ମୋଟାପଣ ପାଇଁ ଗର୍ଲଫ୍ରେଣ୍ଡ କରିଥିଲେ ବ୍ରେକଅପ୍ ; ବୟଫ୍ରେଣ୍ଡ ଗୋଟିଏ ବର୍ଷରେ କମ୍ କଲେ 70କେଜି ଓଜନ, ପାଲଟିଲେ ଟିକଟକ୍ ଷ୍ଟାର
24/08/2022 at 5:28 PM

ନୂଆଦିଲ୍ଲୀ 24/08 : ବ୍ରେକଅପର ସାଇଡ୍ ଇଫେକ୍ଟ ଭିନ୍ନ ଭିନ୍ନ। ପ୍ରେମିକ ବା ପ୍ରେମିକାଙ୍କ ବ୍ରେକ୍ଅପ୍ ହେଲେ କିଏ ଆତ୍ମହତ୍ୟା କରିଦିଅନ୍ତି ତ କିଏ ନିଜ ଜୀବନକୁ ବରବାଦ କରିଦିଅନ୍ତି। ଆଉ କିଛି ନିଜକୁ ସମ୍ଭାଳି ପୁଣିଥରେ ନୂଆ ଜୀବନ ଆରମ୍ଭ କରନ୍ତି। ଆମେ ଆଜି ସେମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ଅନ୍ୟପାଇଁ ପାଲଟିଛନ୍ତି ପ୍ରେରଣା। ତାଙ୍କୁ ତାଙ୍କ ପ୍ରେମିକା ମୋଟାପଣ ପାଇଁ ଛାଡ଼ିଥିଲେ। କିନ୍ତୁ ସେ ଭାଙ୍ଗିପଡ଼ି ନଥିଲେ ଓଜନ କମାଇ ହୋଇଥିଲେ ଜଣେ ଷ୍ଟାଇଲିସ୍ ଟିକଟକ୍ ଷ୍ଟାର।
ଏହି ପ୍ରେମିକଙ୍କର ନାଁ ହେଉଛି ପୁଭି । ଦିନ ଥିଲା , ତାଙ୍କର ପରିଚୟ ଥିଲା କିଛି ଅଲଗା । ହେଲେ ଆଜି ସେ ଜଣେ ଟିକ୍ଟକ୍ ଷ୍ଟାର । ପୂର୍ବରୁ ତାଙ୍କ ଶରୀରର ଓଜନ ଥିଲା ୧୩୯ କିଲୋ। ସେ ମୋଟା ବୋଲି ତାଙ୍କ ପ୍ରେମିକା ତାଙ୍କୁ ପସନ୍ଦ କରିନଥିଲେ । ଆଉ ତାଙ୍କ ସହ ବ୍ରେକଅପ୍ କରିଦେଇ ଥିଲେ । ତେବେ ଆପଣ ଭାବୁଥିବେ ବ୍ରେକପରେ ଯୁବକ ଜଣକ ଭାଙ୍ଗିଯାଇଥିବେ। ନାହିଁ ଆଜ୍ଞା ସେମିତି କିଛି ହୋଇନଥିଲା। ପୂରା ଫିଲ୍ମର କାହାଣୀ ଭଳି ଯୁବକ ଜଣକ ହାରି ଯାଇ ନଥିଲେ। ନିଜର ଫିଟନେସ୍ ଉପରେ ଧ୍ୟାନ ଦେଇଥିଲେ। ୱାର୍କଆଉଟ୍ କରିଥିଲେ। ଆଉ ପାଖାପାଖି ଗୋଟେ ବର୍ଷରେ ଦେଖିବାକୁ ମିଳିଥିଲା ତାଙ୍କର ଆଶ୍ଚର୍ଯ୍ୟଜନକ ଟ୍ରାନ୍ସଫରମେସନ । ପ୍ରଥମେ ଦେଖି ନିଅନ୍ତୁ ତାଙ୍କ ୱାର୍କଆଉଟର ଭିଡିଓ। ଯାହାକି ଇନଷ୍ଟଗ୍ରାମରେ ବଡି ବିଲ୍ଡିଂକମ୍ ନାମକ ପେଜରେ ସେଆର କରାଯାଇଛି।
ଗୋଟେ ବର୍ଷରେ ଅକ୍ଲାନ୍ତ ପରିଶ୍ରମ କରି ସେ ୧୩୯ କିଲୋ ରୁ ୭୦ କିଲୋ ଓଜନ ହ୍ରାସ କରିଥିଲେ। ଏହା ସହ ସେ ପାଲଟିଥିଲେ ଜଣେ ଟିକ୍ଟକ୍ ଷ୍ଟାର। ତାଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ଅନେକ ଲାଇକ୍ ଓ କମେଣ୍ଟ କରିଛନ୍ତି। ଆଜି ପୁଭି ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ପ୍ରତାରଣାକୁ ଚ୍ୟାଲେଞ୍ଜ କରି ନିଜକୁ ଗଢ଼ିଛନ୍ତି ଓ ଅନ୍ୟପାଇଁ ସାଜିଛନ୍ତି ଉଦାହରଣ।