀ ତାଙ୍କୁ ଅବିଶ୍ବାସ କରୁଥିବାରୁ ସେ ଏପରି କରିଥିବା ନେଇ କହିଛି ବୋଲି ପୋଲିସ୍‌କୁ ସୂଚନା ଦେଇଛି ଅଭିଯୁକ୍ତ।

   Related Posts