ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଟଳିଲା ବଡ଼ ଦୁର୍ଘଟଣା, ଖସିପଡିଲା ରେସ୍ଲିଂ ହାଉସ୍ ସ୍ପିକର

5/08/2022 at 8:35 PM

ନୂଆଦିଲ୍ଲୀ ୫।୪: ଇଂଲଣ୍ଡରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରିଡାରେ ଶୁକ୍ରବାର ପୁଣି ଏକ ଅଘଟଣ ଘଟିଛି। ରେସ୍ଲିଂ ହାଉସ୍‌ କାନ୍ଥରେ ଲାଗିଥିବା ସ୍ପିକର ଖସିପଡିଛି। ତେବେ ଏଥିରେ କେହି ଆହତ ହୋଇ ନାହାନ୍ତି। ଭାରତୀୟ ମଲ୍ଲଯୋଦ୍ଧା ଦୀପକ ପୁନିଆଙ୍କ ରେସ୍ଲିଂ ପରେ ପରେ ଏହି ଅଘଟଣ ଘଟିଥିଲା । ଫଳରେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଦର୍ଶକ ଗ୍ୟାଲେରୀରୁ କିଛି ଲୋକଙ୍କୁ ଖାଲି କରିବାକୁ ପଡିଥିଲା।

କମନୱେଲଥ୍ ଗେମ୍ ଆୟୋଜକଙ୍କ ଲାଗି ଏହା ଏକ ଅପମାନଜନକ ଘଟଣା ଥିଲା। ଯେଉଁଥି ପାଇଁ କୁସ୍ତି ମୁକାବିଲାକୁ କିଛି ସମୟ ନିମନ୍ତେ ରୋକିବାକୁ ପଡିଥିଲା। ଏପରିକି ଦର୍ଶକଙ୍କୁ ହଲରୁ ବାହାରିଯିବାକୁ ବି କୁହାଯାଇଥିଲା। କେବଳ ୫ଟି କୁସ୍ତି ମୁକାବିଲା ଅନୁଷ୍ଠିତ ହୋଇଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ସ୍ପିକର କୁସ୍ତି ମ୍ୟାଟ୍ ନିକଟରେ ପଡିଥିଲା। ଫଳରେ କେଭେଣ୍ଟ୍ରି ଷ୍ଟାଡିୟମ ଓ ଏରିନାରେ ସୁରକ୍ଷା  ପ୍ରସଙ୍ଗକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

କମନୱେଲଥ୍ ଗେମ ୨୦୨୨ରେ ଦୁର୍ଘଟଣା ସାଧାରଣ ଘଟଣାରେ ପରିଣତ ହୋଇଛି। ପୂର୍ବରୁ ସାଇକେଲ ସ୍କ୍ରାଚ୍ ରେସରେ ୮ଟି ସାଇକେଲ ପରସ୍ପର ସହ ଧକ୍କା ଲାଗିଥିବା ବେଳେ ପ୍ରତିଯୋଗୀ ଆହତ ହୋଇଥିଲେ। ଏହାପରେ ମହିଳା ସାଇକେଲ ପ୍ରତିଯୋଗୀତାରେ ମଧ୍ୟ ଦୁର୍ଘଟଣା ଘଟିଥିଲା। ଏବେ କୁସ୍ତି ରିଂରେ ଦୁର୍ଘଟଣା ଆଲୋଚନାର ବିଷୟ ପାଲଟିଛି।  

   Related Posts