ସନ୍ନୀ ଲିଓନୀ ସ୍ୱାମୀଙ୍କ ଗାଡି ନମ୍ବର ବ୍ୟବହାର କରି ଗିରଫ ହେଲେ ଅଭିଯୁକ୍ତ

Published By : Prameya-News7 Bureau | February 26, 2021 IST

ମୁମ୍ବାଇ୨୬/୦୨: ସନ୍ନୀ ଲିଓନୀଙ୍କ ସ୍ୱାମୀ ଡାନିଏଲ ୱେବରଙ୍କ ସହ ଜଡିତ ଏକ ମାମଲା ସାମ୍ନାକୁ ଆସିଛି ।  ମୁମ୍ବାଇର ଭର୍ସୋଭା ସହରରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ବେଆଇନ ଭାବେ ଡାନିଏଲଙ୍କ କାର ନମ୍ବର ବ୍ୟବହାର କରିଥିବା ଅଭିଯୋଗରେ ପୋଲିସ ଏହି ବ୍ୟକ୍ତି ଜଣଙ୍କୁ ଗିରଫ କରିଛି ।  

ଅଭିଯୁକ୍ତ ଜଣକ ମହାରାଷ୍ଟ୍ର କାସରଭଡଭଲିର ପୀୟୁଷ ସେନ୍ ବୋଲି ଜଣାପଡିଛି । ସେ ସନ୍ନୀ ଲିଓନୀଙ୍କ ସ୍ୱାମୀ ଡାନୀଏଲ୍ ଙ୍କ କାରର ପଞ୍ଜୀକୃତ ନମ୍ବର ତାଙ୍କ ମର୍ସିଡିଜ୍, ପାଇଁ ବ୍ୟବହାର କରୁଥିଲେ । ସନ୍ନୀ ଲିଓନୀଙ୍କ ଡ୍ରାଇଭର ଏହି କାର ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ କହିଛି, ସନ୍ନୀ ଲିଓନୀଙ୍କ ଡ୍ରାଇଭର ଫୋନରେ ସୂଚନା ଦେଇଥିଲେ ତାଙ୍କ ଗାଡି ଭଳି ଆଉ ଏକ ସମାନ ଗାଡି ଭର୍ସୋଭା ଅଞ୍ଚଳର ଏକ ଡାକ୍ତରଖାନା ନିକଟରେ ଥୁଆ ହୋଇଛି, ଯାହାର ନମ୍ବର ମଧ୍ୟ ସନ୍ନିଙ୍କ ଗାଡି ନମ୍ବର ସହ ସମାନ । ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଗାଡିରେ ବସିଥିବା ବ୍ୟକ୍ତିଙ୍କୁ  ଗାଡି କାଗଜ ପତ୍ର ଦେଖାଇବାକୁ କୁହାଯିବାରୁ, ସମସ୍ତ ମାମଲା ଜଣା ପଡିଯାଇଥିଲା ।

It's a sexy black Maserati for Sunny Leone from hubby - Movies News

ପୋଲିସ ପଚରାଉଚରା କରିବାରୁ ଅଭିଯୁକ୍ତ ଜଣଙ୍କ ଏହା ତାଙ୍କର ଲକି ନମ୍ବର ବୋଲି କହିଥିଲେ । କିନ୍ତୁ ସେ ଜାଣି ନଥିଲେ ଯେ ସେ ବ୍ୟବହାର କରୁଥିବା ନମ୍ବର ଜଣେ ସେଲିବ୍ରିଟିଙ୍କର । ଏହି ପ୍ରିୟ ନମ୍ବର ତାଙ୍କୁ ଏକ ଆରଟିଓ ଏଜେଣ୍ଟ ଦ୍ୱାରା ପ୍ରଦାନ କରାଯାଇଥିଲା । ଏବେ ଟ୍ରାଫିକ୍ ପୋଲିସ ଆଇପିସିର ଧାରା ୪୨୦, ୪୬୫, ୪୬୮ ଏବଂ ମୋଟର ଭେଇକିଲ ଆକ୍ଟ -୧୩୯ ଅନୁଯାୟୀ ଏକ ମାମଲା ରୁଜୁ କରିଛି।

ଠିକ୍ ଏହିପରି ରତନ ଟାଟାଙ୍କ ନମ୍ବର ସହିତ ଜଡିତ ଏକ ମାମଲା ମଧ୍ୟ ନଜରକୁ ଆସିଥିଲା । ଜଣେ ମହିଳା ତାଙ୍କ ମର୍ସିଡିଜ୍ କାରରେ ରତନ ଟାଟାଙ୍କ  ଗାଡି ନମ୍ବର ବ୍ୟବହାର କରୁଥିଲେ । ସେ ମଧ୍ୟ ଜାଣି ନଥିଲେ ଏହି ନମ୍ବର ବିଜନେସମ୍ୟାନ୍ ରତନ ଟାଟାଙ୍କର । ଏହି ମହିଳାଙ୍କୁ ମଧ୍ୟ ତାଙ୍କ ପ୍ରିୟ ନମ୍ବର ଦେଇ ଆରଟିଓ ଏଜେଣ୍ଟ ଅସୁବିଧାରେ ପକାଇଥିଲା ।

ପୋଲିସ ପୀୟୁଷ ସେନଙ୍କୁ ଗିରଫ କରିବା ସହିତ ଲକି ନମ୍ବର କହି ସେଲିବ୍ରିଟିଙ୍କ କାର ନମ୍ବର ବିକ୍ରି କରିଥିବା ଗ୍ୟାଙ୍ଗକୁ ଧରିବାକୁ ଚେଷ୍ଟା ଚଳାଇଛି । ଏହି ଗ୍ୟାଙ୍ଗ ଦକ୍ଷିଣ ମୁମ୍ବାଇ ଏବଂ ବାନ୍ଦ୍ରା ଅଞ୍ଚଳରେ ସକ୍ରିୟ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.