ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ଲକ୍ଷ୍ନୌ ଏୟାରପୋର୍ଟରେ ବିମାନ ସହ ଧକ୍କା ଲାଗିଲା ପକ୍ଷୀ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

29/01/2023 at 3:34 PM

ଲକ୍ଷ୍ନୌ ୨୯।୧: ଉତ୍ତରପ୍ରଦେଶ ଲକ୍ଷ୍ନୌ ଏୟାରପୋର୍ଟରେ ରବିବାର ଏକ ବଡ଼ ଧରଣର ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଲକ୍ଷ୍ନୌରୁ କୋଲକାତା ଅଭିମୁଖେ ଯାତ୍ରା ଲାଗି ଏୟାର ଏସିୟା ବିମାନ ରନୱେରେ ଦୌଡିବାମାତ୍ରେ ଏକ ପକ୍ଷୀ ଏହାର ଦ୍ୱିତୀୟ ଇଞ୍ଜିନରେ ଧକ୍କା ଲାଗିଥିଲା। ତେବେ ପାଇଲଟ ଏମାର୍ଜେନ୍ସୀ ବ୍ରେକ୍ ଲଗାଇ ବିମାନକୁ ଅଟକାଇ ଦେଇଥିଲେ। ପକ୍ଷୀ ଧକ୍କା ଲାଗିବା ବେଳେ ବିମାନର ଉଭୟ ଇଞ୍ଜିନ ପୁରା କ୍ଷମତାର ସହ କାମ କରୁଥିଲା। ଏଣୁ କୌଣସି ବିପଦ ଆଶଙ୍କାରେ ଯାତ୍ରୀଙ୍କୁ ଓହ୍ଲାଇ ବିମାନ ବନ୍ଦରକୁ ପଠାଇ ଦିଆଯାଇଥିଲା।

ବିମାନ ଇଞ୍ଜିନସହ ପକ୍ଷୀ ଦୁର୍ଘଟଣା ନେଇ ବିମାନ ଯାତ୍ରୀମାନେ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଛନ୍ତି। ଏଥିରେ ଜନୈକ ଯାତ୍ରୀ ଗୋପାମ୍ବୁଜ ସିଂହ  ରାଠୋରଙ୍କ ଅନୁସାରେ ଉଡାଣ ସଂଖ୍ୟା ଆଇ-୫- ୩୧୯କୋଲକାତା ଯିବା ଲାଗି ରନୱେ ଉପରେ ଥିବା ବେଳେ ଟେକ୍ ଅଫର କିଛି ସେକେଣ୍ଡ ପୂର୍ବରୁ ପକ୍ଷୀ ଧକ୍କା ଲାଗିଥିବା ଉଲ୍ଲେଖ କରିଛନ୍ତି। ୧୦ଟା ବାଜି ୫୦ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ବିମାନରେ ଚାଳକ ଦଳ ସଦସ୍ୟଙ୍କ ସମେତ ମୋଟ ୧୮୦ ଜଣ ଯାତ୍ରୀ ଥିଲେ। ତେବେ ପାଇଲଟ ତୁରନ୍ତ ପଦକ୍ଷେପ ନେଇ ବିମାନର ଏମାର୍ଜେନ୍ସୀ ବ୍ରେକ୍‌ ଲଗାଇ ଦେଇଥିଲେ।

ବିମାନ ସହ ପକ୍ଷୀ ଧକ୍କା ଲାଗିବା ଘଟଣା ସମ୍ପର୍କରେ ପାଇଲଟ ତୁରନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ସୂଚିତ କରିଥିଲେ। ବିମାନ ଟେକଅଫ କରିବା ପରିବର୍ତ୍ତେ ଗଡି ଗଡି ରନୱେର ଅପର ପାର୍ଶ୍ୱରେ ପହଞ୍ଚିଥିଲା। ଗ୍ରାଉଣ୍ଡ କ୍ରିୟୁ ତୁରନ୍ତ ବସ୍ ପଠାଇ ବିମାନରୁ ଯାତ୍ରୀଙ୍କୁ ଖାଲି କରି ଏୟାରପୋର୍ଟକୁ ନେଇ ଆସିଥିଲେ। ପକ୍ଷୀ ଧକ୍କା ଲାଗିବା ପରେ ବିମାନ ଏବେ ଯାତ୍ରା କରିବା ପରିସ୍ଥିତିରେ ନାହିଁ। ଏଣୁ ଯାତ୍ରୀମାନଙ୍କୁ ଅନ୍ୟ ବିମାନରେ କୋଲକାତା ପଠାଇବାକୁ ବ୍ୟବସ୍ଥା ହେଉଛି।   

   Related Posts