vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଚୌଦ୍ୱାର ନୂଆସାହିରେ ବୀଭତ୍ସ ହତ୍ୟାକାଣ୍ଡ : ଅଭିଯୁକ୍ତ ଅଟକ

27/08/2018 at 11:10 PM

କଟକ ୨୮।୮ : କଟକ ଚୌଦ୍ୱାର ୧୭ ନମ୍ବର ୱାର୍ଡ ନୂଆସାହିରେ ବୀଭତ୍ସ ହତ୍ୟାକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ହତ୍ୟାକାଣ୍ଡ । ଆକ୍ରମଣରେ ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସାହିରେ ରହୁଥିବା ଅମଲା ନାୟକଙ୍କ ଘରକୁ ରାତି ପ୍ରାୟ ସାଢେ ଦଶଟା ବେଳେ ସେହି ସାହିର ବାବାଜୀ ମହାରଣା ଆସିଥିଲେ । କୌଣସି କାରଣରୁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ବାବାଜୀ ଆଣିଥିବା ଏକ ଛୁରୀରେ ଅମଲାଙ୍କ ପେଟ ଓ ବେକକୁ ଆକ୍ରମଣ କରିଥିଲେ । ଏହାଦେଖି ଅମଲାଙ୍କ ଘରେ ଭଡ଼ାରେ ରହୁଥିବା ମମତା ସେଠୀ ଓ ତାଙ୍କ ଝିଅ ସସ୍ମିତା ବିରୋଧ କରିଥିଲେ । ବାବାଜୀ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ସେମାନଙ୍କ ଚିତ୍କାର ଶୁଣି ପାଖ ଲୋକମାନେ ଆସିଯିବାରୁ ବାବାଜୀ ମୋଟର ସାଇକେଲ ନେଇ ପଳାଇଯାଇଥିଲା ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ । ହେଲେ ଡାକ୍ତର ସେଠାରେ ଅମଲାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ମାଆ ଓ ଝିଅଙ୍କର ଚିକିତ୍ସା ଚାଲିଛି । ସେପଟେ ପୋଲିସ ବାବାଜୀର ପିଛା କରି ଓଟିଏମ୍ ବଜାର ନିକଟରୁ ତାକୁ ଧରିଥିଲା । ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ । ହତ୍ୟାକାଣ୍ଡ ପଛରେ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରାଯାଉଛି ।

   Related Posts