suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାଲରେ ପଡିଲା କୁଇଣ୍ଟାଲ କୁଇଣ୍ଟାଲ ଓଲଟି ମାଛ, ମାଲେମାଲ୍ ମତ୍ସ୍ୟଜୀବୀ

13/09/2023 at 6:39 PM

ମହାକାଳପଡା 13/09 :  ଜାଲରେ ପଡ଼ିଲା କୁଇଣ୍ଟାଲ୍ କୁଇଣ୍ଟାଲ୍ ଓଲଟି ମାଛ।  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ଅଞ୍ଚଳର ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଜାଲରେ ପଡିଲା କୁଇଣ୍ଟାଲ କୁଇଣ୍ଟାଲ ମାଛ।

ସମୁଦ୍ରର ହୁକିଟୋଲାର ମାଦଳି ଓ ଚଟକା ମୁହାଣକୁ ମାଛ ମାରିବାକୁ ଗତକାଲି ଯାଇଥିଲେ ମତ୍ସ୍ୟଜୀବୀ। ଏହି ସମୟରେ ଜାଲରେ ଓଲଟି ଓ ଫାସୀ ମାଛ ପୂଳା ପୂଳା ଜାଲରେ ପଡ଼ିଥିଲେ। ପରେ ଜମ୍ବୁ ଜେଟିରେ ପହଞ୍ଚି ଜାଲରୁ ମାଛ ବାହାର କରି ପାରାଦ୍ୱୀପ ଏବଂ କଲିକତାକୁ ପଠାଇଛନ୍ତି।

କିଛି ଦିନର ବ୍ୟବଧାନ ପରେ କ୍ଷତିରେ ଚାଲିଥିବା ମତ୍ସ୍ୟଜୀବୀମାନେ ଲାଭବାନ୍ ହୋଇଛନ୍ତି। ଏହି ମାଛ ଦେଖିବାକୁ ଛୋଟ ଛୋଟ ଇଲିସି ମାଛ ଭଳି। ମାଛ କଣ୍ଟା ଯୁକ୍ତ ହୋଇଥିବାରୁ ବଜାରରେ ଏହାର ଚାହିଦା କମ୍ ରହିଛି। କିଲୋ ପିଛା ୪୦ ରୁ ୫୦ ଟଙ୍କାରେ ବିକ୍ରି ହୋଇଥିବାବେଳେ  କଣ୍ଟା ଯୁକ୍ତ ମାଛ ହୋଇଥିବାରୁ ମାଛ ତରକାରି ଠାରୁ ମାଛର ଭଜା ସ୍ୱାଦ ବହୁତ ଭଲ ।  

Also Read- ଦୁଇ ଜଣ ଏକାଠି ବସି ମଦ ପିଇଲେ, ନିଶାରେ ଜଣଙ୍କୁ ପିଟି ମାରିଦେଲା ଆଉ ଜଣେ

   Related Posts