ନୂଆଦିଲ୍ଲୀ ୦୩।୦୩: ବିବାହ କରିବାକୁ ପ୍ରାୟ ସମସ୍ତଙ୍କର ରହିଥାଏ ସ୍ବପ୍ନ । ଏଥିପାଇଁ ବିଭିନ୍ନ ପ୍ରକାରର ଆଡମ୍ବରର ହୋଇଥାଏ ଆୟୋଜନ । ବିବାହ ବେଦୀରେ ସାତ ଜନ୍ମର ସାଥି ହେବାକୁ ଶପଥ ନେଇଥାନ୍ତି ଦମ୍ପତ୍ତି । ସାଧାରଣତଃ ଗୋଟିଏ ମଣ୍ଡପରେ ଜଣେ ବର ଆଉ ଜଣେ କନ୍ୟା ସହ କରାଯାଏ ବିବାହ । ଆଉ ରୀତିନୀତି ଅନୁଯାୟୀ ଏମାନେ ହୋଇଥାନ୍ତି ୭ ଜନ୍ମର ସାଥୀ ।
{"id":916596,"sizeSlug":"full","linkDestination":"none"}
କିନ୍ତୁ କେବେ ଶୁଣିଛନ୍ତି ଗୋଟିଏ ବର ସହିତ ୪ କନ୍ୟାଙ୍କର ବିବାହ ହେବା କଥା ? ସେ ପୁଣି ଗୋଟିଏ ବେଦୀରେ, ଆଉ ଏକା ସମୟରେ…ଶୁଣି ଆଶ୍ଚର୍ଯ୍ଯ ଲାଗୁଛି ନା କିନ୍ତୁ ଏପରି କିଛି ଘଟଣାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ୍ ହେଉଛି । ଏହି ଚିତ୍ରରେ ଜଣେ ବରକୁ ୪ଜଣ କନ୍ୟା । ସେ ପୁଣି ଏକାସାଙ୍ଗରେ ଦେଉଛନ୍ତି ମଥାରେ ସିନ୍ଦୂର ଦେଉଛନ୍ତି ।
{"id":916597,"sizeSlug":"full","linkDestination":"none"}
ତେବେ ଏସବୁ ଘଟଣା ମନ୍ଦିର ଭିତରେ ହେଉଛି । ଯେଉଁଠାରେ ଚାରିଜଣ କନ୍ୟା ଏକାଠି ବସିଛନ୍ତି ବର ହସୁଛି ଆଉ ଟିପେ ଟିପେ ସିନ୍ଦୁର ନେଇ ସମସ୍ତଙ୍କ ସିନ୍ଥିରେ ଦେଉଛି । ଖାସ୍ କଥା ହେଉଛି ପ୍ରଥମ ଏବଂ ତୃତୀୟ କନ୍ୟାଙ୍କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । କାରଣ ସେମାନେ ଝିଅ ପରି ନୁହଁନ୍ତି, ବରଂ ପୁଅ ପରି ଦେଖାଯାଉଛନ୍ତି ।
{"id":916598,"sizeSlug":"full","linkDestination":"none"}
ବାସ୍ତବରେ ଏହି ଭିଡିଓକୁ ମନୋରଞ୍ଜନ ପାଇଁ ତିଆରି କରାଯାଇଛି । ଆଉ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଭିଡିଓକୁ ସେୟାର କରିଛନ୍ତି ବ୍ରଜେଶ ତ୍ବିଓ୍ବାରୀ ନାମକ ଜଣେ ବ୍ୟକ୍ତି । ସେ ନିଜକୁ ଅଭିନେତା ବୋଲି କହୁଛନ୍ତି । ତାଙ୍କ ଇନଷ୍ଟା ଆକାଉଣ୍ଟରେ ସେ ଅନେକ ଭିଡିଓ ପୋଷ୍ଟ କରିଛନ୍ତି । ଆଉ ଏହି ସବୁ ଭିଡିଓରେ ଲକ୍ଷ ଲକ୍ଷ ଭ୍ୟୁ ମଧ୍ୟ ମିଳିଛି । ବ୍ରଜେଶଙ୍କର ୩ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ।
{"id":916600,"sizeSlug":"full","linkDestination":"none"}
ତେବେ ଏହି ଭିଡିଓକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି । ଅନେକ ରାଗିଯାଇ କମେଣ୍ଟ ମଧ୍ୟ କରିଛନ୍ତି । ଶୁଭମ୍ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ “ଏମାନେ ବିବାହକୁ ଏକ ଥଟ୍ଟା ପରିହାସ କରିଦେଇଛନ୍ତି।” ସେହିପରି ଆଲିଆ ନାମକ ଜଣେ ୟୁଜର୍ସ ଲେଖିଛନ୍ତି ଯେ “ ସବୁ କନ୍ୟା ମିଶି ଏଭଳି ବରର ଗଳା ଚିପିଦେବା ଉଚିତ୍ । ତା’ପରେ ପ୍ରେମ ଅମର ହୋଇଯିବ।”
{"id":916601,"width":840,"height":1500,"sizeSlug":"full","linkDestination":"none"}
ସେହିପରି ନୀତୀଶ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ “ବିଷ ଖାଇବା ପାଇଁ କେହି ଟଙ୍କା ଦେଇ ଦିଅନ୍ତୁ ଭାଇ”। ସେହିପରି ସୋନିଆ ନାମକ ଜଣେ ଲେଖିଛନ୍ତି “ମୋ ଦୃଷ୍ଟିକୋଣରୁ, ସେମାନେ କେହି ଝିଅ ନୁହଁନ୍ତି, ବରଂ ସମସ୍ତେ କିନ୍ନର।”