ଥାନାରେ ମାମଲା ରୁଜୁ କରିପାରୁନି ବାପା, ମାସକ ତଳେ ପୁଅକୁ କରାଯାଇଥିଲା ହତ୍ୟା
14/01/2019 at 8:59 PM

ଭୋଜପୁର ୧୪/୧- ପୁଅକୁ ମାସେ ତଳେ କରାଯାଇଥିଲା ହତ୍ୟା । ମାମଲା ରୁଜୁକରିବାକୁ ବାପା ମାସେ ହେଲା ଥାନାରେ ଅଧିଆ ପଡ଼ିଲେ ବି କରିପାରୁନାହାଁନ୍ତି ମାମଲା ରୁଜୁ ।
ଏହିଭଳି ଘଟଣା ଘଟିଛି ବିହାରର ଭୋଜପୁର ଅଂଚଳରେ । ଜୁଲାଇ ୭ ତାରିଖ ୨୦୧୮ ମସିହାରେ ନବାଦା ଥାନା ଅଂଚଳରେ ଏହି ଘଟଣା ଘଟିଥିଲା । ଅଭିଯୋଗକାରୀଙ୍କ ଅନୁସାରେ ତାଙ୍କ ପୁଅ ନବାଦା ଅଂଚଳରେ ଥିବା ଜଗିଂ ସେଣ୍ଟରକୁ ସାଙ୍ଗମାନଙ୍କ ସହ ଯାଇଥିଲା । ହେଲେ ଜଗିଂ ସେଣ୍ଟରରୁ ଆଉ ଫେରି ନଥିଲା । ଦୁଇଜଣ ସାଙ୍ଗଙ୍କ ସହ ମୋଟରସାଇକେଲରେ ଯାଇଥିବା କଥା କିଛି ପ୍ରତ୍ୟେକଦର୍ଶୀ କହିଛନ୍ତି ।
ତା ପରେ ତାଙ୍କ ପୁଅ ଅନୁପମ କୁମାରଙ୍କୁ ମୂମୁର୍ଷ ଅବସ୍ଥାରେ ନବାଦାର ଏକ ସ୍କୁଲ ପଛପଟରୁ ଉଦ୍ଧାର କରାଯାଇଥିଲା । ସ୍ଥାନୀୟଲୋକ ଡ଼ାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରିଥିଲେ । ସେହିଦିନ ସଂଧ୍ୟାବେଳେ ଅନୁପମ କୁମାରଙ୍କ ମୃତ୍ୟୁ ହୋଇଥିଲା ।
ଅନୁପମ କୁମାରଙ୍କ ସନ୍ଦେହଜନକ ମୃତ୍ୟୁହେବା ପରେ ତାଙ୍କ ବାପା ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ଥାନାଧିକାରୀ ଅଭିଯୋଗରେ ସଡ଼କ ଦୁର୍ଘଟଣା ବୋଲି ମାମଲା ରୁଜୁକରିଥିଲେ । ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି କହିଲେ ବି କୌଣସି ମାମଲା ରୁଜୁ କରିନାହିଁ ପୋଲିସ । ଅନୁପମଙ୍କ ବାପା ମାସେ ହେଲା ଥାନାକୁ ଦୌଡ଼ୁଥିଲେ ବି ଗୋଟିଏ ଘଟଣାର ଦୁଇଟି ମାମଲା ରୁଜୁ କରିହେବନାହିଁ ବୋଲି କହି ଫେରାଇଦେଇଛନ୍ତି ।
କିନ୍ତୁ ଅନୁପମଙ୍କ ବାପା ତାଙ୍କ ପୁଅର ହତ୍ୟାକାଣ୍ତର ମାମଲା ରୁଜୁ କରିବାକୁ ଦାବୀ କରିଥିଲେ ବି ଥାନାଧିକାରୀ ଶୁଣୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ।