ଅନ୍ଧବିଶ୍ବାସର କରୁଣ ପରିଣତି, ଆକ୍ରମଣ ଭୟରେ ଡାକ୍ତରଖାନାରେ ଭର୍ତ୍ତି...

Published By : Prameya-News7 Bureau | January 02, 2020 IST

ରାୟଗଡ଼ା୨/୧: ଅନ୍ଧବିଶ୍ବାସର କରୁଣ ପରିଣତି । ଗାଁ ଲୋକଙ୍କ ଆକ୍ରମଣ ଭୟରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ଆଦିବାସୀ ଦମ୍ପତି । ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ମାଲିଗାଁ ଗାଁରେ ମହେଶ୍ବରଙ୍କ ଘର । ମହେଶ୍ବର ଗାଁରେ ଗୁଣିଗାରେଡି କରୁଥିବା ଗାଁ ଲେ।କଙ୍କ ଭିତରେ ସନ୍ଦେହ ହୋଇଥିଲା ।

 ମହେଶ୍ବର ଜଣେ ହୃଦରୋଗୀ ହୋଇଥିବାରୁ ସେ ଚିକିତ୍ସା ପାଇଁ ବୁର୍ଲା ଚାଲିଯାଇଥିଲେ । ଚିକିତ୍ସା ପରେ ଗାଁକୁ ଫେରିବା ପରେ ୨୦ରୁ ୨୫ଜଣ ଲେ।କ ତାଙ୍କ ଉପରକୁ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଅପରାହ୍ନରେ ତାଙ୍କ ଘରେ ପଶି ସ୍ତ୍ରୀ ଓ ଝିଅଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଭୟରେ ଅଧିକ ଅସୁସ୍ଥ ହେ।ଇପଡିଛନ୍ତି ମହେଶ୍ବର ଓ ତାଙ୍କ ସ୍ତ୍ରୀ। ଉଭୟଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସାନପୁଅ ସମ୍ବଲପୁରରେ ଚାକିରୀ କରୁଥିବା ବେଳେ ବଡପୁଅ ଭୟରେ ଲୁଚିଥିବା ଜଣାପଡିଛି। ଅନ୍ୟପଟେ ପେ।ଲିସକୁ ଅଭିଯୋଗ କଲେ ବି କିଛି ସୁଫଳ ମିଳୁନଥିବା କହିଛନ୍ତି ପୀଡିତ । ଅନ୍ୟପଟେ ସୂଚନା ପାଇବାପରେ ଗୋଟିଏ ଟିମ ଗାଁକୁ ଯାଇ ଅନୁସନ୍ଧାନ କରିଛନ୍ତି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବେ।ଲି କହିଛନ୍ତି ଏସଡିପିଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.