scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୧୫ ବର୍ଷରୁ କମ ଓଡିଶା କ୍ରିକେଟ ଆସୋସିଏସନକୁ ମନୋନିତ ହେଲେ ନୀଳଗିରି ଅଞ୍ଚଳର ଝିଅ

14/11/2023 at 9:11 PM

ନୀଳଗିରି: ୧୫ ବର୍ଷରୁ କମ ଓଡିଶା କ୍ରିକେଟ ଏସୋସିଏସନ ପାଇଁ ମନୋନୀତ ହେଲେ ନୀଳଗିରି ଆଦିବାସୀ ଅଞ୍ଚଳର ଝିଅ। ଅଞ୍ଚଳ ପାଇଁ ଏଭଳି ଗର୍ବ ଆଣି ଦେଇଥିବାରୁ ତାଙ୍କୁ ଛୁଟିଲା ଶୁଭେଛାର ସୁଅ।ନୀଳଗିରି ବ୍ଲକ ଅଧିନ ଶିଆଡିମାଳ ପଂଚାୟତ ସିଆଡ଼ିମାଳ ଗ୍ରାମର ବାବୁଲା ସିଂ ଙ୍କ ଝିଅ  ଶୁଭଲକ୍ଷ୍ମୀ ପିଲା ଦିନରୁ କ୍ରିକେଟ ଖେଳ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା। ପିଲା ଦିନେ ସେ କ୍ରିକେଟ ଖେଳିବା ପାଇଁ ଆଗ୍ରହ ଦେଖି ବାପା ମାଆ ତାଙ୍କୁ ପ୍ରେରଣା ଯୋଗାଇ ଆସୁଥିଲେ।

Also read- ଇରଫାନ ପଠାନଙ୍କ ଭବିଷ୍ୟତବାଣୀ, ବିଶ୍ଵକପ୍ ୨୦୨୩ରେ ଭାରତ ଓ ଏହି ଦଳ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍

ବାପା ଶିକ୍ଷକତା କରୁଥିବା ବେଳେ ମାଆ ସିଆରପି ଭାବେ କାର୍ଯ୍ୟ କରନ୍ତି।ଶୁଭଲକ୍ଷ୍ମୀ ଏବେ ଗୁଜରାଟରେ ଥିବାବେଳେ ତାଙ୍କୁ ଛୁଟିଛି ଶୁଭେଛାର ସୁଅ। ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ,ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ,ବିଜେଡି ନେତା ସନ୍ତୋଷ ଖଟୁଆ,କଂଗ୍ରେସ ସଂସଦୀୟ କ୍ଷେତ୍ରର ନେତା ନଵଜ୍ୟୋତି ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଛା ଜଣାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।ତେବେ ନୀଳଗିରି ପାଇଁ ଶୁଭଲକ୍ଷ୍ମୀ ଗର୍ବ ଆଣିଦେଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।

   Related Posts