ରାଜଧାନୀରେ କଂଗ୍ରେସର ବିଶାଳ ସମାବେଶ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଅଳକା ଲାମ୍ବା

Published By : Prameya-News7 Bureau | February 21, 2024 IST

ଭୁବନେଶ୍ଵର:  ରାଜଧାନୀରେ ବିଶାଳ ସମାବେଶ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଏଆଇସିସି ମହିଳା ସଭାନେତ୍ରୀ ଅଳକା ଲାମ୍ବା।  ସେ କହିଛନ୍ତି,  ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମହିଳାଙ୍କ ସୁରକ୍ଷା ପ୍ରତି ଉଦାସୀନ । ତେଣୁ ମହିଳାଙ୍କ ଅବସ୍ଥା ଅଧିକରୁ ଅଧିକ ଖରାପ ହୋଇଛି । ବେରୋଜଗାରୀ, ନାରୀ ସୁରକ୍ଷା, ସ୍ବାସ୍ଥ୍ୟ, ଶିକ୍ଷା ଆଦି ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍ କରିଛନ୍ତି ।

wp:heading {"level":4}

Also read- ଆସନ୍ତା୨୨ରେ ଓଡ଼ିଶା ଆସିବେ ରାଜନାଥ: ନବରଙ୍ଗପୁର, ଗଞ୍ଜାମ ଓ ମୟୂରଭଞ୍ଜର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

/wp:heading

ଭୁବନେଶ୍ବରରେ ଗର୍ଜିଛନ୍ତି ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି । ଯୁବକ ଯୁବତୀଙ୍କ ରୋଜଗାର ପ୍ରସଙ୍ଗ ଉଠାଇବା ସହ ମହିଳାଙ୍କ ସୁରକ୍ଷା କଥା ଉଠାଇଛନ୍ତି । କହିଛନ୍ତି ମହିଳା ଚାହିଁଲେ ସବୁ କିଛି କରିପାରିବେ। ସରକାର ବଦଳାଇଦେବେ । ଖୁବ୍ ଶିଘ୍ର ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ଦେବା ଦାବିରେ ମହିଳା କଂଗ୍ରେସ ସବୁ ଜିଲ୍ଲାରେ ନାରୀ ନ୍ୟାୟ ପଦଯାତ୍ରା କରିବବୋଲି ଘୋଷଣା କରିଛନ୍ତି । ଏହି ନ୍ୟାୟ ଯାତ୍ରା ମାଧ୍ୟମରେ ପ୍ରତି ଘରେ ପହଞ୍ଚି ମହିଳା ମାନଙ୍କ ସମସ୍ୟା ଓ ସମାଧାନ ଉପରେ କଥା ହେବ ମହିଳା କଂଗ୍ରେସ। ଏଥର ନିର୍ବାଚନରେ ମହିଳାଙ୍କୁ ଅଧିକ ଟିକେଟ ଦେବାକୁ ପିସିସି ସଭାପତିଙ୍କୁ ସେ ଅନୁରୋଧ କରିଥିଲେ ।

{"id":912061,"sizeSlug":"full","linkDestination":"none"}

ମହିଳା କଂଗ୍ରେସ କର୍ମୀଙ୍କୁ ଉଦ୍ବୋଧନ ପରେ ଅଳକା ଲାମ୍ବା ରାଜ୍ୟ କଂଗ୍ରେସର ମହିଳା ନେତ୍ରୀ ଓ କର୍ମୀଙ୍କ ସହ  ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଓହ୍ଲାଇଥିଲେ । କଂଗ୍ରେସ ଭବନରୁ ମାଷ୍ଟାର କ୍ୟାଣ୍ଟିନ୍ ଅଭିମୁଖେ ଯାଉଥିବା ବେଳେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଅଳକା ଲାମ୍ବାଙ୍କୁ ପୋଲିସ ଗିରଫ କରିଥିଲା ।

ସେହିଭଳି ଏକ ସାମ୍ବାଦିକ ସମ୍ବିଳନୀରେ ଅଳକା କହିଥିଲେ ରାଜ୍ୟର ମହିଳା ମାନଙ୍କୁ ଆର୍ଥିକ ଶସକ୍ତ ସହ ସ୍ବାବଲମ୍ବୀ କରିବାକୁ ସେମାନଙ୍କୁ ଛୋଟ ଛୋଟ ସମହୁ କରି ସାନିଟାରୀ ନାପକିନ ମେସିନ ଦେବ ମହିଳା କଂଗ୍ରେସ । ଗରିବ ମହିଳା, ଆଦିବାସୀ ମହିଳା ମାନଙ୍କୁ ଏହି ମେସିନ ଫ୍ରିରେ ଦିଆଯିବ। ନିର୍ବାଚନ ପୂର୍ବରୁ କଂଗ୍ରେସର ମହିଳା ସମାବେଶ କର୍ମୀଙ୍କୁ ଉତ୍ସାହ ଯୋଗାଇଛି। ୨୦୨୪ ନିର୍ବାଚନରେ କିଭଳି କଂଗ୍ରେସ ଲଢିବ ଅଧିକରୁ ଅଧିକ ସଫଳତା ପାଇବ ସେନେଇ ରଣନୀତି ପ୍ରସ୍ତୁତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.