ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ଭଲ ଖବର, ନିଶା କମ୍ କରିବ ହ୍ୟାଙ୍ଗଓଭର ପିଲ୍

Published By : Prameya-News7 Bureau | July 07, 2022 IST

ନୂଆଦିଲ୍ଲୀ: ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ଭଲ ଖବର। ଅଧିକ ଦୁଇ ତିନି ପ୍ୟାକ୍ ପିଇଲେ ହ୍ୟାଙ୍ଗଓଭର ହେଉଛି କି ତେବେ ଆଉ ଚିନ୍ତା କରିବାର ଆବଶ୍ୟକ ନାହିଁ।କାରଣ ଆସି ଯାଇଛି ହ୍ୟାଙ୍ଗ ଓଭର ପିଲ୍। ବିୟର ହେଉ କି ହାର୍ଡ ପିଇ ସାରିବା ପରେ ଏହି ହ୍ୟାଙ୍ଗ ଓଭର ପିଲ୍ ଖାଇ ଦେଲେ ଏହା ନିଶାକୁ ନିୟନ୍ତ୍ରଣରେ ରଖିବ। ଏହି ପିଲ୍ ବର୍ତ୍ତମାନ ୟୁକେ ବଜାରରେ ଉପଲବ୍ଧ। ତେବେ ଏହା ଭାରତୀୟ ବଜାରରେ କେବେ ମିଳିବ ତାହା ସ୍ପଷ୍ଟ ହୋଇ ନାହିଁ।

ଏକ ଫାର୍ମା ଇଣ୍ଡଷ୍ଟ୍ରୀ ସ୍ଵିଡିଶ ବ୍ରାଣ୍ଡ ମିର୍କିଲ ଦ୍ଵାରା  ଏହି ପିଲ୍ ପ୍ରସ୍ତୁତ କରାଯାଇଛି। ଏହି ପିଲ୍ ବର୍ତ୍ତମାନ ୟୁକେ ବଜାରରେ ଉପଲବ୍ଧ। ମିର୍କିଲ ଦାବି କରିଛନ୍ତି, ପିଲ୍ ଖାଇବାର ଘଣ୍ଟାଏ ପରେ ୭୦  ପ୍ରତିଶତ ଆଲକୋହୋଲ କମିଯିବ। ଯଦି ଜଣେ ବ୍ୟକ୍ତି ୨୦ ଏମଏଲର ଶୁଦ୍ଧ ମଦ ସେବନ କରିବେ ତେବେ ସେଥିରୁ କେବଳ ୬ ପ୍ରତିଶତ ରକ୍ତର ଶିରାରେ ପ୍ରବାହିତ ହେବ। ଆଉ ନିଶା ଅଧିକ ହେବାକୁ ଦେବନି।

କମ୍ପାନୀର କହିବା କଥା ପିଲ୍‌ ଶରୀରରେ ବ୍ୟାକ୍ଟଟେରିଆକୁ ସକ୍ରିୟ କରି ଆରମ୍ଭରୁ ହ୍ୟାଙ୍ଗଓଭର ସହ ଲଢିଥାଏ। ଏହା ମଦ ପାଣିକୁ ଲିଭର ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ଏହାକୁ  କାର୍ବନ ଡାଇଅକ୍ସାଇଡରେ ପରିଣତ କରି ଦେଇଥାଏ। ୟୁକେରେ ଗୋଟିଏ ପିଲ୍‌ର ମୂଲ୍ୟ ୩୦ ପାଉଣ୍ଡ ରହିଛି।

ଏହି ପିଲ୍ ମଦ୍ୟପାନକାରୀଙ୍କ ପାଇଁ ବରଦାନ ପାଲଟିପାରେ। ମାତ୍ର ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଇଛି ଯେୱ ଲୋକେ ଏହି ପିଲର ଦୁରୁପଯୋଗ କରିପାରେ। ଖାସ୍ କରି ଯେଉଁମାନେ ମଦ୍ୟପାନ କରି ଗାଡି ଚଳାଉଛନ୍ତି କିମ୍ବା ଚଲାଇବାକୁ ପସନ୍ଦ କରନ୍ତି ସେମାନେ ଏହି ପିଲ୍ ନେବାକୁ ଆଗ୍ରହ ପ୍ରକାଶ କରିବେ। କିନ୍ତୁ ଏହା ଲୋକଙ୍କ ପାଇଁ ସୁରକ୍ଷିତ ନୁହେଁ। ଆଉ ସବୁଠୁ ବଡ କଥା ପିଲ୍ କାରଣରୁ ଲୋକେ ଅଧିକ ପିଇବାକୁ ବାହାନା ପାଇଯିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.