ଏକତରଫା ପ୍ରେମରେ ବିଫଳ ହେଲା ପ୍ରେମିକ, ଅଙ୍ଗନୱାଡି ଦିଦିଙ୍କୁ ମରଣାନ୍ତକ ଆକ୍ରମଣ

Published By : Prameya-News7 Bureau | June 28, 2022 IST

ଚଣ୍ଡିଖୋଲ, ୨୮/୦୬: ଅଙ୍ଗନୱାଡି କର୍ମୀ ଭାବେ କାମ କରୁଥିବା ମହିଳାଙ୍କୁ ଜଣେ ଯୁବକ ଏକତରଫା ପ୍ରେମ କରି ବିଫଳ ହେବା ପରେ ଆଜି ଉକ୍ତ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଛି । ଅଭିଯୋଗ ମୁତାବକ ଧର୍ମଶାଳା ଥାନା ଚୋରମୁହାଁ ଗ୍ରାମରେ ଆଙ୍ଗନୱାଡ଼ି କେନ୍ଦ୍ରରେ ପିଲାଙ୍କୁ ପାଠ ପଢ଼ାଉଥିବା ଜଣେ ମହିଳାକର୍ମୀଙ୍କୁ ସେହି ଗ୍ରାମର ଜଣେ ଯୁବକ ଏକତରଫା ପ୍ରେମ ନିବେଦନ କରିଥିଲେ । ଏହି ପ୍ରସ୍ତାବକୁ ମହିଳା ଜଣକ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଏ ସମ୍ପର୍କରେ ଥାନରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଯୁବକ ରାକେଶ ଦାସକୁ କିଛି ମାସ ତଳେ ଗିରଫ କରିଥିଲା ।  ପରେ ସେ ପୁଣି ଗାଁକୁ ଫେରିଥିଲା ।

ତେବେ ଆଜି ସକାଳେ ମହିଳା କର୍ମୀ ଜଣକ ଅଙ୍ଗନୱାଡି କେନ୍ଦ୍ରକୁ ଯାଉଥିବା ବେଳେ ଅଭିଯୁକ୍ତ ରାକେଶ ଅଚାନକ ଏକ ବାଉଁଶ କିଳାରେ ମହିଳାଙ୍କୁ ଆକ୍ରମଣ କରିଥିଲା । ଫଳରେ ମହିଳା ଜଣକ ଗୁରୁତର ଭାବେ ଆହତ ହୋଇ ତଳେ ପଡିଯାଇଥିଲେ । ପରେ ଗ୍ରାମବାସୀମାନେ ମହିଳାଙ୍କୁ ଉଦ୍ଧାର କରି ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ମହିଳାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.