ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

କୂଳ ଖାଉଛି ବାଳିଆପିଟା, ନାଳ ଗର୍ଭରେ ଲୀନ ହୋଇଗଲାଣି ଅନେକ ଜମି, ହତାତ ଚାଷୀକୂଳ  

18/11/2022 at 5:31 PM

ଦେବଗଡ: ଦେବଗଡ ଜିଲ୍ଲାର ଅଧିକାଂଶ ଅଧିବାସୀ ଜୀବନଜୀବିକା ପାଇଁ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି । ଚାଷ ଜମି ଚାଷୀ ପାଇଁ ମାଆ ସଦୃଶ। ମାତ୍ର ଜିଲ୍ଲାର କିଛି ଅଞ୍ଚଳ ଦେଇ ଯାଇଥିବା ବାଳିଆପିଟା ନାଳ ଏବେ ଚାଷୀ ମାନଙ୍କ ପାଇଁ ଅଭିଶାପ ପାଲଟିଛି । ପ୍ରତିବର୍ଷ ବାଳିଆପିଟା ନାଳ କୂଳ ଖାଉଛି ଏବଂ ଏହାର କଡରେ ଥିବା ଜମି ପାଣି ସ୍ରୋତରେ ନଷ୍ଟ ହୋଇଯାଉଛି । ଯାଫଳରେ ଚାଷୀ କୂଳ ହତାଶ ହୋଇ ପଡିଛନ୍ତି ।

ଶିଳ୍ପ ବିହୀନ ଦେବଗଡ ଜିଲ୍ଲା ର ଅଧିକାଂଶ ଅଧିବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି। ଏଥିପାଇଁ ଚାଷୀ ପାଇଁ ତାର ଚାଷ ଜମି ମାଆ ସଦୃଶ । ମାତ୍ର   ଦେବଗଡ ସହର ନିକଟରେ ଦୁଇଟି ପାହାଡିଆ ନାଳର ସମ୍ମିଶ୍ରଣରେ ସୃଷ୍ଟି ହୋଇଥିବା ବାଳିଆପିଟା ନାଳ ଏବେ ଚାଷୀ ମାନଙ୍କ ଚାଷ ଜମି ପାଇଁ ଅଭିଶାପ ପାଲଟିଛି । ପ୍ରତିବର୍ଷ ଏହି ନାଳ କୂଳରେ ଥିବା ଚାଷ ଜମି ନାଳ ଗର୍ଭରେ ଲୀନ ହୋଇସାରିଲେଣି। ଫଳରେ ଜମିମାଲିକ ମାନେ ହତାଶ ହୋଇପଡିଛନ୍ତି । ଏ ହେଉଛି ଦେବଗଡ ଜିଲ୍ଲା ଅନ୍ତର୍ଗତ କଲଣ୍ଡା ଗ୍ରାମ । ଏହି ଅଞ୍ଚଳରେ ଏହି ପାହାଡିଆ ନାଳ ପାଞ୍ଚ ଶହ ମିଟର ଦିଗ ପରିବର୍ତ୍ତନ କରିସାରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ ଏହି ନାଳ ଦ୍ଵାରା କିଛି ଲୋକଙ୍କୁ ଭୂମିହୀନ କରିସାରିଲାଣି।

ବାଳିଆପିଟା ନାଳଟି ଦେବଗଡ ସହର ନିକଟରୁ ଆରମ୍ଭ ହୋଇଥିବା ବେଳେ ଏହା ପୂର୍ବରୁ ଗୋଟିଏ ପଟୁ କୈଳାଶ ନାଳ ଆସିଥିବା ବେଳେ ଅନ୍ୟ ପଟୁ ବେଲମରା  ନାଳ ଆସିଛି। ଉଭୟ ପାହାଡିଆ ନାଳର ସମ୍ମିଶ୍ରଣ ରେ ବାଳିଆପିଟା ନାଳଟି ଯାଇ ରେଙ୍ଗାଳି ନଦୀବନ୍ଧ ଯୋଜନା ରେ ମିଶିଛି । ପ୍ରତିବର୍ଷ ବର୍ଷା ଦିନେ ନାଳଟି ନିଜର ଗତିପଥ ବଦଳାଇ ଜମିବାଡି କୁ ନିଜଗର୍ଭରେ ଚପାଇନେଉଛି। ଦେବଗଡ ଜିଲ୍ଲା ମୋହିନୀପୁର ଗ୍ରାମବାସୀଙ୍କର ମଧ୍ୟ ସମାନ ଅଭିଯୋଗ।

ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ ବାଳିଆପିଟା ନାଳ ତାର ଦୁଇ କୂଳ ଖାଉଛି । ଏହାର ଏକମାତ୍ର ସମାଧାନ ଉପାୟ ହେଲା ପଥର ବନ୍ଧ ଦ୍ଵାରା କୂଳକୁ ଘୋଡାଇ ରଖିଲେ ଚାଷ ଜମି ସୁରକ୍ଷିତ ରହି ପାରିବ। ଏଣୁ ଏହି ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ଚାଷୀ ମାନେ ତଥା ଅଞ୍ଚଳବାସୀ ଦାବି କରିଛନ୍ତି।

   Related Posts