ବାଲେଶ୍ବରରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର, ବଜ୍ରପାତ ପୂର୍ବରୁ ମିଳିବ ସୂଚନା

Published By : Prameya-News7 Bureau | July 11, 2022 IST

ବାଲେଶ୍ବର,୧୧/୦୭: ବାଲେଶ୍ବରରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର । ବଜ୍ରପାତରେ ଅନେକ ଜୀବନ ଯାଉଛି । ସେଥିପାଇଁ ଲାଇଟେନିଂ ରିସର୍ଚ୍ଚି ସେଣ୍ଟରରେ ସଠିକ ପୂର୍ବ ସୂଚନା ଦିଆଯାଇପାରିବ ବୋଲି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଜୁନ ଦ୍ଵିତୀୟ ସପ୍ତାହ ପରେ ବର୍ଷାର ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ଗତ ସାତ ଦିନ ଭିତରେ ଭଲ ବର୍ଷା ହୋଇଛି । ସାମାନ୍ୟ ପରିମାଣ ଠାରୁ ୨୨ ପ୍ରତିଶତ ଅଧିକ ବର୍ଷା ହୋଇଛି । ଦକ୍ଷିଣ ଓଡ଼ିଶା ଉପକୂଳର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ପରେ ୧୪ ତାରିଖ ପାଖାପାଖି ପୁଣି ଉତ୍ତର ବଙ୍ଗୋପସାଗର ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୭ ଦିନ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟ କିମ୍ବା ସାମାନ୍ୟ ଠାରୁ ଅଧିକ ବର୍ଷା ହେବା ସହ ଅଳ୍ପ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ବାଲେଶ୍ବରର  ଫକୀର ମୋହନ ବିଶ୍ବ ବିଦ୍ୟାଳୟରେ ଆଜି IMD ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ବ୍ୟାସ ଗୌରବ ସମ୍ମାନ ୨୦୨୨ରେ ସମ୍ମାନିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.