ରାୟଗଡା ସିଆରପିଏଫ କ୍ୟାମ୍ପରୁ ଧରାପଡିଲା ବିଶାଳ ଅହିରାଜ, ସୋସାଲ ମିଡିଆରେ ଭାଇାଲ ହେଉଛି ଫଟୋ
12/06/2019 at 9:47 PM

ରାୟଗଡା ୧୨।୬: ରାୟଗଡା ଜିଲ୍ଲା ଶେଷଖାଲ ଅଞ୍ଚଳରେ ଅବସ୍ଥାପିତ ସିଆରପିଏଫ କ୍ୟାମ୍ପସ ପରିସରରୁ ବୁଧବାର ଏକ ବିଶାଳ ଅହିରାଜ ସାପକୁ କାବୁ କରାଯାଇଛି। ଏହି ସାପଟିର ଲମ୍ବ ପ୍ରାୟ ୧୨ ଫୁଟ ହେବ। ଏତେ ବିଶାଳ ସାପ ସ୍ଥାନୀୟ ଅଞ୍ଚଳରେ କେବେ ଦେଖାଯାଇନଥିବା ଲୋକେ କହିଛନ୍ତି। ସାପକୁ ଦେଖି ପ୍ରଥମେ ବନ ବିଭାଗକୁ ସୂଚନା ଦିଆଯାଇଥିଲା। ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ସହ ବନ ବିଭାଗ କର୍ମଚାରୀ ପହଞ୍ଚି ତାକୁ କାବୁ କରିବା ସହ ଗୁମା ଜଙ୍ଗଲରେ ଛାଡି ଦିଆଯିବ ବୋଲି କହିଛନ୍ତି।

ଏହି ସାପ ଧରାପଡିବା ସହ ରାୟଗଡା ଜଙ୍ଗଲରେ ଅହିରାଜଙ୍କ ଅବସ୍ଥିତି ସ୍ପଷ୍ଟ ହୋଇଯାଇଛି। ସାପଟିର ଓଜନ ପ୍ରାୟ ୩୦ କେଜି ହେବ ବୋଲି ଏହାକୁ ଧରିଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ କହିଛନ୍ତି। ତେବେ ସିଆରପିଏଫ କ୍ୟାମ୍ପକୁ ସାପଟି କିପରି ପସିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସାପ ଧରାପଡିବା ପରେ ତା ସହ ନିଆଯାଇଥିବା ସେଲ୍ଫି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାପଟି ସୁସ୍ଥ ଥିବା କହିଛନ୍ତି ବନ ବିଭାଗ କର୍ମଚାରୀ। ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁ ପାଣି ଅନ୍ୱେଷଣରେ ସାପଟି ଆସି ସିଆରପିଏଫ କ୍ୟାମ୍ପସରେ ପଶି ଯାଇଥିବା ବନ ବିଭାଗ କର୍ମଚାରୀ ଆଶଙ୍କା ପ୍ରକାଶ କରିଛନ୍ତି ।