ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ପ୍ରେମିକାକୁ ମାରି ଫ୍ରିଜ୍‌ରେ ଲୁଚାଇଲା, ବିବାହରେ ବାଧା ସାଜିବାରୁ ଏମିତି କଲା ନୃଶଂସ ହତ୍ୟା

14/02/2023 at 8:40 PM

ନୂଆଦିଲ୍ଲୀ, ୧୪/୦୨: ପ୍ରେମ ସପ୍ତାହରେ ଯେଉଁଠି ଲୋକେ ପରସ୍ପରକୁ ପ୍ରେମର ବାର୍ତ୍ତା ଦେଉଛନ୍ତି। ସାତ ଜନ୍ମ ପାଇଁ ସାଥୀ କରିବାକୁ ଶପଥ ନେଉଛନ୍ତି। ଏଭଳି ସମୟରେ ଏକ ପ୍ରେମ କାହାଣୀର ହୃଦୟବିଦାରକ ଅନ୍ତ ଘଟଣା ସାମ୍ନାକୁ ଆସିଛି। ପାଞ୍ଚ ବର୍ଷ ପୁରୁଣା ସଂପର୍କ ଭାଙ୍ଗି ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପାଇଁ ଯୁବକ ଘଟାଇଲା ନାରକୀୟ କାଣ୍ଡ। ଦ୍ବିତୀୟ ପ୍ରେମିକାକୁ ବିବାହ କରିବାକୁ ବିରୋଧ କରିବାରୁ ପ୍ରଥମ ପ୍ରେମିକାର ତଣ୍ଟି ଚିପି ହତ୍ୟା କଲା ପ୍ରେମିକ। କାର୍‌ରେ ହତ୍ୟା କରିବା ପରେ ଶବକୁ ଫ୍ରିଜ୍‌ରେ ଲୁଚାଇ ଦେଇଥିଲା ଏବଂ ଅନ୍ୟ ଯୁବତୀ ସହ ବିବାହ ମଧ୍ୟ କରିଥିଲା। ଦିଲ୍ଲୀ ଉତ୍ତମ ନଗର ଏକ ଢ଼ାବାରେ ରଖିଥିବା ଫ୍ରିଜ୍‌ରୁ ଶବ ଉଦ୍ଧାର ହେବା ପରେ ଘଟଣାରୁ ପରଦା ଉଠିଛି। ପୋଲିସ୍‌ ଅଭିଯୁକ୍ତ ସାହିଲ୍ ଗେହଲୋଟକୁ ଗିରଫ କରିଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିଲ୍ଲୀ ପୋଲିସ୍‌କୁ ଏକ ସୂଚନା ମିଳିଥିଲା। ଏଥିରେ ଜଣେ ଯୁବତୀଙ୍କ ହତ୍ୟା କରି ଉତ୍ତମ ନଗରର ମିତ୍ରାଉଁ ଗାଁର ଏକ ଢାବାରେ ଶବ ରଖାଯାଇଛି। ସୂଚନା ପାଇଁ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲା। ପ୍ରାରମ୍ଭିକ ଯାଞ୍ଚରେ ପୋଲିସ ମିତ୍ରାଉଁର ଢାବା ମାଲିକଠାରୁ ଗେହଲୋଟ ପାଖରେ ପହଞ୍ଚିଥିଲା ଏବଂ ତାଙ୍କୁ ଗିରଫ କରିଥିଲା। ଯାଞ୍ଚରୁ ପୋଲିସ୍‌କୁ ଜଣାପଡ଼ିଥିଲା ଅଭିଯୁକ୍ତ ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ କରିବାକୁ ଚାହୁଥିଲା, ଯାହାକୁ ବିରୋଧ କରୁଥିଲେ ପ୍ରଥମ ପ୍ରେମିକା। ଆଉ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ପ୍ରେମିକ ଏବଂ ଦିଲ୍ଲୀ କାଶ୍ମୀରୀ ଗେଟ୍ ଆଇଏସବିଟି ପାଖରେ କାର୍‌ରେ ତାଙ୍କର ତଣ୍ଟି ଚିପି ହତ୍ୟା କରିଥିଲା। ଏହା ପରେ ଶବକୁ ନେଇ ମିତ୍ରାଉ ପହଞ୍ଚିଥିଲା ଏବଂ ସେଠାରେ ଫ୍ରିଜ୍‌ରେ ଲୁଚାଇଦେଇଥିଲା।

ଉଭୟଙ୍କ ମଧ୍ୟରେ ୨୦୧୮ ରୁ ବନ୍ଧୁତା ଥିଲା। କିନ୍ତୁ ନିକଟରେ ଅନ୍ୟ ଜଣେ ମହିଳାଙ୍କ ସହ ନିର୍ବନ୍ଧ କରିଥିଲେ। ୧୦ ଫେବୃଆରୀରେ ବିବାହ ହେବାକୁ ସ୍ଥିର ହୋଇଥିଲା। ଯେତେବେଳେ ଯୁବତୀଙ୍କୁ ଏହି କଥା ଜଣାପଡ଼ିଥିଲା ସେତେବେଳେ ସେ ଏହି ବିବାହ ଭାଙ୍ଗିବାକୁ କହିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଯାହାକୁ ନେଇ ପ୍ରେମିକ ଜଣକ ନିଜ ପ୍ରେମିକାଙ୍କୁ କାର୍‌ରେ ହତ୍ୟା କରିଥିଲା ଏବଂ ଉତ୍ତମ ନଗର ଢ଼ାବାରେ ଫ୍ରିଜ୍‌ରେ ଶବକୁ ଲୁଚାଇଥିଲା। ଆଉ ୧୦ ତାରିଖରେ ବିବାହ କରିଥିଲେ।

ସେପଟେ ଏହି ଘଟଣା ଦିଲ୍ଲୀ ଶ୍ରଦ୍ଧା ହତ୍ୟା ଘଟଣାକୁ ମନେ ପକାଉଥିବା କଥା କୁହାଯାଇଛି। ଯେଉଁଠାରେ ହତ୍ୟାକାରୀ ଅଫତାବ୍ ଶ୍ରଦ୍ଧାଙ୍କୁ ହତ୍ୟାକରି ତାଙ୍କର ଶରୀରକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲା। ଆଉ ଶରୀର ଖଣ୍ଡକୁ ଧୀରେ ଧୀରେ ଅନେକ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀର ଜଙ୍ଗଲରେ ଫିଙ୍ଗୁଥିଲା।

   Related Posts