୨୨ ପ୍ରେମିକାଙ୍କ ଖର୍ଚ୍ଚ ଭରଣା ଲାଗି ମନ୍ତ୍ରୀ ଓ ଅଫିସର୍‌ଙ୍କ କାର୍‌ କରୁଥିଲା ଚୋରି, ଗୋଟିଏ ଭୁଲ୍‌ ଯୋଗୁ ଧରିନେଲା ପୋଲିସ୍‌

Published By : Prameya-News7 Bureau | October 15, 2020 IST

ଗାଜିୟାବାଦ ୧୫/୧୦: ପ୍ରେମିକାକୁ ସୁନ୍ଦର ଉପହାର ଦେବାକୁ ପ୍ରେମିକ ଚୋରି କରୁଥିବ ଖବର ଅନେକ ସମୟରେ ଶୁଣିବାକୁ ମିଳେ। କିନ୍ତୁ ନିଜର ପ୍ରେମିକାଙ୍କ ଲକ୍‌ଜୁରି ଜୀବନଶୈଳୀ ପାଇଁ ପ୍ରେମିକ କୁଖ୍ୟାତ ଚୋର ପାଲଟିଯିବା ହୁଏତ ପ୍ରଥମେ ଜାଣିବାକୁ ପାଉଛନ୍ତି। ଏମିତି ଚୋର ଯାହାର ରହିଛି ୨୨ ଜଣ ପ୍ରେମିକା। ପ୍ରଥମେ ପ୍ରଥମେ ପ୍ରେମିକାଙ୍କ ପାଇଁ ଛୋଟମୋଟ ଚୋରି କରୁଥିଲା ପ୍ରେମିକ। କିନ୍ତୁ ସେଥିରେ ଲକ୍‌ଜୁରି ଲାଇଫ୍‌ ଷ୍ଟାଇଲ୍‌ରେ ବଞ୍ଚିବା ସହଜ ହେଉନଥିଲା। ତେଣୁ ପ୍ରେମିକ ପାଲଟିଗଲା କୁଖ୍ୟାତ ଚୋର।
ଛୋଟମୋଟ ଚୋରି ଛାଡ଼ି କିଛି ବଡ଼ ଚୋରି କରିବାକୁ ଯୋଜନା କଲା। ଏଥର କିନ୍ତୁ ମନ୍ତ୍ରୀ ଓ ପୋଲିସ ଅଧିକାରୀଙ୍କ ଦାମୀ କାର୍‌ ସେ ଚୋରି କରିବା ଆରମ୍ଭ କଲା। ଏଗୁଡ଼ିକୁ ବିକ୍ରି କରି ନିଜର ପ୍ରେମିକାଙ୍କୁ ଦେଲା ଦାମୀ ଉପହାର।

ଏପରିକି ହରିୟଶଣା ବାଚସ୍ପତି, କେନ୍ଦ୍ରମନ୍ତ୍ରୀ, ଆଇଡିପିଏସ୍ ଅଧିକାରୀ ଓ ବଡ଼ ବଡ଼ ବ୍ୟବସାୟୀଙ୍କ କାର ଚୋରି କରୁଥିଲା ଅଭିଯୁକ୍ତ। ଏହି ସବୁ କାର୍‌ଗୁଡ଼ିକୁ ମଣିପୁର ଓ ନାଗାଲାଣ୍ଡରେ ବିକ୍ରି କରୁଥିଲା। କିନ୍ତୁ ଗୋଟିଏ ଭୁଲ ପାଇଁ ଫରିଦାବାଦ ପୋଲିସ ସ୍କାନରରେ ଆସିଥିଲା ମୁଖ୍ୟ ଅଭିଯୁକ୍ତ ରବିନ୍‌। ଗିରଫ ହେବା ପରେ କାର୍‌ ଚୋରି ନେଇ ସମସ୍ତ ଘଟଣା ବଖାଣିଥିଲା ରବିନ୍‌। ପରେ ଅନ୍ୟ ଜଣେ ଅଭିଯୁକ୍ତ ବାଗପତର ଶେହନବାଜକୁ ଗିରଫ କରିଥିଲା ପୋଲିସ। ଯିଏକି ରବିନ୍‌ ପାଖରୁ ୫ ଲକ୍ଷ ଟଙ୍କାରେ ଫର୍ଚ୍ୟୁନ୍‌ କାର୍‌ କିଣିଥିଲା।

ପୋଲିସର ପଚରା ଉଚରା ପରେ ଅଭିଯୁକ୍ତ ମୁହଁ ଖୋଲିଥିଲା। ୨୦୦୭ରୁ ସେ ଚୋରି କରୁଥିବା କହିଥିଲା। ଏବେସୁଦ୍ଧା ମର୍ସିଡିଜ୍‌, ବିଏମଡବ୍ଲୁ, ଜାଗୁଆର ସମେତ ମୋଟ ୫୦ ରୁ ଅଧିକ କାର୍‌ ଚୋରି କରିସାରିଛି ରବିନ। ସେ ବହୁ ବାର ଗିରଫ ହୋଇଥିଲେ ହେଁ ​‌ଚୋରି କରିବା ଛାଡ଼ିପାରିନଥିଲା। ସକାଳ ୫ରୁ ୭ଟା ଭିତରେ ବଡ଼ ବଡ଼ ଲୋକଙ୍କ ଗେଟ୍ ଆଗରେ ପହଞ୍ଚୁଥିଲା ରବିନ୍‌। ସେଠାରେ ସେମାନଙ୍କ ଗାଡ଼ି ଧୋଇବାକୁ ଅନୁରୋଧ କରୁଥିଲା। କାର୍ ଧୋଇବାକୁ ବାହାରକୁ ଆଣିବା ପରେ ମଉକା ଦେଖି କାର୍‌ ନେଇ ଫେରାର ହୋଇଯାଉଥିଲା ରବିନ୍‌। ଅନେକ ଥର ଚାକରମାନଙ୍କୁ ଗାଳି କରି ମାଲିକ ଗାଡ଼ି ନେବାକୁ କହିଛନ୍ତି ବୋଲି କହି ସେ କାର୍‌ ନେଇଯାଉଥିଲା ।

ରବିନ୍‌କୁ ଧରିବା ପାଇଁ ପୋଲିସ ନାକେଦମ ହୋଇଥିଲା। ସର୍ଭିଲାନ୍ସ କାମ କରୁନଥିବା ବେଳେ ସେ ଅଷ୍ଟେ୍ରଲିଆ, ଦୁବାଇ ଓ କାନାଡା ନମ୍ବରରେ କଥା ହେଉଥିଲା। ତେବେ ୨୨ ଗାର୍ଲଫ୍ରେଣ୍ଡଙ୍କ ଖର୍ଚ୍ଚ ଉଠାଇବା ପାଇଁ ସେ ଚୋରି କରୁଥିଲା ବୋଲି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.