ବନ ବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ କୂଅ ଭିତରେ ଫସି ରହିଥିବା ହାତୀ ଛୁଆ ଉଦ୍ଧାର

Published By : Prameya-News7 Bureau | May 27, 2022 IST

ଭଞ୍ଜନଗର ୨୭/୦୫ : ଗଞ୍ଜାମର କନ୍ଧମାଳ ଜିଲ୍ଲା ସୀମାନ୍ତ କରଡ଼ା ରେଞ୍ଜ ବାରବା ବନାଞ୍ଚଳରେ ପଳାଶପଲ୍ଲି ଗାଁ ପାଖରେ ଥିବା ଋଏକ ପରିତ୍ୟକ୍ତ କୂଅରେ ଏକ ହାତୀ ଛୁଆ  ଖସି ପଡ଼ି ଫସି ରହିଥିଲା। ଏହି ଖବର ପାଇ ଘଟଣା ସ୍ଥଳରେ ବାରବା ବନ ବିଭାଗ କର୍ମଚାରୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

ଖବର ଅନୁସାରେ, ଗତ କିଛି ଦିନ ହେବ ଏଠାରେ ୧୮ ଟିକିଆ ହାତୀ ପଲ ଦେଖା ଯାଉଥିଲେ। ଏହି ଅଞ୍ଚଳରେ ଆମ୍ବ ,ପଣସ ଓ କଦଳୀ ଗଛ ପ୍ରଚୁର ଥିବା ବେଳେ ଗତ କାଲି ରାତିରେ ଏହି ହାତୀ ପଲରେ ଥିବା ଏକ ହାତୀ ଛୁଆ ପଣସ ଗଛ ପାଖରେ ଥିବା ଏକ ପରିତ୍ୟକ୍ତ କୂଅରେ କୌଣସି କାରଣରୁ ଖସିପଡ଼ିଥିଲା।

ଆଜି ସ୍ଥାନୀୟ ଅଞ୍ଚଳର କିଛି ଲୋକ ହାତୀ ଛୁଆକୁ କୂଅରେ ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ। ବନଭିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ଏକ ଜେସିବି ମେସିନ ସାହାଯ୍ୟରେ ଦୀର୍ଘ ୪ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ହାତୀ ଛୁଆକୁ ଉଦ୍ଧାର କରିଥିଲେ। ପରେ ଉଦ୍ଧାର ହୋଇଥିବା ହାତୀ ଛୁଆଟି ପାଖରେ ଥିବା ଜଙ୍ଗଲକୁ ଚାଲି ଯାଇଥିଲା। ବନ ବିଭାଗ ତରଫରୁ ହାତୀ ଛୁଆଟି ପରିତ୍ୟକ୍ତ କୂଅରେ ଥିବା ବେଳେ ତାର ଖାଇବା ପାଇଁ ପଣସ, କଦଳୀ ଓ ପାଣିର ବ୍ୟବସ୍ଥା କରିଥିଲେl ଉଦ୍ଧାର ହାତୀଛୁଆଟି ସମ୍ପୂର୍ଣ ସୁସ୍ଥ ଥିବା ବାରବା ବନ ବିଭାଗ ଅଧିକାରୀ କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.