ହିନ୍ଦୁ ଝିଅର ବାହାଘର କରାଇଲେ ମୁସଲିମ୍ ପଡ଼ୋଶୀ : ହିଂସାର ପରିବେଶରେ ସୁରକ୍ଷା କବଚ ହୋଇ ଛିଡ଼ା ହେଲେ

Published By : Prameya-News7 Bureau | February 28, 2020 IST

ନୂଆଦିଲ୍ଲୀ ୨୮/୨: ରାଜଧାନୀ ଦିଲ୍ଲୀରେ ହୋଇଥିବା ହିଂସାରେ ଅନେକ ପରିବାର ନିଶ୍ଚିହ୍ନ ହୋଇଯାଇଛି,ଅନେକ ଜୀବନ ଚାଲିଯାଇଛି ତ ଅନେକଙ୍କ ଜୀବନରେ ବିଷ ଭରିଯାଇଛି। ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସାର ବହ୍ନି ଜଳିବା ପରେ ଅନେକ ପରିବାରକୁ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦଙ୍ଗା ପ୍ରଭାବିତ ଅଞ୍ଚଳରେ ରହୁଥିବା ଅନେକ ପରିବାରକୁ ନିଜ ଘର ଛାଡ଼ି ଅନ୍ୟ ସ୍ଥାନରେ ରହିବାକୁ ପଡ଼ିଥିଲା। ଏପରି କେତେକ ଘର ମଧ୍ୟ ରହିଛି ଯେଉଁଠି ବିବାହ ହେବାର ଥିଲା କିନ୍ତୁ ଦଙ୍ଗା ପାଇଁ ହୋଇପାରିନଥିଲା। ଦଙ୍ଗାର ପରିଣାମ ଦୁଇଟି ସମୁଦାୟକୁ ଭୋଗିବାକୁ ପଡ଼ିଥିଲା। କିନ୍ତୁ ଏପରି ପରିସ୍ଥିତିରେ ଏପରି ଘଟଣା ମଧ୍ୟ ସାମନାକୁ ଆସିଛି ଯାହା ମାନବିକତାର ଉଦାହରଣ।

{"id":230329,"sizeSlug":"large"}

୨୩ବର୍ଷ ବୟସ୍କା ସାବିତ୍ରୀ ପ୍ରସାଦ ମୁସଲିମ୍ ବହୁଳ ଅଞ୍ଚଳରେ ରୁହନ୍ତି। ସାବିତ୍ରୀଙ୍କ ବିବାହ ହେବାର ଥିଲା,କିନ୍ତୁ ଏହି ସମୟରେ ଦିଲ୍ଲୀରେ ହିଂସା ହୋଇଥିଲା। ବିବାହ ରଦ୍ଦ କରିବା ଯାଏଁ ପରିସ୍ଥିତି ହୋଇଥିଲା। ଏପରି ସମୟରେ ପଡ଼ୋଶୀ ମାନେ ଆଗକୁ ଆସିଥିଲେ,ତାଙ୍କ ତତ୍ତ୍ବାବଧାନରେ ସାବିତ୍ରୀଙ୍କ ବିବାହ ସମ୍ଭବ ହୋଇପାରିଥିଲା।

{"id":230330,"sizeSlug":"large"}

ସାବିତ୍ରୀଙ୍କ ଘର ସବୁଠୁ ଅଧିକ ଦଙ୍ଗା ପ୍ରଭାବିତ ଅଞ୍ଚଳରେ। ସାବିତ୍ରୀଙ୍କ ପରିବାର ଦିଲ୍ଲୀର ଚାନ୍ଦାବଗ ଅଞ୍ଚଳରେ ରୁହନ୍ତି। ସାବିତ୍ରୀଙ୍କ ବିବାହ ଫେବୃୟାରୀ ୨୫ତାରିଖରେ ଗୁଲଶନଙ୍କ ସହ ହେବାର ଥିଲା। ସାବିତ୍ରୀଙ୍କୁ ଦଙ୍ଗା ବିଷୟରେ ଜଣା ପଡ଼ିବାରୁ ସେ କଇଁ କଇଁ ହୋଇ କାନ୍ଦିଥିଲେ। ଏପରି ପରିସ୍ଥିତିରେ ବିବାହ ହେବା ଅସମ୍ଭବ ଥିଲା। ତାଙ୍କ ବାପା ବିବାହକୁ ଗୋଟିଏ ଦିନ ପରେ କରିବାକୁ ନିଷ୍ପତ୍ତି ନେଇଥିଲେ। ଏପରି ପରିସ୍ଥିତିରେ ତାଙ୍କ ମୁସଲିମ୍ ପଡ଼ୋଶୀ ଆଗକୁ ଆସିଥିଲେ। ତାଙ୍କ ଉପସ୍ଥିତି ଯୋଗୁଁ ସାବିତ୍ରୀ ଏବଂ ତାଙ୍କ ବାପାଙ୍କୁ ସାହସ ମିଳିଥିଲା। ବରଯାତ୍ରୀଙ୍କୁ ମଧ୍ୟ ଡକାଯାଇଥିଲା।

{"id":230331,"sizeSlug":"large"}

ବିବାହର ସମସ୍ତ ରୀତିନୀତି ସାବିତ୍ରୀଙ୍କ ଘରେ କରିବାକୁ ପଡ଼ିଥିଲା। କାରଣ ତାଙ୍କ ଘର ପାଖରେ ଦଙ୍ଗା ହେଉଥିଲା। ଚାରିଆଡ଼େ ଧୂଆଁ ହିଁ ଧୂଆଁ ଦେଖାଯାଉଥିଲା। ଅନେକ କାର୍ ଜଳାଇ ଦିଆଯାଇଥିଲା ଏବଂ ଦୋକାନ ଲୁଟା ଯାଇଥିଲା। ସାବିତ୍ରୀଙ୍କ ବାପା ଯେତେବେଳେ ଘରର ଛାତ ଉପରକୁ ଯାଇଥିଲେ ସେତେବେଳେ ଆଖପାଖର ପରିବେଶ ତାଙ୍କୁ ବହୁତ ଡର ଲାଗିଥିଲା। ତାଙ୍କ ମୁସଲିମ୍ ପଡ଼ୋଶୀ ବର ଏବଂ କନ୍ୟାଙ୍କୁ ଆଶୀର୍ବାଦ ଦେବା ପାଇଁ ଆସିଯାଇଥିଲେ। ପଡ଼ୋଶୀଙ୍କ ଦେଖାରଖାରେ ଦୁହେଁ ପରସ୍ପରକୁ ମାଳା ପିନ୍ଧାଇଥିଲେ। ଏହା ପରେ ଉଭୟଙ୍କୁ ଛାଡ଼ିବାପାଇଁ ପଡ଼ୋଶୀ ବାହାରକୁ ଆସିଥିଲେ।

{"id":230332,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.