‘ଶାଦି ଡଟ୍ କମ୍‌’ରେ ଜୀବନ ସାଥୀ ଖୋଜୁଥିବା ଲୋକେ ହୋଇଯାଆନ୍ତୁ ସାବଧାନ! ଏମିତି ଚିହ୍ନନ୍ତୁ ସାଥୀଙ୍କୁ

Published By : Prameya-News7 Bureau | November 18, 2023 IST

ସିରସା୧୮।୧୧: ଲୋକଙ୍କୁ ଠକିବା ପାଇଁ ସାଇବର ଅପରାଧୀ ସବୁବେଳେ ନୂଆନୂଆ ଉପାୟ ବାହାର କରୁଛନ୍ତି। କେବେ ଲୋନ, ତ କେବେ ଗିଫଟ୍ ତ ଆଉ କେବେ ଚାକିରୀ ନାମରେ ଲୋକଙ୍କୁ ନିଜର ଶିକାର କରୁଛନ୍ତି। ଏହି କ୍ରମରେ ହରିୟାଣା ସିରସାର ଜନୈକ ଯୁବତୀ ‘ଶାଦି ଡଟ୍ କମ୍‌’ରେ ଠକେଇର ଶିକାର ହୋଇଛନ୍ତି। ଯୁବତୀ ଏହି ୱେବ୍‌ ସାଇଟ୍‌ରେ ନିଜର ପ୍ରୋଫାଇଲ ତିଆରି କରିବା ପରେ ତାଙ୍କୁ ଯୁବକଙ୍କ ଫୋନ ଆସିଥିଲା।

ଯୁବକ  ଓ ଯୁବତୀ ପରସ୍ପରକୁ ଶାଦି ଡଟ କମ୍‌ରେ ପସନ୍ଦ କରିଥିଲେ। ତେବେ ଯୁବତୀ ଜାଣି ନଥିଲେ ସେ ଯେଉଁ ଯୁବକଙ୍କୁ ପସନ୍ଦ କରିଛନ୍ତି ସେ ବାସ୍ତବରେ ଜଣେ  ଠକ ବୋଲି। କଥାରେ ସଲାସୁତରା କରି ଚଲାକ ଠକ ଯୁବତୀଙ୍କ ଠାରୁ ୩ଲକ୍ଷ ୭୭ ହଜାର ଟଙ୍କା ଚୁନ ଲଗେଇ ଦେଇଥିଲା। ପରେ ଯୁବତୀଙ୍କୁ ସନ୍ଦେହ ହେବାରୁ ସେ ଏନେଇ ପୋଲିସରେ ଅଭିଯୋଗ କରିଥିବା ବେଳେ ମାମଲାର ଏବେ ତଦନ୍ତ ହେଉଛି। ରିପୋର୍ଟ ଅନୁସାରେ ସିରସା ବାସିନ୍ଦା ପୀଡିତା ଯୁବତୀ କିଛି ସମୟ ପୂର୍ବରୁ ପରିବାର ଲୋକଙ୍କ ସହ ମିଶି ଶାଦି ଡଟ୍ କମ୍‌ରେ ବିବାହ ପ୍ରସ୍ତାବ ପାଇଁ ପ୍ରୋଫାଇଲ କରିଥିଲେ।

{"id":871506,"width":838,"height":437,"sizeSlug":"full","linkDestination":"none"}

ପ୍ରୋଫାଇଲ କରିବାର କିଛି ଦିନ ପରେ ଯଣେ ଯୁବକଙ୍କ କଲ ଆସିଥିଲା। ସେ ଶାଦି ଡଟକମ୍‌ରେ ତାଙ୍କ ପ୍ରୋଫାଇଲ ଦେଖିଥିବାର ଯୁବତୀଙ୍କୁ କହିଥିଲେ। ଏହା ପରେ ସେମାନଙ୍କ କଥାବାର୍ତ୍ତା ହେବା ପରେ ଯୁବକଙ୍କୁ ଯୁବତୀଙ୍କ ଘର ଲୋକେ ମଧ୍ୟ ପସନ୍ଦ କରିଥିଲେ। ଏହା ପରେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଲଗାତାର କଥାବାର୍ତ୍ତା ହେଉଥିଲା। ଯୁବକ ବିଦେଶରେ ରହୁଥିବା କହିଥିଲା ଏଣୁ ସେ ସେଠାରୁ କିଛି ଉପହାର ପଠାଇବାକୁ ଚାହେଁ ବୋଲି କହିଥିଲା। ସେଥିଲାଗି ସେ ଯୁବତୀଙ୍କୁ ପଇସା ମାଗିଥିଲା। ଯୁବତୀ ଥରଥର କରି ଯୁବକ ଦେଇଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ୩ଲକ୍ଷ ୭୭ ହଜାର ଟଙ୍କା  ଜମା କରିଦେଇଥିଲେ।

ତେବେ କିଛି ଦିନ ପରେ ଯୁବତୀ ଅନୁଭବ କରିଥିଲେ ଯେ ଯୁବକ ତାଙ୍କ ସହ ଧୋକା କରୁଛି। ଏହା ପରେ ପୀଡ଼ିତା ଯୁବତୀ ଥାନାକୁ ଯାଇ ଘଟଣା ସମ୍ପର୍କରେ ଏତଲା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସୋସିଆଲ ସାଇଟ୍ ହେଉ କି ଯେଉଁ ବି ୱେବସାଇଟ ହେଉ ପ୍ରୋଫାଇଲ କରିବା ପରେ ଯେବେବି କେହି ବନ୍ଧୁ ହୋଇ ଆପଣଙ୍କୁ କୌଣସି ପ୍ରକାରର ସହାୟତା ମାଗେ ବିଶେଷ କରି ଆର୍ଥିକ ସହାୟତା ତାଙ୍କ ଉପରେ ଆଖି ମୁଜି ଭରସା କରନ୍ତୁନି। କାରଣ ପ୍ରାୟତଃ ସାଇବର ଠକ ସୋସିଆଲ ସାଇଟ୍ ମାଧ୍ୟମରେ ଲୋକଙ୍କୁ ଫଶେଇବା ପାଇଁ ଜାଲ ବିଛାନ୍ତି।

ଅରୁଣାଚଳ ପ୍ରଦେଶରେ ଭୂସ୍ଖଳନ, ଆଧ୍ୟାତ୍ମିକ ଗୁରୁଙ୍କ ସମେତ ୪ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.