ରାତିରେ ଅଚିନ୍ତା ନିଦରେ ଶୋଇ ପଡ଼ିଥିଲା ପରିବାର, ଉଠିଲା ବେଳକୁ ବାପା ସହ ଦୁଇ ପିଲା ମୃତ

Published By : Prameya-News7 Bureau | July 26, 2021 IST

ଶାହଡୋଲ, ୨୬/୦୭: ମଧ୍ୟପ୍ରଦେଶର ଶାହଦୋଲ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ବିଷାକ୍ତ କୀଟ କାମୁଡ଼ିବା କାରଣରୁ ଜଣେ ବ୍ୟକ୍ତି, ତାଙ୍କ ନାବାଳକ ପୁଅ ଏବଂ ଝିଅର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏନେଇ ସୋମବାର ଜଣେ ସ୍ଥାନୀୟ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଶନିବାର-ରବିବାର ମଧ୍ୟ ରାତ୍ରିରେ କୋଥୀତାଲ ଗ୍ରାମର ଏହି ବ୍ୟକ୍ତି ଏବଂ ତାଙ୍କ ପିଲାମାନେ ଘରେ ଶୋଇଥିବା ବେଳେ ଏହି ଘଟଣା ଘଟିଛି । ରାତିରେ ଲାଲା ପାଲିଆ (୩୫) ନାମକ ଜଣେ ବ୍ୟକ୍ତି ହଠାତ୍ ଦେହରେ ଯନ୍ତ୍ରଣା ଅନୁଭବ କରିଥିବା ଜୟଟପୁର ପୋଲିସ୍ ଷ୍ଟେସନ ସୁଦୀପ ସୋନି କହିଛନ୍ତି। ତାଙ୍କ ପରିବାର ସଦସ୍ୟ ତାଙ୍କୁ ଜୟତ୍ପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ ଏବଂ ରବିବାର ସକାଳେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଅଧିକାରୀ କହିଛନ୍ତି।

ଲାଲାଙ୍କ ପୁଅ ସଞ୍ଜୟ(୫) ଏବଂ ଝିଅ ଶଶି (୩)ଙ୍କର ଶୋଇଥିବା କୋଠରୀରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଅଧିକାରୀ କହିଛନ୍ତି ଯେ ପୋଷ୍ଟମର୍ଟମ ରିପୋର୍ଟରେ ନିଶ୍ଚିତ ହୋଇଛି ଯେ ସେମାନେ କିଛି ବିଷାକ୍ତ କୀଟ କାମୁଡ଼ାରେ ମୃତ୍ୟୁ ବରଣ କରିଛନ୍ତି। ତେବେ ପୋଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ କରୁଛି ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.